ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଭତ୍ତାରେ କୌଣସି କାଣ୍ଟଛାଣ୍ଟ କରାଯିବ ନାହିଁ

• ପିଆଇବି ଫ୍ୟାକ୍ଟଚେକ୍ ୟୁନିଟ ଦ୍ଵାରା ମିଥ୍ୟା ଖବରର ପର୍ଦ୍ଦାଫାସ

Posted On: 27 APR 2020 4:05PM by PIB Bhubaneshwar

ପତ୍ର ସୂଚନା କାର୍ଯ୍ୟାଳୟର ଫ୍ୟାକ୍ଟ ଚେକ୍ ୟୁନିଟ ଦ୍ଵାରା ଏକ ଟ୍ଵିଟ ମାଧ୍ୟମରେ ସ୍ପଷ୍ଟୀକରଣ ଦିଆଯାଇଛି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଭତ୍ତାରେ କୌଣସି ପ୍ରକାରର କାଣ୍ଟଛାଣ୍ଟ କରାଯିବନାହିଁ ଏହା ଏକ ଗଣମାଧ୍ୟମ ଦ୍ଵାରା ମିଥ୍ୟା ଖବର ଥିଲା, ଯେଉଁଥିରେ ଏଭଳି ସୂଚନା ଦିଆଯାଇଛି ଯେ, କରୋନା ଭୂତାଣୁ ସମସ୍ୟାକୁ ନେଇ ସରକାର ଏପରି ଏକ ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି

ଅନ୍ୟ ଏକ ପୋଷ୍ଟରେ, ଫ୍ୟାକ୍ଟ ଚେକ୍ ୟୁନିଟ ପର୍ଦ୍ଦାଫାସ କରିଛନ୍ତି ଯେ,ଫେସବୁକରେ ଏକ ଗୁଜବ ଘୁରିବୁଲୁଚି,ଯେଉଁଥିରେ ଦର୍ଶାଯାଇଛି,ଶସ୍ତା ବିକଳ୍ପ ଉପଲବ୍ଧ ଥିବାବେଳେ କୋଭିଡ-19 ପରୀକ୍ଷଣ କିଟ୍ କିଣିବା ନେଇICMRକୁ ଦାୟୀ କରାଯାଇଛି | ଏହାପରେ ଆଇସିଏମଆର ସ୍ପଷ୍ଟ କରିଛି ଯେ, କିଟ୍ ପାଇଁ ଫିକ୍ସଡ୍ ରେଟ୍ ବ୍ରାକେଟ୍ ତାଙ୍କ ପାଖରେ ଅଛି ଏବଂ ଯଦି କୌଣସି କମ୍ପାନୀ ଆହୁରି ଶସ୍ତା ଦରରେ କିଟ ଯୋଗାଇ ପାରିବେ ତା’ହେଲେ ସେହି କମ୍ପାନୀଗୁଡିକ  ପାଇଁ ଦ୍ଵାର ଖୋଲା ଅଛି

ପୃଷ୍ଟଭୁମି:

ସାମାଜିକ ଗଣମାଧ୍ୟମର ମିଥ୍ୟା ଖବର ପ୍ରସାରଣକୁ ରୋକିବା ଏବଂ ସୁପ୍ରିମ କୋର୍ଟଙ୍କ ଆଦେଶକୁ ପାଳନ କରିବା ସକାଶେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ଗୁଜବର ପର୍ଦ୍ଦାଫାସ ସହିତ ଏହାକୁ ବନ୍ଦ କରିବା ଲାଗିପିଆଇବି ଏକ ଉତ୍ସର୍ଗୀକୃତ ୟୁନିଟ ଗଠନ କରିଥିଲା । ‘PIBFactCheck’ ଟ୍ୱିଟରରେ ଏକ ଯାଞ୍ଚ ହୋଇଥିବା ଏକାଉଣ୍ଟ ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡିଂ ବାର୍ତ୍ତା ଉପରେ ନିରନ୍ତର ନଜର ରଖେ ଏବଂ ନକଲି ଖବରର ପର୍ଦ୍ଦାଫାସ କରିବା ପାଇଁ ଏହାର ବିଷୟବସ୍ତୁ ଉପରେ ଏକ ବିସ୍ତୃତ ସମୀକ୍ଷା କରିଥାଏଏହା ବ୍ୟତୀତ ଟ୍ଵିଟରରେ PIB_India ଏବଂ ବିଭିନ୍ନ PIB ଆଞ୍ଚଳିକ ୟୁନିଟ୍ ଏକାଉଣ୍ଟଗୁଡିକ ଟ୍ୱିଟରରେ ଯେକୌଣସି ଆଇଟମର ଅଫିସିଆଲ୍ ଏବଂ ପ୍ରାମାଣିକ ସଂସ୍କରଣ ଟ୍ୱିଟର ସମ୍ପ୍ରଦାୟର ଲାଭ ପାଇଁ #PIBFactCheckହ୍ୟାସଟ୍ୟାଗ୍ ବ୍ୟବହାର କରି ପୋଷ୍ଟ କରୁଛନ୍ତି

ଯେକୌଣସି ବ୍ୟକ୍ତି ସନ୍ଦେଶର ସତ୍ୟତା ଯାଞ୍ଚ କରିବାକୁ ଚାହୁଁଥିଲେ ସେମାନେ ଏହାର ପାଠ୍ୟ, ଅଡିଓ ଏବଂ ଭିଡିଓ ସମେତ ସନ୍ଦେଶକୁ PIBFactCheckରେ ଦାଖଲ କରିପାରିବେ | ଏଗୁଡିକ ଅନଲାଇନରେ https://factcheck.pib.gov.in/ କିମ୍ବା ହ୍ଵାଟସ ଆପ୍ ନମ୍ବର +918799711259 କିମ୍ବା ଇ-ମେଲ୍: pibfactcheck[at]gmail[dot]com ରେ ମଧ୍ୟ ଦାଖଲ କରାଯାଇପାରିବPIB ୱେବସାଇଟ୍ https://pib.gov.inରେ ସବିଶେଷ ତଥ୍ୟ ଉପଲବ୍ଧ

 

**********



(Release ID: 1618933) Visitor Counter : 134


Read this release in: English