PIB Backgrounder

ସିଏସସି ଜରିଆରେ ଆଧାର ସଂଶୋଧନ ପାଇଁ ଅନୁମତି ପ୍ରଦାନ କଲା ୟୁଆଇଡିଏଆଇ

• ଦେଶବ୍ୟାପୀ 20,000 ସିଏସସି ଏହି ସେବା ପ୍ରଦାନ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 28 APR 2020 4:52PM by PIB Bhubaneswar

ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତିବର୍ତ୍ତମାନ ସୂଚନା ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧିନରେ ଥିବା ଦେଶର 20 ହଜାର ସାଧାରଣ ସେବା କେନ୍ଦ୍ର (CSC)ରେ ଆଧାର କାର୍ଡର ସଂଶୋଧନ କରାଯାଇପାରିବକେନ୍ଦ୍ର ଯୋଗାଯୋଗ, ଆଇନ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏକ ଟ୍ୱିଟରେ କହିଛନ୍ତି, ଦେଶବ୍ୟାପୀ ପ୍ରାୟ 20 ହଜାର ସିଏସସି ବର୍ତ୍ତମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେସେ ୟୁଆଇଡିଏଆଇ ନିୟମାବଳୀ ଅନୁସାରେ ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ କରିବାକୁ ସିଏସିମାନଙ୍କୁ କହିଛନ୍ତିଏହି ସୁବିଧା ଗ୍ରାମାଞ୍ଚଳ ଅଧିବାସୀଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ

ବ୍ୟାଙ୍କିଂ ସୁବିଧା ଥିବା ସିଏସି ଗୁଡିକ ନିଜ ଭିତ୍ତିଭୂମି ଆନୁସଙ୍ଗିକ ପ୍ରସ୍ତୁତି ଜୁନ ମାସ ସୁଦ୍ଧା ଶେଷ କରିବେ ବୋଲି ୟୁଆଇଡିଏଆଇ ସମୟସୀମା ଧାର୍ଯ୍ୟ କରିଛିସିଏସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ . ଦିନେଶ ତ୍ୟାଗୀ ସମସ୍ତ କେନ୍ଦ୍ରଗୁଡିକୁ ଯଥାଶୀଘ୍ର ନିଜର ବୈଷୟିକ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତିଯାହା ଫଳରେ କି ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇପାରିବ

ସିଏସିକୁ ଆଧାର ସଂଶୋଧନ ସେବା ପ୍ରଦାନ କରିବାର ଦାୟିତ୍ୱ ଦେଇଥିବାରୁ . ତ୍ୟାଗୀ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି

ବିଶେଷ କରି କୋଭିଡ-19 ମହାମାରୀ ସଂକ୍ରମଣ ସମୟରେ ଏହି ନିଷ୍ପତ୍ତି ଅତି ଗୁରୁତ୍ୱପୂର୍ଣ୍ଣଏହି ସେବା ଆରମ୍ଭ ହେବା ଫଳରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବ୍ୟାଙ୍କ ଆଧାର କେନ୍ଦ୍ର ବା ପୋଷ୍ଟ ଅଫିସ ଇତ୍ୟାଦି ସ୍ଥାନକୁ ଯିବାକୁ ପଡିବ ନାହିଁ ସେମାନଙ୍କୁ ନିଜ ଘର ପାଖରେ ଏହି ସୁବିଧା ମିଳିପାରିବ

 

**************


(ରିଲିଜ ଆଡି: 1618957) ପରିଦର୍ଶକ କାଉଣ୍ଟର : 285
ଏହି ରିଲିଜ ପଢନ୍ତୁ : English