ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଟେଲିଭିଜନର ସୁବର୍ଣ୍ଣ ଯୁଗ ଫେରାଇ ଆଣିଛି ଦୂରଦର୍ଶନ

ଡିଡି ଚ୍ୟାନେଲ, ଲୋକସଭା ଟିଭି, ରାଜ୍ୟସଭା ଟିଭି ଚ୍ୟାନେଲର ବାଧ୍ୟତାମୂଳକ ପ୍ରସାରଣ ପାଇଁ କେବୁଲ ଅପରେଟରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2020 1:33PM by PIB Bhubaneswar

ଲକଡାଉନ ଅବଧିରେ ଲୋକମାନଙ୍କର ଘରେ ରହଣୀକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ଦୂରଦର୍ଶନ ନିଜର ସୁବର୍ଣ୍ଣ ଯୁଗ ସୋଗୁଡ଼ିକୁ ଟେଲିଭିଜନକୁ ଫେରାଇ ଆଣିବା ପାଇଁ ଯୋଜନା ରଖିଛି ।  ନିମ୍ନଲିଖିତ ସୋଗୁଡ଼ିକ ପୁନଃପ୍ରସାରଣ ହେବାକୁ ଧାର୍ଯ୍ୟ ହୋଇଛି ।

1. ଚାଣକ୍ୟ: ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ 47ଟି ଅଧ୍ୟାୟର ଏହି ସୋ2020 ଏପ୍ରିଲ ପ୍ରଥମ ସପ୍ତାହରୁ ଡିଡି ଭାରତୀରେ ଅପରାହ୍ଣ ସମୟରେ ପ୍ରସାରଣ ପାଇଁ ଯୋଜନା କରାଯାଇଛି

2. ଉପନିଷଦ୍ ଗଙ୍ଗା: ଚିନ୍ମୟ ମିସନ ଟ୍ରଷ୍ଟ ଦ୍ୱାରା ପ୍ରାୟୋଜିତ ତଥା ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ 52ଟି ଅଧ୍ୟାୟର ଏହି ସୋ2020 ଏପ୍ରିଲ ପ୍ରଥମ ସପ୍ତାହରୁ ଡିଡି ଭାରତୀରେ ଅପରାହ୍ଣ ସମୟରେ ପ୍ରସାରଣ ପାଇଁ ଧାର୍ଯ୍ୟ ହୋଇଛି ।

3. ଶକ୍ତିମାନ: ମୁକେଶ ଖାନ୍ନା ଅଭିନୀତ ଏହି ପ୍ରସିଦ୍ଧ ସିରିଆଲ 2020 ଏପ୍ରିଲରୁ ଡିଡି ନ୍ୟାସନାଲ ନେଟୱର୍କରେ ଅପରାହ୍ଣ 1ଟାରେ ଘଂଟାଏ ଲେଖାଏଁ ପ୍ରସାରଣ ହେବ ।

4. ଶ୍ରୀମାନ ଶ୍ରୀମତୀ: ମାର୍କଣ୍ଡ ଅଧିକାରୀଙ୍କ ଦ୍ୱାରା ପ୍ରାୟୋଜିତ ଏହି କମେଡି ସୋ2020 ଏପ୍ରିଲରୁ ଡିଡି ନ୍ୟାସନାଲରେ ଅପରାହ୍ଣ 2ଟାରେ ପ୍ରସାରଣ ହେବ ।

5. କ୍ରିଷ୍ଣା କଳି: 18ଟି ଅଧ୍ୟାୟର ଏହି ଧାରାବାହିକ ପ୍ରତିଦିନ ଡିଡି ନ୍ୟାସନାଲରେ ସକାଳ 8.30ଟାରେ ପ୍ରସାରଣ ପାଇଁ ଯୋଜନା କରାଯାଇଛି ।

ଉପରୋକ୍ତ ଟେଲିଭିଜନ ସିରିଆଲଗୁଡ଼ିକ ପ୍ରସାରଣ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ନିମ୍ନଲିଖିତ ସୁବର୍ଣ୍ଣ ଯୁଗ ସୋ2020 ମାର୍ଚ୍ଚ 28ରୁ ଆରମ୍ଭ ହୋଇସାରିଛି ।

