ଜାହାଜ ଚଳାଚଳ ମନ୍ତ୍ରଣାଳୟ

ବନ୍ଦରମାନଙ୍କରେ ଜାହାଜ କଣ୍ଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ

Posted On: 29 MAR 2020 7:18PM by PIB Bhubaneshwar

ଚଳିତ ବର୍ଷ ମାର୍ଚ୍ଚ 22 ଠାରୁ ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ କଣ୍ଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ବନ୍ଦରଗୁଡିକୁ ନିର୍ଦ୍ଦେଶ ଦେଇଛି । ଭାରତୀୟ ବନ୍ଦରଗୁଡିକରେ ମାଲ ପରିବହନ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା କୌଣସି ନୂତନ ବା ଅତିରିକ୍ତ ଶୁଳ୍କ ଅସୁଲ ନକରିବା ପାଇଁ ମଧ୍ୟ କୁହାଯାଇଛି । କୋଭିଡ-19ର ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଏହି ନିଷ୍ପତ୍ତି ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗତ 25 ତାରିଖ ଦିନ ଘୋଷିତ ଦେଶବ୍ୟାପୀ ଲକଡାଉନ ପରେ ବିଭିନ୍ନ ବନ୍ଦରରେ ମାଲ ଖଲାସ ନେଇ କେତେକ ଅସୁବିଧା ଦେଖା ଦେଇଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତି ନିଆଯାଇଛି । ସେ ଦୃଷ୍ଟିରୁ କେତେକ ସ୍ଥାନରେ କାର୍ଗୋ ମାଲିକମାନେ ସେମାନଙ୍କ ଜିନିଷପତ୍ର ଖଲାସ କରିବା ନେଇ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏହି ନିର୍ଦ୍ଦେଶ ବଳରେ ସେମାନଙ୍କୁ ଆଉ କୌଣସି ପ୍ରଶାସନିକ ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡିବ ନାହିଁ ।

 

**********



(Release ID: 1609091) Visitor Counter : 131


Read this release in: English