PIB Headquarters
                
                
                
                
                
                
                    
                    
                        କୃଷିମନ୍ତ୍ରୀ କହିଲେ ଲକଡାଉନ ସମୟରେ ମଧ୍ୟ ସରକାର କୃଷି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି 
                    
                    
                        •	କୃଷି ଓ କୃଷକ କଲ୍ୟାଣ ସକାଶେ ବର୍ତ୍ତମାନ ସରକାର ଦେଉଥିବା ଧ୍ୟାନ ପୂର୍ବରୁ କୌଣସି ସରକାର ଦେଇନଥିଲେ: ଶ୍ରୀ ନରେନ୍ଦ୍ର ସିଂହ ତୋମାର 
•	ଦେଶ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଓ ଉଦ୍ୟାନକୃଷି ଉତ୍ପାଦନ କରିବାକୁ ଯାଉଛି
•	ଭାରତୀୟ ଆର୍ଥିକ ବିକାଶରେ କୃଷି ମୁଖ୍ୟ ଆୟୁଧ ହେବ: ଶ୍ରୀ ରମେଶ ଚନ୍ଦ୍ର, ସଦସ୍ୟ, ନୀତି ଆୟୋଗ
                    
                
                
                    Posted On:
                29 APR 2020 11:51PM by PIB Bhubaneshwar
                
                
                
                
                
