ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ସମୟ ଅତିକ୍ରାନ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ପଞ୍ଜୀକରଣ ବୈଧତା ଜୁନ 30 ଯାଏ ବଢିଲା

• ଫିଟନେସ, ପରମିଟ ଓ ଅନ୍ୟାନ୍ୟ ମୋଟରଯାନ କାଗଜପତ୍ରର ବୈଧତା ମିଆଦ ମଧ୍ୟ ସରକାର ବଢାଇଲେ

Posted On: 31 MAR 2020 1:36PM by PIB Bhubaneshwar

ଫେବୃଆରୀ ପହିଲା ସୁଦ୍ଧା ଶେଷ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ, ପରମିଟ ଓ ଗାଡ଼ି ପଞ୍ଜୀକରଣ ଓ ଅନ୍ୟାନ୍ୟ ମୋଟରଯାନ କାଗଜପତ୍ରର ବୈଧତାକୁ ସରକାର ଆସନ୍ତା ଜୁନ 30 ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଦିଆଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଏସବୁ ମୋଟରଯାନ କାଗଜପତ୍ର ଯାହାର ବୈଧତା ଫେବୃଆରୀ 1 ସୁଦ୍ଧା ଶେଷ ହୋଇଛି ସେସବୁକୁ ଜୁନ ଶେଷ ଯାଏ ବୈଧଭାବେ ଗ୍ରହଣ କରିବାକୁ ହେବ । ସାମ୍ପ୍ରତିକ କରୋନା ସଂକ୍ରମଣ ଜନିତ ସ୍ଥିତି ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏବେ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ଲୋକେ ନିଜ ମୋଟରଯାନର ଲାଇସେନ୍ସ, ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ରର ନବୀକରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ପରିବହନ କାର୍ଯ୍ୟାଳୟମାନ ଏବେ ବନ୍ଦ ଥିବାରୁ ଏ କ୍ଷେତ୍ରରେ ଅଧିକ ଅସୁବିଧା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ।

ସଂପୂର୍ଣ୍ଣଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଅନୁରୋଧ କରାଯାଇଛି । ଏହି କୋହଳ ବ୍ୟବସ୍ଥା ଦ୍ୱାରା ସଂକଟର ଏହି କ୍ଷଣରେ ଲୋକେ, ପରିବହନକାରୀ ଓ ବିଭିନ୍ନ ସଂଗଠନ ଅତ୍ୟାବଶ୍ୟକ ସେବା ସୁବିଧାରେ ଯୋଗାଇପାରିବେ ଏବଂ କୌଣସି ପ୍ରକାର ଅସୁବିଧା ବା ହଇରାଣ ହରକତର ସମ୍ମୁଖୀନ ହେବେ ନାହିଁ ବୋଲି ମନ୍ତ୍ରଣାଳୟ ପଧକ୍ଷରୁ କୁହାଯାଇଛି ।

 

**********



(Release ID: 1609503) Visitor Counter : 182


Read this release in: English