କ୍ୟାବିନେଟ

ବସ୍ତ୍ର ଓ ପରିଧାନ ରପ୍ତାନି ଉପରେ ଟିକସ ରିହାତି ଅବଧି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2020 8:05PM by PIB Bhubaneswar

ବସ୍ତ୍ର ପରିଧାନର ରପ୍ତାନି ଉପରେ ରାଜ୍ୟ କେନ୍ଦ୍ରୀୟ ଟିକସ ଏବଂ ଲେଭିରେ ରିହାତି (ଆରଓଏସସିଟିଏଲ) ଯୋଜନା 1 ଏପ୍ରିଲ, 2020 ପରେ ମଧ୍ୟ ଜାରି ରହିବ ରପ୍ତାନି ଉତ୍ପାଦ ଉପରେ ଟିକସ ଶୁଳ୍କ ଛାଡ଼ (ଆରଓଡିଟିଇପି) ଯୋଜନା ସହିତ ସମ୍ମିଶ୍ରଣ ପର୍ଯ୍ୟନ୍ତ ଏହି ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି

ଆରଓଡିଟିଇପି ଯୋଜନା ସହିତ ଆରଓଏସସିଟିଏଲ ଯୋଜନା ନମିଶିବା ପର୍ଯ୍ୟନ୍ତ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଯୋଜନାର ଦିଶାନିର୍ଦ୍ଦେଶ ଏବଂ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ ସମସ୍ତ ବସ୍ତ୍ର ଏବଂ ପରିଧାନ ରପ୍ତାନି କ୍ଷେତ୍ରରେ  ଆରଓଏସସିଟିଏଲ ଯୋଜନା 1 ଏପ୍ରିଲ, 2020 ପରେ ମଧ୍ୟ ଜାରି ରହିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି

31 ମାର୍ଚ୍ଚ 2020 ପରେ ଏହି ଯୋଜନା ଜାରି ରହିବା ଫଳରେ ବୟନ ଶିଳ୍ପ କ୍ଷେତ୍ର ପାଇଁ ବିଭିନ୍ନ ଟିକସ/ଲେଭିରେ ରିହାତି ମିଳିପାରିବ ଫଳରେ ଏହି କ୍ଷେତ୍ର ଅଧିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବ

 

********


(ରିଲିଜ ଆଡି: 1608174) ପରିଦର୍ଶକ କାଉଣ୍ଟର : 162
ଏହି ରିଲିଜ ପଢନ୍ତୁ : English