                
                କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ସରକାର କୃଷି ଏବଂ କୃଷି କ୍ଷେତ୍ର ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରନ୍ତି । ଏପରିକି କୋଭିଦ-19 ମହାମାରୀ ଜନିତ ଲକଡାଉନ୍ ଅବଧିରେ ମଧ୍ୟ ତାହା ଜାରିରହିଛି । ଫଳ ସ୍ୱରୂପ ଦେଶର କୌଣସି ସ୍ଥାନରେ ସୁଦ୍ଧା ଖାଦ୍ୟଶସ୍ୟ କିମ୍ବା ଡ଼ାଲିଜାତୀୟ ଶସ୍ୟର ଅଭାବ ଦେଖାଦେଇନାହିଁ । ସେହିଭଳି ସରକାର ପନିପରିବା ଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦେଶରେ ସର୍ବତ୍ର ଉପଲବ୍ଧ କରାଇଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ତୋମାର କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସଦାବେଳେ “ଗାଁ, ଗରିବ, କୃଷକ”ଙ୍କ ଉପରେ ଗୁରୁତ୍ୱ ଆରୋପ କରିଆସିଛନ୍ତି । ବର୍ତ୍ତମାନର ସରକାର କୃଷି ଓ କୃଷକ କଲ୍ୟାଣ ପ୍ରତି ଯେତିକି ଧ୍ୟାନ ଦେଉଛନ୍ତି ପୂର୍ବରୁ କୌଣସି ସରକାରଙ୍କ ଅମଳରେ ତାହା ହୋଇନଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁସବୁ ମହତ୍ତ୍ୱପୂର୍ଣ୍ଣ କୃଷି ଓ କୃଷକ କଲ୍ୟାଣ ଯୋଜନାମାନ ପ୍ରବର୍ତ୍ତନ କରିଛନ୍ତି ତାହା ଦେଶର କୃଷକମାନଙ୍କ ପାଇଁ ଯଥେଷ୍ଟ ସହାୟକ ହୋଇପାରିଛି । ସେଥି ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏ- କିଷାନ), ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ କିଷାନ କ୍ରେଡ଼ିଟ୍ କାର୍ଡ଼  (କେସିସି) ଆଦି ସାମିଲ ।
ଶ୍ରୀ ତୋମାର କହିଛନ୍ତି ଯେ, କୋଭିଦ- 19 ମହାମାରୀ ଯୋଗୁ ଲକଡାଉନ୍ ସମୟରେ ସରକାର ଦେଶରେ କୃଷି କାର୍ଯ୍ୟ ଯେଭଳି ବ୍ୟାହତ ନହୋଇ ଜାରି ରହେ ସେଥି ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି । ଫାର୍ମିଂ ପାଇଁ ଲକଡାଉନ୍ ସମୟରେ ବିଶେଷ ରିହାତିର ବ୍ୟବସ୍ଥା କରାଯାଇଛି । ସେଥିରେ କୃଷକ ଏବଂ କୃଷି ଶ୍ରମିକମାନଙ୍କୁ କ୍ଷେତରେ କୃଷି କାର୍ଯ୍ୟ ସଂପାଦନର ସୁଯୋଗ ପ୍ରଦାନ; ଏମଏସପି କାର୍ଯ୍ୟ ସମେତ କୃଷି ଉତ୍ପାଦ ସଂଗ୍ରହ ପାଇଁ କାର୍ଯ୍ୟ କରୁଥିବା ଏଜେନ୍ସିମାନଙ୍କ କାର୍ଯ୍ୟ ଜାରି ରଖିବା; କୃଷି ଉତ୍ପାଦ ବଜାର କମିଟି କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାର ବିଜ୍ଞାପନ ମାଧ୍ୟମରେ ଯାହା ବିନିର୍ଦ୍ଦିଷ୍ଟ ହୋଇଛି ସେଥିରେ “ମଣ୍ଡି” କାର୍ଯ୍ୟ ଜାରି ରଖିବା; ବିହନ, ସାର ଓ କୀଟନାଶକ ଆଦି ସାମଗ୍ରୀ ବିକ୍ରି କରୁଥିବା, ଉତ୍ପାଦନ କରୁଥିବା, ପ୍ୟାକେଜିଂ କରୁଥିବା ୟୁନିଟମାନ ଖୋଲା ରହିବା; ଆନ୍ତଃ ରାଜ୍ୟ ତଥା ରାଜ୍ୟ ଭିତରେ ଫସଲ ଓ ବୁଣା ସଂପର୍କୀତ ଯନ୍ତ୍ରପାତି ଓ ଅନ୍ୟାନ୍ୟ କୃଷି/ ଉଦ୍ୟାନକୃଷି ସାମଗ୍ରୀର ପରିବହନ; ଶୀତଳ ଭଣ୍ଡାର ଓ ୱେରହାଉସ୍ ସେବା ଜାରି ରଖିବା; ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଅବ୍ୟାହତ ରହିବା; କୃଷି ଯନ୍ତ୍ରପାତି, ସେସବୁର ଯନ୍ତ୍ରାଂଶ ଓ ମରାମତି ଦୋକାନ ଖୋଲା ରହିବା ଏବଂ କଷ୍ଟମ ଭଡ଼ା କେନ୍ଦ୍ର (ସିଏଚସି) ସଂପର୍କୀତ ଫାର୍ମ ଯନ୍ତ୍ରପାତିର ବିକ୍ରୟ ଆଦି ସାମିଲ ବୋଲି ମନ୍ତ୍ରୀ ଶ୍ରୀ ତୋମାର କହିଥିଲେ ।
