କ୍ୟାବିନେଟ

ରେଳବାଇ କ୍ଷେତ୍ରରେ ଭାରତ ଓ ଜର୍ମାନୀ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

Posted On: 25 MAR 2020 1:13PM by PIB Bhubaneshwar

ଭାରତ ସରକାରଙ୍କ ରେଳବାଇ ମନ୍ତ୍ରଣାଳୟ ସହିତ ଜର୍ମାନୀର ବିଡି ଇଞ୍ଜିନିୟରିଂ ଓ କନସଲଟିଙ୍ଗ ଜିଏମବିଏଚ ମଧ୍ୟରେ ବୈଷୟିକ ସହଯୋଗ ଲାଗି ସ୍ଵାକ୍ଷରିତ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି ଏହି ବୁଝାମଣା ଫେବୃଆରୀ 2020ରେ ସ୍ଵାକ୍ଷରିତ ହୋଇଥିଲା ।  

ବିବରଣୀ:

ଏହି ବୁଝାମଣା ଦ୍ଵାରା ନିମ୍ନଲିଖିତ ରେଳବାଇ କ୍ଷେତ୍ରଗୁଡିକରେ ବୈଷୟିକ ସହଯୋଗ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇପାରିବ-

  1. ମାଲ ପରିଚାଳନା (ସୀମାପାର, ମୋଟର ବାହନ ଏବଂ ଲଜିଷ୍ଟିକ ପରିବହନ ସହିତ)
  2. ଯାତ୍ରୀ ପରିଚାଳନା (ଦ୍ରୁତ ଗତି ଏବଂ ସୀମାପାର ଯାତାୟାତ ସହିତ)
  3. ଭିତ୍ତିଭୂମି ନିର୍ମାଣ ଏବଂ ପ୍ରବନ୍ଧନ (ସମର୍ପିତ ମାଲ କରିଡର ଏବଂ ଯାତ୍ରୀବାହୀ ଷ୍ଟେସନଗୁଡିକର ବିକାଶ ସହିତ)
  4. ଏକ ଆଧୁନିକ, ପ୍ରତିଯୋଗୀ ରେଳ ସଂଗଠନ ବିକାଶ(ସଙ୍ଗଠନାତ୍ମକ ଭିତ୍ତିଭୂମିର ବିକାଶ ଏବଂ ରେଳବାଇର ପୁନର୍ଗଠନ ସହିତ)
  5. ରେଳବାଇର ପରିଚାଳନା, ବିପଣନ ଓ ବିକ୍ରୀ ସହିତ ପ୍ରଶାସନିକ ଉଦ୍ଦେଶ୍ୟ ଲାଗି ଆଇଟି ସମାଧାନ
  6.  ଭବିଷ୍ୟତ ରକ୍ଷଣାବେକ୍ଷଣ
  7. ବେସରକାରୀ ରେଳ ପରିଚାଳନା ଏବଂ
  8. ଦୁଇ ପକ୍ଷ ମଧ୍ୟରେ ଅନ୍ୟ କୌଣସି କ୍ଷେତ୍ରରେ ହୋଇଥିବା ଲିଖିତ ରାଜିନାମା

 

**********



(Release ID: 1608278) Visitor Counter : 146


Read this release in: English