1. ରାମାୟଣ: ରାମାନନ୍ଦ ସାଗରଙ୍କ ଏହି ପୌରାଣିକ ଧାରାବାହିକ (35 ମିନିଟ୍ ଲେଖାଏଁର 78ଟି ଅଧ୍ୟାୟ ଏବଂ 30 ମିନିଟ୍ ଲେଖାଏଁର 30ଟି ଅଧ୍ୟାୟ) ଡିଡି ନ୍ୟାସନାଲରେ ପ୍ରତିଦିନ ସକାଳ 9ଟା ଏବଂ ସନ୍ଧ୍ୟା 9ଟାରେ ପ୍ରସାରଣ ଆରମ୍ଭ ହୋଇଛି ।

2. ମହାଭାରତ: 97ଟି ଅଧ୍ୟାୟର(45 ମିନିଟ୍ ଲେଖାଏଁ) ଏହି ଧାରାବାହିକ ଡିଡି ଭାରତୀରେ ମଧ୍ୟାହ୍ନ 12ଟା ଓ ସନ୍ଧ୍ୟା 7ଟାରେ ପ୍ରସାରଣ ହେଉଛି ।

3. ବ୍ୟୋମକେଶ ବକ୍ସି: 52ଟି ଅଧ୍ୟାୟର ଏହି ଧାରାବାହିକ ପ୍ରତିଦିନ ପୂର୍ବାହ୍ନ 11ଟା ବେଳେ 1 ଘଂଟା ଲେଖାଏଁ ପ୍ରସାରଣ ହେଉଛି ।

4. ସର୍କସ: ଶାହରୁଖ ଖାନ୍ ଅଭିନୀତ 19ଟି ଅଧ୍ୟାୟର ଏହି ଧାରାବାହିକ ସନ୍ଧ୍ୟା 8ଟା ବେଳେ ପ୍ରସାରଣ ହେଉଛି ।

5. ହମ୍ ହେଁ ନା: 60ଟି ଅଧ୍ୟାୟର ଏହି ଧାରାବାହିକ 2020 ମାର୍ଚ୍ଚ 28ରୁ ଡିଡି ନ୍ୟାସନାଲ ନେଟୱର୍କରେ ପ୍ରତିଦିନ ରାତି 10ଟାରେ ପ୍ରସାରଣ ହେଉଛି ।

6. ତୁ ତୋତା ମେଁ ମୈନା: 26ଟି ଅଧ୍ୟାୟର ଏହି ଧାରାବାହିକ 2020 ମାର୍ଚ୍ଚ 28ରୁ ଡିଡି ନ୍ୟାସନାଲ ନେଟୱର୍କରେ ପ୍ରତିଦିନ ରାତି 10.30ରେ ପ୍ରସାରିତ ହେଉଛି ।

ସେହିପରି କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ ଅଧୀନରେ ଡିଡି ଚ୍ୟାନେଲ ସମେତ ଲୋକସଭା ଓ ରାଜ୍ୟସଭା ଚ୍ୟାନେଲ ଦେଖାଇବା ନିମନ୍ତେ ଡିଟିଏଚ/କେବୁଲ ଅପରେଟରଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ଚ୍ୟାନେଲଗୁଡ଼ିକ ନ ଦେଖାଇଲେ ସେମାନଙ୍କ ବିରୋଧରେ ଆଇନର ଧାରା 11, 12 ଓ 18 ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି ଦର୍ଶକମାନେ ସେମାନଙ୍କ ପସନ୍ଦର ଡିଡି ଚ୍ୟାନେଲ ଦେଖିବାରେ ଅସମର୍ଥ ହେଉଛନ୍ତି, ସେମାନେ ଏ ସମ୍ପର୍କରେ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ରର ଷ୍ଟେସନ ମୁଖ୍ୟଙ୍କୁ କିମ୍ବା ଇ-ମେଲ କରି ଅଭିଯୋଗ କରିପାରିବେ । ଏ ସମ୍ପର୍କିତ ଏକ ଚିଠି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ।

 

**********


(ରିଲିଜ ଆଡି: 1609501) ପରିଦର୍ଶକ କାଉଣ୍ଟର : 156
ଏହି ରିଲିଜ ପଢନ୍ତୁ : English