ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେଡିକାଲ ସମୁଦାୟ ପ୍ରତିନିଧି- ଡାକ୍ତର, ନର୍ସ ଓ ଲ୍ୟାବ ଟେକ୍ନିସିଆନ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

• କୋଭିଡ-19ର ମୁକାବିଲା କରିବାକୁ ଦେଶ ଉଦ୍ଦେଶ୍ୟରେ ନିସ୍ୱାର୍ଥପର ସେବା ପାଇଁ ମେଡିକାଲ ସମୁଦାୟଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
• ଦେଶ ଜୟଯୁକ୍ତ ହେବ ବୋଲି ଆପଣମାନଙ୍କର ସକାରାତ୍ମକ ମନୋଭାବ ମୋର ମନରେ ଗଭୀର ଆତ୍ମବିଶ୍ୱାସ ଆଣୁଛି : ପ୍ରଧାନମନ୍ତ୍ରୀ
• ମେଡିକାଲ ଚିକିତ୍ସା ପାଇଁ ଟେଲିପରାମର୍ଶର ବହୁଳ ବ୍ୟବହାର ପାଇଁ ଦିଆଯାଇଥିବା ପ୍ରସ୍ତାବର ବିଚାର କରିବେ ସରକାର : ପ୍ରଧାନମନ୍ତ୍ରୀ
• ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ : ପ୍ରଧାନମନ୍ତ୍ରୀ

Posted On: 24 MAR 2020 1:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତର, ନର୍ସ ଓ ଲ୍ୟାବ ଟେକ୍ନିସିଆନଙ୍କ ସମେତ ସାରା ଦେଶର ମେଡିକାଲ ସମୁଦାୟ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି

ଭାରତରେ କୋଭିଡ-19ର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ମେଡିକାଲ ପେସାଦାରଙ୍କ ନିସ୍ୱାର୍ଥପର କାର୍ଯ୍ୟକୁ  ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଲେ ଯେ ଜନତା କର୍ଫ୍ୟୁବେଳେ ସାରାଦେଶ ସେମାନଙ୍କୁ ଅଭିନନ୍ଦନ ଜଣାଇଛି ଏବଂ ପୁଣିଥରେ ସେମାନଙ୍କ ସେବା ପାଇଁ ସେ ସ୍ୱୀକୃତି ଦେଉଛନ୍ତି । ସେ କହିଲେ ଯେ ମେଡିକାଲ ସମୁଦାୟଙ୍କ ପରିବାରର ସଦସ୍ୟଙ୍କ ସହଯୋଗ ସେମାନଙ୍କ ସମର୍ଥନର ସ୍ତମ୍ବ ହୋଇଥିବା କାରଣ ଲାଗି ଏହାକୁ ସ୍ଵୀକାର କରିବା ମହତ୍ଵପୂର୍ଣ୍ଣ  ଅଟେ  

