କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ଲକଡାଉନ୍‌ ଆରମ୍ଭ ହେବା ଦିନଠାରୁ ପଚନଯୋଗ୍ୟ ସାମଗ୍ରୀ ଯଥା ଫଳ, ପନିପରିବା, କ୍ଷୀର ଓ ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥର ପ୍ରେରଣ ସକାଶେ ରେଳବାଇ ପକ୍ଷରୁ 67ଟି ସ୍ୱତନ୍ତ୍ର ଟ୍ରେନ ରୁଟ୍‌ ଚିହ୍ନଟ

Posted On: 11 APR 2020 4:27PM by PIB Bhubaneshwar

ଏଭଳି ସ୍ୱତନ୍ତ୍ର ଟ୍ରେନ ସୁବିଧାର ସର୍ବାଧିକ ଫାଇଦା ନେଇ ମାଲ ପରିବହନ ସକାଶେ  ଉଦ୍ୟାନ କୃଷି ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରର ସଂପୃକ୍ତ ବିଭାଗ ସଚିବଙ୍କୁ କୃଷି, ସମବାୟ କୃଷକ କଲ୍ୟାଣ ବିଭାଗର ପରାମର୍ଶ

ଦେଶରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଲକଡାଉନ୍ଘୋଷଣା ହେବା ଦିନଠାରୁ ଭାରତୀୟ ରେଳବାଇ ଫଳ, ପନିପରିବା, କ୍ଷୀର ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ ଭଳି ପଚନଯୋଗ୍ୟ ସାମଗ୍ରୀର ତୁରନ୍ତ ପ୍ରେରଣ ସକାଶେ 67ଟି ରୁଟକୁ (134ଟି ଟ୍ରେନ୍‌) ସ୍ୱତନ୍ତ୍ର ଟ୍ରେନ୍ଚଳାଚଳ ପାଇଁ ଚିହ୍ନଟ କରିଛି10 ଅପ୍ରେଲ 2020 ତାରିଖ ପର୍ଯ୍ୟନ୍ତ 62ଟି ରୁଟ୍ପାଇଁ ଏସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି ଏବଂ 171ଟି ସମୟ ନିର୍ଘଣ୍ଟରେ ଥିବା ଟ୍ରେନ୍ଏହି ରୁଟ୍ଦେଇ ଚଳାଚଳ କରୁଛି

ଦେଶର ସମସ୍ତ ପ୍ରମୁଖ ନଗରୀ ସହ ଏଭଳି ପାର୍ସଲ ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ଯୋଡ଼ିବା ସକାଶେ ପ୍ରୟାସ କରାଯାଇଛିସେହିସବୁ ନଗରୀଗୁଡ଼ିକ ହେଲା: ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ,ଏବଂ ବେଙ୍ଗାଲୁରୁଏହାତିରିକ୍ତ, ଗୌହାଟୀ ସହ ଉପଯୁକ୍ତ ସଂଯୋଗ ସ୍ଥାପନ ନିମନ୍ତେ ବିଶେଷ ପ୍ରୟାସ କରାଯାଇଛି ଯଦ୍ୱାରା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରେରଣ ଅବ୍ୟାହତ ରହିବଦେଶର ଅନ୍ୟାନ୍ୟ ଯେଉଁ ନଗରୀଗୁଡ଼ିକ ସହ ଏଭଳି ସଂଯୋଗ ରେଳବାଇ ଜରିଆରେ ହୋଇଛି ସେଗୁଡ଼ିକ ହେଲା- ଭୋପାଳ, ଆହ୍ଲାବାଦ, ଡ଼େରାଡ଼ୁନ, ବାରାଣାସୀ, ଅହମ୍ମଦାବାଦ, ଭଦୋଦରା, ରାଂଚି, ଗୋରଖପୁର, ଥିରୁଭନନ୍ତପୁରମ୍, ସାଲେମ୍, ୱାରାଙ୍ଗଲ, ବିଜୟଓ୍ବାଡ଼ା, ବିଶାଖାପଟ୍ଟନମ୍, ରାଉରକେଲା, ବିଳାଶପୁର, ଭୁସାୱାଲ, ଟାଟାନଗର, ଜୟପୁର, ଝାନସୀ, ଆଗ୍ରା, ନାସିକ, ନାଗପୁର, ଅକୋଲା, ଜଲଗାଓଁ, ସୁରଟ, ପୁନେ, ରାୟପୁର, ପାଟନା, ଆସାନସୋଲ, କାନପୁର, ଜୟପୁର, ବିକାନିର, ଆଜମେର, ଗ୍ୱାଲିଅର, ମଥୁରା, ନେଲ୍ଲୋର, ଜବଲପୁର ଇତ୍ୟାଦି

ଯେଉଁସବୁ ସ୍ଥାନରେ ଚାହିଦା କମ୍ସେହିସବୁ ରୁଟରେ ଟ୍ରେନଗୁଡ଼ିକ ଚଳାଚଳ କରୁଛି ଯଦ୍ୱାରା ଦେଶରେ କୌଣସି ଭାଗ ଯେଭଳି ରେଳବାଇ ଦ୍ୱାରା ଅପହଞ୍ଚ ନରହେଟେନଗୁଡ଼ିକ ବାଟରେ ସମସ୍ତ ସମ୍ଭାବ୍ୟ ସ୍ଥାନରେ ଅଟକିବାର ସୁଯୋଗ ମଧ୍ୟ ଦିଆଯାଇଛି ଯଦ୍ୱାରା ସର୍ବାଧିକ ପାର୍ସଲ ପଠାଯାଇପାରିବ

ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରର ସଚିବ, ଉଦ୍ୟାନ କୃଷି ବିଭାଗର ମିଶନ୍ନିର୍ଦ୍ଦେଶକମାନଙ୍କ ସହ ଭିଡ଼ିଓ କନଫରେନ୍ସିଂର ଆୟୋଜନ କରାଯାଇଛି ଏବଂ ସେମାନଙ୍କୁ ସମସ୍ତ ଉପଲବ୍ଧ ସ୍ୱତନ୍ତ୍ର ଟ୍ରେନ୍ଯାହାକି ପଚନଯୋଗ୍ୟ ସାମଗ୍ରୀ ଯଥା ଫଳ, ପନିପରିବା, କ୍ଷୀର ଦୁଗ୍ଧଜାତ ଉତ୍ପାଦ କୃଷି ପାଇଁ ଆବଶ୍ୟକ ବିହନ ପରିବହନ ପାଇଁ ଯାତାୟାତ କରୁଛି ସେ ସଂପର୍କରେ ସେମାନଙ୍କୁ ସୂଚୀତ କରାଯାଇଛିଏହି ଭିଡ଼ିଓ କନଫରେନ୍ସିଂରେ ଦେଶର 76ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ ଏବଂ DAC&FW ଅତିରିକ୍ତ ସଚିବ, ରେଳବାଇ ବୋର୍ଡ଼ର ଅତିରିକ୍ତ ସଦସ୍ୟ(କମର୍ସିଆଲ୍‌), ରେଳବାଇ ବୋର୍ଡ଼ର ଇଡ଼ିଗଣ ଏବଂ CONCOR, SFAC, NHB ତଥା ବିଭାଗର ଅନ୍ୟାନ୍ୟ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ

ସମସ୍ତ ରାଜ୍ୟର ମିଶନ ନିର୍ଦ୍ଦେଶକ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରର ସଂପୃକ୍ତ ବିଭାଗର ସଚିବମାନଙ୍କୁ ସେମାନଙ୍କର ସାମଗ୍ରୀ ପରିବହନ ନିମନ୍ତେ ରେଳବାଇ ପକ୍ଷରୁ ପ୍ରଚଳିତ ଏପରି ସ୍ୱତନ୍ତ୍ର ଟ୍ରେନ୍ବ୍ୟବସ୍ଥାରୁ ଫାଇଦା ନେବାଲାଗି ପରାମର୍ଶ ଦିଆଯାଇଛି

ରେଳବାଇ ବୋଡ଼ର ଅତିରିକ୍ତ ସଚିବ (କମର୍ସିଆଲ୍‌) ପ୍ରସ୍ତାବ ଦେଇଛନ୍ତି ଯେ ଯଦି ସେମାନେ ରାଜ୍ୟମାନଙ୍କଠାରୁ କୌଣସି ନୂତନ ରୁଟ୍କିମ୍ବା ଷ୍ଟପେଜ୍ସଂପର୍କରେ ଦାବି ପାଆନ୍ତି,  ତୁରନ୍ତ ସେମାନେ ଏହା ଉପରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ

ବିଭିନ୍ନ ଜୋନର ସମସ୍ତ ପିଆର ସିସିଏମ/ଚିଫ୍କମର୍ସିଆଲ୍ମ୍ୟାନେଜର, ବୁକିଂ କରିବାର ବିଧି, ସ୍ୱତନ୍ତ୍ର ଟ୍ରେନର ସମୟ ନିର୍ଘଣ୍ଟ ଏବଂ ମାଲ କାଲକୁଲେଟର ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ଏବଂ ଏହାକୁ ବ୍ୟାପକ ଭାବେ ପ୍ରସାରିତ କରିବା ଲାଗି ପରାମର୍ଶ ଦିଆଯାଇଛି

ପାର୍ସଲ ସ୍ୱତନ୍ତ୍ର ଟ୍ରେନ ସଂପର୍କୀତ ବିସ୍ତୃତ ବିବରଣୀର ଲିଙ୍କ୍ଭାରତୀୟ ରେଳବାଇର ୱେବ୍ସାଇଟ୍indianrailways.gov.inରେ ଉପଲବ୍ଧ

ପାର୍ସଲ ସ୍ୱତନ୍ତ୍ର ଟ୍ରେନ ସଂପର୍କୀତ ପ୍ରତ୍ୟକ୍ଷ ଲିଙ୍କ୍ ବିସ୍ତୃତ ବିବରଣୀ ନିମ୍ନ ୱେବସାଇଟରେ ଉପଲବ୍ଧ:

https://enquiry.indianrail.gov.in/mntes/q?opt=TrainRunning&subOpt=splTrnDtl

 

*************



(Release ID: 1613608) Visitor Counter : 169


Read this release in: English