ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ମାସର ଦରମା ପ୍ରଦାନ
ପୋଷ୍ଟ କରାଯିବା ଦିନାଙ୍କ:
29 MAR 2020 7:10PM by PIB Bhubaneswar
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ-19 ପାଇଁ ଗଠିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ତାଙ୍କର ଏକ ମାସର ଦରମା ପ୍ରଦାନ କରିଛନ୍ତି । ଏକ ଟ୍ୱିଟ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏଭଳି ବିପଦ ସମୟରେ ସଙ୍କଟରେ ପଡିଥିବା ଲୋକମାନଙ୍କୁ ଆମ୍ଭେମାନେ ସହଯୋଗର ହାତ ବଢ଼ାଇବା ଆବଶ୍ୟକ । କରୋନା ସଂକ୍ରମଣ ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋର ଗୋଟିଏ ମାସର ବେତନ ଏବଂ ସାଂସଦ ସ୍ଥାନୀୟ ବିକାଶ ପାଣ୍ଠିରୁ ଏକ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ପ୍ରଦାନ କରୁଅଛି ।
**********
(ରିଲିଜ ଆଡି: 1609086)
ପରିଦର୍ଶକ କାଉଣ୍ଟର : 134