ଶ୍ରୀ ତୋମାର କହିଛନ୍ତି ଯେ, କୃଷି କାର୍ଯ୍ୟକୁ ପୋଷଣୀୟ କରିବା ଲାଗି ତଥା ଏଥିପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ସକାଶେ ଧାନ, ଗହମ, ଡ଼ାଲିଜାତୀୟ ଶସ୍ୟ ଓ ତୈଳବୀଜ ସମେତ ଉଭୟ ଖରିଫ ଏବଂ ରବି ଶସ୍ୟ ଉପରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ଉତ୍ପାଦନ ମୂଲ୍ୟ ଠାରୁ 1.5 ଗୁଣ ବୃଦ୍ଧି କରିଛନ୍ତି  । ସେ କହିଲେ ଯେ ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣ ଦ୍ୱାରା ଦେଶରେ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି । 2018-19 ବର୍ଷରେ ତାହା 285.20 ନିୟୁତ ଟନ୍ ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ତାହା 291.95 ନିୟୁତ ଟନ୍ ଛୁଇଁବାର ଆକଳନ କରାଯାଇଛି । ଆଗାମୀ ଆର୍ଥିକ ବର୍ଷରେ ତାହା 298.3 ନିୟୁତ ଟନ ହେବ ବୋଲି ଆଶା କରାଯାଉଛି ।
ଶ୍ରୀ ତୋମାର କହିଲେ ଯେ ସରକାର କୃଷି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ଯଦ୍ୱାରା କୃଷି କ୍ଷେତ୍ରରେ  ସାମାଜିକ ଦୂରତା ରକ୍ଷା ବଜାୟ ରହିପାରିବ ଏବଂ କୋଭିଦ- 19 ବିରୋଧରେ ଆମର ସଂଗ୍ରାମ ମଧ୍ୟ ଜାରି ରହିବ । ପ୍ରଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମମାନଙ୍କ ମଧ୍ୟରେ ଇ- ନାମ୍ ବ୍ୟବସ୍ଥାର ପ୍ରବର୍ତ୍ତନ, ୱେରହାଉସ୍ ଭିତ୍ତିକ ଟ୍ରେଡ଼ିଂ ମଡ଼ୁ୍ୟଲ୍ ଯେଉଁଥିରେ କି ଇ-ନାମ ସହ ଇ-ଏନଡ଼ବ୍ଲୁଆରର ସମନ୍ୱୟିକରଣ, ଏଫପିଓ ମଡ୍ୟୁଲର ପ୍ରବର୍ତ୍ତନ, ଏଫପିଓ  ବ୍ୟବସ୍ଥା ଆଦି ସାମିଲ । ସେହିଭଳି ପିଏମ- କିଷାନ ଯୋଜନା କିଭଳି କୃଷକମାନଙ୍କ ସହାୟତା କରିପାରୁଛି ତାହାର ସେ ଅବତାରଣା କରିଥିଲେ । ଏହି ଯୋଜନା ମାଧ୍ୟମରେ କୋଭିଡ ବିରୋଧୀ ସଂଗ୍ରାମ ସମୟରେ ମାର୍ଚ୍ଚ 24, 2020 ସୁଦ୍ଧା ଦେଶର କୃଷକମାନଙ୍କ ଜମାଖାଦାକୁ 17,986 କୋଟି ଟଙ୍କା ହସ୍ତାନ୍ତର କରାଯାଇଥିବା ସେ ସୂଚାଇଥିଲେ । ସରକାର କିଷାନ କ୍ରେଡ଼ିଟ କାର୍ଡ଼ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଯାହାଦ୍ୱାର କେସିସିର ସୁବିଧା ପିଏମ କିଷାନ ହିତାଧିକାରୀମାନଙ୍କୁ ମିଳିପାରୁଛି । 75 ଲକ୍ଷରୁ ଅଧିକ ପିଏମ-କିଷାନ ହିତାଧିକାରୀ ବ୍ୟାଙ୍କମାନଙ୍କୁ ସେମାନଙ୍କ ଋଣ ପାଇଁ ଆବେଦନ କରିଛନ୍ତି ଓ ସେମାନଙ୍କୁ ଏପର୍ଯ୍ୟନ୍ତ 18,000 କୋଟି ଟଙ୍କା ମିଳିସାରିଛି । ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମସ୍ତ କୃଷକଙ୍କ ପାଇଁ ସ୍ୱୈଚ୍ଛିକ ହୋଇଚି । ଏବେ ଦେଶର ଉତ୍ତର ପୂର୍ବାଂଚଳ କ୍ଷେତ୍ରର କୃଷକମାନଙ୍କ ପାଇଁ ଭାରତ ସରକାର 90% ପ୍ରିମିୟମ୍ ସବସିଡ଼ି ପ୍ରଦାନ କରିବେ ଯାହା ପୂର୍ବରୁ 50% ଥିଲା । ଲକଡାଉନ୍ ସମୟରେ କୃଷକମାନଙ୍କୁ 5,326.7 କୋଟି ଟଙ୍କାର କ୍ଲେମ୍ ଅର୍ଥ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ତୋମାର କହିଥିଲେ ।
2022 ସୁଦ୍ଧା ଦେଶର କୃଷକମାନଙ୍କ ଉପାର୍ଜନକୁ ଦ୍ୱିଗୁଣିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ତୋମାର କହିଛନ୍ତି ।  ଏଥିପାଇଁ 2020-21 ଆର୍ଥିକ ବର୍ଷର ବଜେଟରେ 2.83 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ନୀତି ଆୟୋଗର ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର କହିଲେ ଯେ କୃଷି କ୍ଷେତ୍ର ହିଁ ଦେଶର ଅର୍ଥନୀତିର ମୁଖ୍ୟ ଆୟୁଧ ହୋଇ ରହିବ ଏବଂ ସରକାର ଚଳିତ ଅର୍ଥିକ ବର୍ଷରେ ଜିଡ଼ିପି ବିକାଶକୁ ହାସଲ କରିବା ସକାଶେ ପୂର୍ଣ୍ଣ ମାତ୍ରାରେ ଆଶାବାଦୀ ଅଛନ୍ତି ।  ଚଳିତ ବର୍ଷ ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକ ମୌସୁମୀ ପ୍ରବାହର ପୂର୍ବାନୁମାନ କରିଛି ଏବଂ କୃଷି ଉତ୍ପାଦନ ପାଇଁ ତାହା ବେଶ୍ ସହାୟକ ହେବ ବୋଲି ସେ ସୂଚାଇଥିଲେ ।
 
**********
 
 
 
 
                
                
                
                
                
                (Release ID: 1619442)
                Visitor Counter : 279