ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସତିଶ ଗୁଜରାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2020 11:30AM by PIB Bhubaneswar

ସତିଶ ଗୁଜରାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ସତିଶ ଗୁଜରାଲଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ନିଜର ରଚନାତ୍ମକ ଏବଂ ସଂକଳ୍ପ ଜରିଆରେ ପ୍ରତିକୂଳ ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରିଥିଲେ । ଏଥିପାଇଁ ତାଙ୍କର ସମ୍ମାନ କରାଯାଉଥିଲା । ତାଙ୍କର ପ୍ରବଳ ବୌଦ୍ଧିକ ଇଚ୍ଛାଶକ୍ତି ଯୋଗୁ ସେ ପ୍ରଶଂସିତ ହୋଇଥିଲେ ଏବଂ ଉଚ୍ଚ ସ୍ଥାନରେ ପହଂଚିପାରିଥିଲେ । କିନ୍ତୁ ସେ ସର୍ବଦା ନିମ୍ନ ସ୍ତର ସହିତ ଜଡିତ ଥିଲେ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଓମ ଶାନ୍ତି ।

 

**********


(ରିଲିଜ ଆଡି: 1608737) ପରିଦର୍ଶକ କାଉଣ୍ଟର : 120
ଏହି ରିଲିଜ ପଢନ୍ତୁ : English