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ସମ୍ମୁଖରେ ଦେଖାଦେଇଥିବା ଆହ୍ୱାନ ଅପ୍ରତ୍ୟାଶିତ ଓ ଐତିହାସିକ । ଏଭଳି ସମୟରେ ସାରା ଦେଶ ଏକ ଆଶାର କିରଣ ସହ ମେଡିକାଲ ସମୁଦାୟକୁ ଅପେକ୍ଷା କରିଛନ୍ତି ଏବଂ ଏଭଳି ଏକ ବିଶାଳ ଆହ୍ୱାନକୁ ସାମ୍ନା କରିବା ସମୟରେ ଯେପରି ସେମାନଙ୍କର ଆଦର୍ଶ ନିମ୍ନମୁଖୀ ନ ହୁଏ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ସରକାରଙ୍କ ତରଫରୁ ମେଡିକାଲ ସମୁଦାୟକୁ ସବୁ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆବଶ୍ୟକ ସବୁ ପ୍ରୋଟୋକଲ ଅନୁସରଣ କରିବା ସହ ସଂକ୍ରମଣରୁ ଦୂରେଇ ରହିବା ପାଇଁ ପର୍ଯ୍ୟାପ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କଣ କରାଯିବା ଉଚିତ, ଣ କରାଯିବା ଅନୁଚିତ, ସେ ସମ୍ପର୍କରେ ସାଧାରଣ ଜନତାଙ୍କୁ ମାର୍ଗଦର୍ଶନ କରାଇବା ସହ ଆତ୍ମ କ୍ୱାରେଂଟାଇନର ଗୁରୁତ୍ୱ ଓ ଲୋକମାନେ ଏନେଇ କେଉଁଠି ଚିକିତ୍ସା ପାଇପାରିବେ, ତାହାନେଇ ଉପଦଶ ଦେବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସବୁ ଦିଗରୁ ସଚେତନତା ସୃଷ୍ଟି ସହ ଅଣ-ବୈଜ୍ଞାନିକ ଥେରାପୀର ପ୍ରୟୋଗ ଓ ଭୂଲ୍ ତଥ୍ୟକୁ ନିରୁତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି । ମୁଣ୍ଡ ଉପରେ ଥିବା ଆହ୍ୱାନର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ ଟେକ୍ନିସିଆନଙ୍କୁ ତ୍ୱରିତ ପ୍ରଶିକ୍ଷଣ ପ୍ରଦାନ କରି ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନର ଜରୁରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ମେଡିକାଲ ସମୁଦାୟ ପ୍ରତିନିଧିମାନେ ପ୍ରଶଂସା କରିଥିଲେ । ସଂକଳ୍ପ ଓ ସନ୍ୟମ୍ମନ୍ତ୍ର ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଫ୍ଲୋରେନ୍ସ ନାଇଟ୍ଆଙ୍ଗେଲଙ୍କ 200ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଥିବାରୁ ଅଲ୍ ଇଣ୍ଡିଆ ନର୍ସେସ୍ ଫେଡେରେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଜରୁରୀ ଲୋକମାନଙ୍କୁ ମେଡିକାଲ ଓ ମନସ୍ତାତ୍ୱିକ ସହାୟତା ଯୋଗାଇଦେବା ନେଇ ସେମାନଙ୍କର ପଦକ୍ଷେପ ସମ୍ପର୍କରେ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । କୋଭିଡ୍-19 ମାମଲାର ମୁକାବିଲା ପାଇଁ କ୍ୱାରେଂଟାଇନ୍ ପଦକ୍ଷେପ ଓ ସମର୍ପିତ ହସ୍ପିଟାଲ/ବିଭାଗର ଗୁରୁତ୍ୱ ତଥା ଅନଲାଇନ୍ ଟ୍ରେନିଂ ମଡ୍ୟୁଲ ଉପର ସେମାନେ କହିଥିଲେ । ବର୍ତ୍ତମାନର ଜରୁରୀ ସମୟରେ ମେଡିକାଲ ସମୁଦାୟ ପ୍ରତି ସମାଜ ପକ୍ଷରୁ ଆବଶ୍ୟକ ସମ୍ବେଦନଶୀଳତା ସମ୍ପର୍କରେ ସେମାନେ କହିଥିଲେ ।

ମେଡିକାଲ ପ୍ରତିନିଧିଙ୍କ ବ୍ୟାପକ ତଥା ବିଭିନ୍ନ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଯେ ମେଡିକାଲ ଚିକିତ୍ସା ପାଇଁ ଟେଲିପରାମର୍ଶର ବହୁଳ ବ୍ୟବହାର ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସରକାର ସମୀକ୍ଷା କରିବେ । ସେ ପୁନଶ୍ଚ କହିଥିଲେ, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ନିରାପତ୍ତା ସମସ୍ୟାକୁ ସବୁଠୁ ଗୁରୁତ୍ୱର ସହ ବିଚାର କରାଯିବ । ବର୍ତ୍ତମାନ ସମୟର ଆହ୍ୱାନ ନେଇ ମେଡିକାଲ ସମୁଦାୟଙ୍କ ସକାରାତ୍ମକ ମନୋଭାବ ଦେଶକୁ ନିଶ୍ଚିତ ସଫଳ କରିବ ଏବଂ ଏହା  ତାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇଛି ବୋଲି ସେ କହିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ମଧ୍ୟ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଥିଲେ । ସେ ଏବେକାର ପରିସ୍ଥିତି ସହ ତାଳ ଦେବାପାଇଁ ଆବଶ୍ୟକ ସକ୍ରିୟ, ଉତ୍ତମ ପ୍ରତିକାର ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଆଲୋଚନାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଆଇସିଏମ୍ଆର୍ ଡିଜି ମଧ୍ୟ ଅଂଶଗ୍ରହଣ କରିଥିଲେ ।

 

**********



(Release ID: 1608276) Visitor Counter : 156


Read this release in: English