ନିର୍ବାଚନ ଆୟୋଗ

ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସମେତ ଆୟୋଗର ଅନ୍ୟ ଦୁଇ ସଦସ୍ୟ ଏକ ବର୍ଷ ପାଇଁ 30% କମ ବେତନ ନେବେ

• କରୋନା ମୁକାବିଲା ପାଣ୍ଠିକୁ ଅର୍ଥ ଯୋଗାଇ ଦେବାକୁ ସ୍ୱେଚ୍ଛାକୃତ ନିଷ୍ପତ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 APR 2020 6:31PM by PIB Bhubaneswar

ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଆୟୋଗର ଅନ୍ୟ ଦୁଇ ସଦସ୍ୟ କରୋନା ମୁକାବିଲା ପାଇଁ ପାଣ୍ଠି ଯୋଗାଣରେ ସହାୟତା କରିବାକୁ ଆଗେଇ ଆସିଛନ୍ତିସେମାନେ ନିର୍ବାଚନ ଆୟୋଗରୁ ଯେଉଁ ବେତନ ପାଉଛନ୍ତି ସେଥିରୁ ମୂଳ ଦରମାର 30 ପ୍ରତିଶତ ସ୍ୱେଚ୍ଛାକୃତ ଭାବେ ଏକ ବର୍ଷ ପାଇଁ କରୋନା ସହାୟତା ପାଣ୍ଠିକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ତଥା ଦୁଇ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସା ସୁଶୀଲ ଚନ୍ଦ୍ରଙ୍କ ବେତନରୁ 2020 ଏପ୍ରିଲ ପହିଲାରୁ ଏହି ଅର୍ଥ କଟାଯିବ

ଏବେ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତିସେଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛିଉଭୟ ସରକାରୀ ବେସରକାରୀ ସ୍ତରରେ ଆର୍ଥିକ ଅନ୍ୟାନ୍ୟ ସହାୟତା ଯୋଗାଣ ଆରମ୍ଭ ହୋଇଛିରାଜକୋଷ ଉପରେ ଚାପ ହ୍ରାସ କରିବାକୁ ବେତନ କ୍ଷେତ୍ରରେ ଦରମା କାଟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛିଏହି ମହତ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ତାଙ୍କର ଦୁଇ ସହଯୋଗୀ ନିଜର ବେତନ କାଟ ପାଇଁ ସ୍ୱେଚ୍ଛାକୃତ ନିଷ୍ପତ୍ତି ନେଇ ନିର୍ବାଚନ ଆୟୋଗକୁ ତାହା କାର୍ଯ୍ୟକାରୀ କରିବାକୁ ଅବଗତ କରିଛନ୍ତି

 

*********


(ରିଲିଜ ଆଡି: 1614027) ପରିଦର୍ଶକ କାଉଣ୍ଟର : 293
ଏହି ରିଲିଜ ପଢନ୍ତୁ : English