କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ
କୋଭିଡ-19 ଲକଡାଉନ ସମୟରେ ଆପ୍ରେଣ୍ଟିସଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଷ୍ଟାଇପେଣ୍ଡ ମିଳିବା ଜାରି ରହିବ : ଡ. ମହେନ୍ଦ୍ର ନାଥ ପାଣ୍ଡେ
• ସମସ୍ତ ପ୍ରତିଷ୍ଠାନ ମାନ୍ୟତାପ୍ରାପ୍ତ ଏବଂ ବୈକଳ୍ପିକ ଉଭୟ କାର୍ଯ୍ୟରେ ନିୟୋଜିତ ଆପ୍ରେଣ୍ଟିସଙ୍କ ପାଇଁ ଲାଗୁ ସମ୍ପୂର୍ଣ୍ଣ ଷ୍ଟାଇପେଣ୍ଡ ପଇଠ କରିବେ
• ଏନଏପିଏସ ସମ୍ବନ୍ଧୀୟ ଦିଶା-ନିର୍ଦ୍ଦେଶ ଅନୁସାରେ, ଲକଡାଉନ ଅବଧି ଲାଗି ସରକାରଙ୍କ ପକ୍ଷରୁ ଏନଏପିଏସ ଅନ୍ତର୍ଗତ ପ୍ରତିଷ୍ଠାନଗୁଡ଼ିକୁ ଷ୍ଟାଇପେଣ୍ଡ ପରିଶୋଧ ବା ଫେରସ୍ତ କରି ଦିଆଯିବ
ପୋଷ୍ଟ କରାଯିବା ଦିନାଙ୍କ:
31 MAR 2020 9:26PM by PIB Bhubaneswar
ନୋଭେଲ କରୋନା ଭୂତାଣୁ (କୋଭିଡ-19) ସଂକ୍ରମଣକୁ ପ୍ରତିହତ କରିବା ଏବଂ ଜନସାଧାରଣଙ୍କୁ ସହଯୋଗ ଦେବା ଲାଗି ସରକାରୀ ପ୍ରତିବଦ୍ଧତା ସ୍ଵରୂପ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସମସ୍ତ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ମାନ୍ୟତାପ୍ରାପ୍ତ ଏବଂ ବୈକଳ୍ପିକ ଉଭୟ କାର୍ଯ୍ୟରେ ନିୟୋଜିତ ଆପ୍ରେଣ୍ଟିସଙ୍କ ଲାଗି ସମ୍ପୂର୍ଣ୍ଣ ଷ୍ଟାଇପେଣ୍ଡ ପରିଶୋଧ କରିବାକୁ ଏସବୁ ପ୍ରତିଷ୍ଠାନକୁ ବିଧିବଦ୍ଧ ଭାବେ ସୂଚିତ କରାଯାଇଛି । ଏହାବ୍ୟତୀତ, ଜାତୀୟ ଆପ୍ରେଣ୍ଟିସ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ସହ ଜଡ଼ିତ ଦିଶା-ନିର୍ଦ୍ଦଶେ ଅନୁସାରେ, ଲକଡାଉନ ଅବଧି ଲାଗି ସରକାରଙ୍କ ଦ୍ଵାରା ଏନଏପିଏସ ଅନ୍ତର୍ଗତ ପ୍ରତିଷ୍ଠାନଗୁନିକୁ ଷ୍ଟାଇପେଣ୍ଡ ପଇଠ କିମ୍ବା ଫେରସ୍ତ କରି ଦିଆଯିବ ।
ଆପ୍ରେଣ୍ଟିସ ଆଇନ, 1961 ଏବଂ ଏହାର ଅନ୍ତର୍ଗତ ଆପ୍ରେଣ୍ଟିସ ନିୟମରେ ଏହା ଉଲ୍ଲେଖ କରାଯାଇଛି ଯେ ଯଦି କୌଣସି ମାନ୍ୟତାପ୍ରାପ୍ତ କାର୍ଯ୍ୟରେ ନିୟୋଜିତ ଆପ୍ରେଣ୍ଟିସ ସେହି ପ୍ରତିଷ୍ଠାନରେ ଆନ୍ଦୋଳନ କିମ୍ବା ତାଲାବନ୍ଦ କିମ୍ବା ଛଟେଇ କାରଣରୁ ଆପ୍ରେଣ୍ଟିସ ସମ୍ବନ୍ଧୀୟ ପ୍ରଶିକ୍ଷଣ ଅବଧି ପୂରଣ କରିବାରେ ସକ୍ଷମ ହେଉନାହାନ୍ତି, ତା’ହେଲେ ସେମାନଙ୍କ ଆପ୍ରେଣ୍ଟିସ ଅବଧି ବୃଦ୍ଧି କରାଯିବ । ଆନ୍ଦୋଳନ କିମ୍ବା ତାଲାବନ୍ଦ କିମ୍ବା ଛଟେଇ ଅବଧି ବୃଦ୍ଧି ସମୟ କିମ୍ବା ଛଅ ମାସର ସର୍ବାଧିକ ଅବଧି ପର୍ଯ୍ୟନ୍ତ, ଏଥିମଧ୍ୟରୁ ଯାହା କମ ହୋଇଥିବ, ସେହି ସମୟ ପାଇଁ ସମ୍ପୃକ୍ତ ଆପ୍ରେଣ୍ଟିସଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ।
କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ଏ ସମ୍ପର୍କରେ ବିବୃତି ରଖି କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମେ ଆଗେଇ ଆସି ପରସ୍ପରକୁ ସହାୟତା କରିବାର ଆବଶ୍ୟକତା ରହିଛି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟବସାୟୀମାନଙ୍କୁ ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ସହାନୁଭୂତି ପୂର୍ବକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିବେଦନ କରିଛନ୍ତି । ଏହାକୁ ଧ୍ୟାନରେ ରଖି ଦେଶର ଯୁବକମାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ଆମେ ଏହି ନିଷ୍ପତ୍ତି ଗ୍ରହଣ କରିଛୁ ।
***************
(ରିଲିଜ ଆଡି: 1609723)
ପରିଦର୍ଶକ କାଉଣ୍ଟର : 155