ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସଚିବ ଭାବେ ଦାୟିତ୍ଵ ନେଲେ ଗିରିଧର ଅରମାନେ

प्रविष्टि तिथि: 01 MAY 2020 10:09PM by PIB Bhubaneshwar

ଶ୍ରୀ ଗିରିଧର ଅରମାନେ ଆଜି ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦାୟିତ୍ଵ ଗ୍ରହଣ କରିବା ପରେ ସେ ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା କରିବା ଲାଗି ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକର ଆୟୋଜନ କରିଥିଲେ। ଏଥିରେ ବିଶେଷ କରି କୋଭିଡ-19 ମହାମାରୀର ପ୍ରଭାବ କାରଣରୁ ସୃଷ୍ଟ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଥିଲା। ଶ୍ରୀ ଅରମାନେ ଜୋର ଦେଇ କହିଥିଲେ ଯେ ପରିବହନ ରାଜପଥ କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ

ଶ୍ରୀ ଅରମାନେ ପୂର୍ବରୁ କ୍ୟାବିନେଟ ସଚିବାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ ସେ 2012ରୁ 2014 ପର୍ଯ୍ୟନ୍ତ ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ଵ ନିର୍ବାହ କରିସାରିଛନ୍ତି

1988 ବ୍ୟାଚ୍ ଆନ୍ଧ୍ରପ୍ରଦେଶ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅରମାନେ ଆଇଆଇଟି ମାଡ୍ରାସରୁ ସିଭିଲ ଇଞ୍ଜିନିୟରିଂରେ ଏମଟେକ ଡିଗ୍ରୀ ହାସଲ କରିଛନ୍ତି । ସେ ମଧ୍ୟ ଅର୍ଥନୀତିରେ ସ୍ନାତ୍ତୋକୋତର ଶିକ୍ଷା ଲାଭ କରିଛନ୍ତି ଆଇଆଇଏମ ବାଙ୍ଗାଲୋର, ଆଇଆଇଏଫଟି ନୂଆଦିଲ୍ଲୀ ଓ ପୁଣେସ୍ଥିତ ଟାଟା ମ୍ୟାନେଜମେଣ୍ଟ ଟିଆରଜି ସେଣ୍ଟର ସମେତ ଫ୍ରାନ୍ସ ଓ ସିଙ୍ଗାପୁରରୁ ସେ ଅର୍ଥ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସ୍ଵତନ୍ତ୍ର ପ୍ରଶିକ୍ଷଣ ହାସଲ କରିଛନ୍ତି

ଶ୍ରୀ ଅରମାନେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଭିନ୍ନ କ୍ଷେତ୍ରୀୟ ଓ ନୀତିଗତ ସ୍ତରରେ କାର୍ଯ୍ୟ କରିସାରିଛନ୍ତି। ତାଙ୍କର ସାଂଗଠନିକ ଓ ଆର୍ଥିକ ପ୍ରସଙ୍ଗରେ ବ୍ୟାପକ ଅଭିଜ୍ଞତା ରହିଛି

 

***********

 


(रिलीज़ आईडी: 1620214) आगंतुक पटल : 184
इस विज्ञप्ति को इन भाषाओं में पढ़ें: English