ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
କୋଭିଡ-19 ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ମାସର ବେତନ ପ୍ରଦାନ କରିବେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର
ପୋଷ୍ଟ କରାଯିବା ଦିନାଙ୍କ:
27 MAR 2020 12:04PM by PIB Bhubaneswar
କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ ସନ୍ତୋଷ ଗଙ୍ଗୱାର କୋଭିଡ-19 ମହାମାରୀ ଜନିତ ରିଲିଫ କାର୍ଯ୍ୟ ପାଇଁ ଏକ ମାସର ଦରମା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଘୋଷଣା କରି ଶ୍ରୀ ଗଙ୍ଗୱାର କହିଥିଲେ ଯେ କୋଭିଡ-19 ମହାମାରୀର ମୁକାବିଲା କରିବା ପାଇଁ ଆମେ ଯେକୌଣସି ଭାବେ ନିଜ ନିଜର ଯୋଗଦାନ କରୁଛୁ । ଏହି ବୈଶ୍ୱିକ ମହାମାରୀର ମୁକାବିଲା ପାଇଁ ମୁଁ ଗୋଟିଏ ମାସର ଦରମା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛି ।
ଶ୍ରୀ ଗଙ୍ଗୱାର କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର, ଜନସାଧାରଣଙ୍କ ପାଇଁ ଖାସକରି ଗରିବ ଏବଂ ଶ୍ରମିକମାନଙ୍କ ପାଇଁ ଉଚିତ ଏବଂ ସଠିକ ସମୟରେ ରିଲିଫ ପ୍ରଦାନର ବ୍ୟବସ୍ଥା କରୁଛନ୍ତି ।
**********
(ରିଲିଜ ଆଡି: 1608748)
ପରିଦର୍ଶକ କାଉଣ୍ଟର : 148