ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ବ୍ୟାପକ ପ୍ରସ୍ତୁତି

Posted On: 26 MAR 2020 6:53PM by PIB Bhubaneshwar

କୋଭିଡ-19କୁ ନେଇ କ୍ରମବର୍ଦ୍ଧିଷ୍ଣୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ବ୍ୟାପକ ପଦକ୍ଷେପ ନେଇଛି । କୋଭିଡ-19 ମହାମାରୀ ଯୋଗୁଁ ହେଉଥିବା ବିଭିନ୍ନ ସମସ୍ୟାର ସମାଧନ ପାଇଁ ମନ୍ତ୍ରଣାଳୟ ଏକ ଟାକ୍ସ ଫୋର୍ସ ଗଠନ କରିଛି । ଏହି ଟାକ୍ସ ଫୋର୍ସ ଜରିଆରେ ଗବେଷଣା ଓ ପରିପାଠୀ ପରୀକ୍ଷାଗାର, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ ଓ ଏମଏସଏମଇର ସହଯୋଗ ଦ୍ୱାରା ନିଦାନ, ପରୀକ୍ଷାନିରିକ୍ଷା, ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକ ଯନ୍ତ୍ରପାତି ବଜାରରେ ଉପଲବ୍ଧ କରାଇବ । ଏହିସବୁ ଜିନିଷ ମଧ୍ୟରେ ମାସ୍କ, ସାନିଟାଇଜର, ସ୍କ୍ରିନିଂ ପାଇଁ ଆବଶ୍ୟକ କିଟ୍ସ ଓ ଅନ୍ୟାନ୍ୟ ସୁରକ୍ଷା ଜିନିଷ, ଭେଂଟିଲେଟର ଓ କରୋନା ସଂକ୍ରମଣ ବୃଦ୍ଧିର ପର୍ଯ୍ୟବେକ୍ଷଣ କରିବା ଇତ୍ୟାଦି ଅର୍ନ୍ତଭୂକ୍ତ । ଏହି ଟାସ୍କ ଫୋର୍ସ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରତିନିଧି, ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ, ଭାରତୀୟ ଚିକିତ୍ସା ଓ ଗବେଷଣା ପରିଷଦ, ବୈଦ୍ୟୁତିକ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ, ବିଜ୍ଞାନ ଓ ଶିଳ୍ଫ ଗବେଷଣା ପରିଷଦ, ଅଟଳ ଇନୋଭେସନ ମିଶନ, ଏମଏସଏମଇ, ଷ୍ଟାର୍ଟଅପ ଇଣ୍ଡିଆ ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ସଦସ୍ୟମାନେ ରହିବେ ।

କୋଭିଡ-19 ନିମନ୍ତେ ଆବଶ୍ୟକ ବୈଷୟିକ ସମାଧାନର ସୂତ୍ର ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ନୋଡାଲ ଅଧିକାରୀମାନେ ଷ୍ଟାର୍ଟଅପ ତଥା ଅନ୍ୟାନ୍ୟ ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ଆହରଣ କରିବେ  ।

ଏହିସବୁ ଜିନିଷପତ୍ରର ତ୍ୱରିତ ଆହରଣ ଓ ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦୁଇଟି ପୃଥକ ପୃଥକ ପ୍ରସ୍ତାବ ରଖିଛି । ଗୋଟିଏ ପ୍ରସ୍ତାବ ବିଜ୍ଞାନ ଓ ଯାନ୍ତ୍ରିକ ଓ ଗବେଷଣା ବୋର୍ଡ ଅଧିନରେ ରଖିଥିବା ବେଳେ ଅନ୍ୟଟି ପ୍ରଯୁକ୍ତି ବିଦ୍ୟା ବିକାଶ ବୋର୍ଡ ଅଧିନରେ ରହିଛି ।

 

**********



(Release ID: 1608374) Visitor Counter : 150


Read this release in: English