ଶକ୍ତି ମନ୍ତ୍ରଣାଳୟ
ଭେଣ୍ଟିଲେଟର କିଣିବାକୁ ଏସଜେଭିଏନ ଦେବ ଏକ କୋଟି ଟଙ୍କା
ପୋଷ୍ଟ କରାଯିବା ଦିନାଙ୍କ:
27 MAR 2020 12:09PM by PIB Bhubaneswar
କେନ୍ଦ୍ର ଉର୍ଜା ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ମିନିରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏସଜେଭିଏନ ଲିଃ କରୋନା ସଂକ୍ରମଣର ମୁକାବିଲା ପାଇଁ ଏକ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ନୀତିଗତ ଭାବେ ନିଷ୍ପତ୍ତି ନେଇଛି । ଉଦ୍ୟୋଗର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନନ୍ଦଲାଲ ଶର୍ମା କହିଛନ୍ତି ଯେ ଏହି ଅର୍ଥରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେଉଥିବା ଭେଣ୍ଟିଲେଟର କିଣାଯିବ । ଏହି ଭେଣ୍ଟିଲେଟର ଗୁଡ଼ିକ ମଧ୍ୟରୁ 6ଟି ସିମଳାସ୍ଥିତ ଇନ୍ଦିରା ଗାନ୍ଧୀ ମେଡ଼ିକାଲ କଲେଜ ହସ୍ପିଟାଲ ଓ 5ଟି ତଣ୍ଡାସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମେଡ଼ିକାଲ କଲେଜରେ ବ୍ୟବହୃତ ହେବ । ଏହାଛଡ଼ା ଅବଶିଷ୍ଟ ଭେଣ୍ଟିଲେଟରକୁ ଖବେରିର ରାମପୁର ହସ୍ପିଟାଲକୁ ଦିଆଯିବ ।
ଶ୍ରୀ ଶର୍ମା କହିଛନ୍ତି ଯେ ତାଙ୍କ ସଂସ୍ଥା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି । ମାସ୍କ, ସାନିଟାଇଜର ଓ ଗ୍ଲୋଭ ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ କିଣିବାକୁ ଏସଜେଭିଏନ ଲିଃ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି ।
**********
(ରିଲିଜ ଆଡି: 1608750)
ପରିଦର୍ଶକ କାଉଣ୍ଟର : 142