ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

ଲକଡାଉନ୍ ଅବଧିରେ ଦିବ୍ୟାଙ୍ଗମାନଙ୍କୁ ସର୍ବନିମ୍ନ ଆବଶ୍ୟକ ସେବା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟକୁ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ଅନୁରୋଧ

Posted On: 28 MAR 2020 3:54PM by PIB Bhubaneshwar

ଲକଡାଉନ୍ ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆବଶ୍ୟକ ସର୍ବନିମ୍ନ ସେବା ଯୋଗାଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛି ।

ଗୃହ ମନ୍ତ୍ରାଳୟ ସଚିବଙ୍କୁ ଏକ ଚିଠି ଲେଖି ଦିବ୍ୟାଙ୍ଗ ସଶକ୍ତିକରଣ ସଚିବ ଜଣାଇଛନ୍ତି ଯେ ବିପଦ ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସବୁଠାରୁ ଅବହେଳିତ ହୋଇଥାନ୍ତି । ସେମାନଙ୍କ ଅକ୍ଷମତା କାରଣରୁ ସେମାନଙ୍କୁ ଲଗାତର ଯତ୍ନ ଓ ସହାୟତାର ଆବଶ୍ୟକ । ସେମାନଙ୍କ ମଧ୍ୟରୁ ଅନେକ ନିଜର ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ କେୟାରଟେକର, ସହାୟିକା ଓ ଅନ୍ୟ ସହାୟତା ସେବା ଉପରେ ନିର୍ଭରଶୀଳ । ଲକଡାଉନ୍ ସମୟରେ ସହାୟିକା/କେୟାରଗିଭରମାନେ ସେମାନଙ୍କ ଘରେ ପହଂଚିବା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଦେଶର ବିଭିନ୍ନ ଭାଗରୁ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ନିକଟକୁ କଲ୍ ଆସୁଛି । ଯଦିଓ କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ କିନ୍ତୁ ଏଭଳି ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅତ୍ୟାବଶ୍ୟକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେବା ସରକାରଙ୍କ ଦାୟିତ୍ୱ ।

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ କେୟାରଗିଭର/ସହାୟିକାଙ୍କୁ ପ୍ରାଥମିକତା ଭିତିରେ ତତ୍କାଳ ପାସ୍ ଜାରି କରିବା ଉଦ୍ଦେଶ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଆଇନ ପ୍ରବର୍ତନ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଅନୁରୋଧ କରିଛି । ଯଦି ଆବଶ୍ୟକ ପଡ଼େ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଡିଲ କରୁଥିବା ଜିଲ୍ଲା ଅଧିକାରୀ ଏହାର ତୁରନ୍ତ ଯାଂଚ କରିବା ଉଚିତ । ଏପରିକି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନୁରୋଧ ଖବରକୁ ତୁରନ୍ତ ଜିଲ୍ଲା ପ୍ରଶାସନ ପାଖରେ ପହଂଚାଇବାକୁ ସ୍ଥାନୀୟ ପୁଲିସକୁ ପରାମର୍ଶ ଦେବାକୁ ମଧ୍ୟ ଚିଠିରେ କୁହାଯାଇଛି ।

**********



(Release ID: 1609004) Visitor Counter : 120


Read this release in: English