ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ର ମୁକାବିଲା ଲାଗି ‘ଆରୋଗ୍ୟ ସେତୁ’ ମୋବାଇଲ ଆପର ଶୁଭାରମ୍ଭ

प्रविष्टि तिथि: 02 APR 2020 9:27PM by PIB Bhubaneswar

କୋଭିଡ19ର ମୁକାବିଲା ଲାଗି ଭାରତ ସରକାର ଆଜି ପିପିପି ମୋଡରେ ବିକଶିତ ଏକ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି  ଏହି ଆପର ନାମ ହେଉଛି ‘ଆରୋଗ୍ୟ ସେତୁ’ ଏହା ଡିଜିଟାଲ ପଦ୍ଧତିରେ କରୋନା ସଂକ୍ରମଣ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କୁ ସହାୟତା ପ୍ରଦାନ କରିବ । ଏହି ଆପ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲୁ ଟୁଥ ଟେକ୍ନୋଲୋଜି ଏବଂ ଆଲଗୋରିଦମ ସହାୟତାରେ କାର୍ଯ୍ୟକରିବ । ଏଥିପାଇଁ ଏହି ଆପକୁ ଯେକୌଣସି ସ୍ମାର୍ଟଫୋନରେ ପ୍ରଥମେ ଇନଷ୍ଟାଲ କରିବାକୁ ପଡିବ । ଏହି ଆପ ଚତୁଃପାର୍ଶ୍ଵରେ ଥିବା ଅନ୍ୟାନ୍ୟ ସ୍ମାର୍ଟଫୋନ ଯେଉଁଥିରେ କି ଆରୋଗ୍ୟ ଆପ ଇନଷ୍ଟାଲ ହୋଇଥିବ ଏବଂ ସେ ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତି ଯଦି କରୋନା ସଂକ୍ରମିତ ହୋଇଥିବେ ତେବେ ଏହା ଗଣନା କରି ଆପଣଙ୍କୁ ସୂଚୀତ କରିଦେବ ।  ଏହି ଆପରେ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ ସୁରକ୍ଷିତ ଏବଂ ଏହା ଗୋପନୀୟତା ରକ୍ଷା କରିବ । ଏହା 11 ଟି ଭାଷାରେ ଉପଲବ୍ଧ ହେବ । କରୋନା ପରି ଏକ ଆନ୍ତର୍ଜାତିକ ମହାମାରୀର ମୁକାବିଲାରେ ଏହା ସରକାରଙ୍କ ସହାୟତା କରିବ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜି ପ୍ରୟୋଗର ଏହା ଶ୍ରେଷ୍ଠ ନିଦର୍ଶନ ।

 

************


(रिलीज़ आईडी: 1610503) आगंतुक पटल : 362
इस विज्ञप्ति को इन भाषाओं में पढ़ें: English