କ୍ୟାବିନେଟ

ଦେଶରେ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ସାମଗ୍ରୀ/ଔଷଧ ପ୍ରସ୍ତୁତି ସାମଗ୍ରୀ ଓ ସକ୍ରିୟ ଔଷଧୀୟ ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ କ୍ୟାବିନେଟ ମଞ୍ଜୁରି

Posted On: 21 MAR 2020 1:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ଯୋଜନାଗୁଡିକୁ ମଞ୍ଜୁରି ଦେଇଛନ୍ତି:

କ) ଆଗାମୀ 5 ବର୍ଷରେ 3 ହଜାର କୋଟି ଟଙ୍କା ବିନିମୟରେ 3ଟି ବଲ୍‌କ ଡ୍ରଗ ପାର୍କରେ ସାଧାରଣ ଭିତ୍ତିଭୂମି ସୁବିଧାକୁ ବିତ୍ତୀୟ ସହାୟତା ପ୍ରଦାନ କରି ବଲ୍‌କ ଡ୍ରଗ ପାର୍କ ପ୍ରୋତ୍ସାହନ ଯୋଜନା ।

ଖ) ଆଗାମୀ 8 ବର୍ଷରେ 6940 କୋଟି ଟଙ୍କା ବିନିଯୋଗ କରି ଦେଶରେ ଗୁରୁତ୍ୱପୂର୍ଣ୍ଣ କେଏସଏମ/ଔଷଧ ପ୍ରସ୍ତୁତି ସାମଗ୍ରୀ ଓ ଏପିଆଇର ଘରୋଇ ଉତ୍ପାଦନ ପାଇଁ ଉତ୍ପାଦନ ଜଡିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ।

ବିସ୍ତୃତ ବିବରଣୀ:

କ) ବଲ୍‌କ ଡ୍ରଗ ପାର୍କକୁ ପ୍ରୋତ୍ସାହନ

1) ରାଜ୍ୟଗୁଡିକ ସହଯୋଗରେ ଦେଶରେ 3ଟି ବୃହତ ବଲ୍‌କ ଡ୍ରଗ ପାର୍କ ବିକଶିତ କରିବାକୁ ନିଷ୍ପତ୍ତି

2) ପ୍ରତି ବଲ୍‌କ ଡ୍ରଗ ପାର୍କ ସ୍ଥାପନ ପାଇଁ ଭାରତ ସରକାର ରାଜ୍ୟଗୁଡିକୁ ସର୍ବାଧିକ 1 ହଜାର କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ।

3) ପାର୍କଗୁଡିକରେ ବିଭିନ୍ନ ସାଧାରଣ ସୁବିଧା ଯଥା- ଦ୍ରାବକ ପୁନରୁଦ୍ଧାର କାରଖାନା, ବିଶୋଧକ କାରଖାନା, ବିଦ୍ୟୁତ ଓ ବାଷ୍ପ ୟୁନିଟ, ସାଧାରଣ ବର୍ଜ୍ୟ ବିଶୋଧକ କାରଖାନା ।

4) ଏହି ଯୋଜନା ପାଇଁ ଆଗାମୀ 5 ବର୍ଷରେ 3 ହଜାର କୋଟି ଟଙ୍କା ମଞ୍ଜୁର ହେବ ।  

ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା

ଚିହ୍ନିତ 53ଟି ଅତି ଗୁରୁତ୍ୱପୂର୍ଣ୍ଣ ବଲ୍‌କ ଡ୍ରଗର ଯୋଗ୍ୟ ଉତ୍ପାଦକଙ୍କୁ ଆଗାମୀ 6 ବର୍ଷ ମଧ୍ୟରେ ବିକ୍ରି ବୃଦ୍ଧି ଉପରେ ସହାୟତା ପ୍ରଦାନ କରାଯିବ ଓ ଏଥିପାଇଁ 2019-20କୁ ଆଧାର ବର୍ଷ ବିବେଚନା କରାଯିବ ।

ଚିହ୍ନିତ 53ଟି ବଲ୍‌କ ଡ୍ରଗ ମଧ୍ୟରୁ 26ଟି ବିଘଟନ ଆଧାରିତ ବଲ୍‌କ ଡ୍ରଗ ଓ 27 ରାସାୟନିକ ସଂଶ୍ଳେଷଣ ଆଧାରିତ ବଲ୍‌କ ଡ୍ରଗ ।

ବିଘଟନ ଆଧାରିତ ବଲ୍‌କ ଡ୍ରଗ ପାଇଁ ପ୍ରୋତ୍ସାହନ ହାର 20 ପ୍ରତିଶତ (ବୃଦ୍ଧିପ୍ରାପ୍ତ ବିକ୍ରି ମୂଲ୍ୟରେ) ଓ ରାସାୟନିକ ସଂଶ୍ଳେଷଣ ଆଧାରିତ ବଲ୍‌କ ଡ୍ରଗ ପାଇଁ 10 ପ୍ରତିଶତ ।

ଆଗାମୀ 8 ବର୍ଷରେ 6940 କୋଟି ଟଙ୍କା ମଞ୍ଜୁର ହେବ ।

ପ୍ରଭାବ           

ବଲ୍‌କ ଡ୍ରଗ ପାର୍କ ପ୍ରୋତ୍ସାହନ:

ଦେଶରେ ବଲ୍‌କ ଡ୍ରଗ ଉତ୍ପାଦନ ଖର୍ଚ୍ଚ କମାଇବା ଓ ବଲ୍‌କ ଡ୍ରଗ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା କମାଇବା ।

ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା:

ବୃହତ ପୁଞ୍ଜିନିବେଶ ଆକର୍ଷିତ କରି ଦେଶରେ ଗୁରୁତ୍ୱପୂର୍ଣ୍ଣ କେଏସଏମ/ଔଷଧ ପ୍ରସ୍ତୁତି ସାମଗ୍ରୀ ଓ ଏପିଆଇର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଯୋଗାଇବା ଏହି ଯୋଜନାର ଉଦ୍ଦେଶ୍ୟ । ଏହା ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ କେଏସଏମ/ଔଷଧ ପ୍ରସ୍ତୁତି ସାମଗ୍ରୀ ଓ ଏପିଆଇ ପାଇଁ ଅନ୍ୟ ଦେଶ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ ।

ଏହାଦ୍ୱାରା ଆଗାମୀ 8 ବର୍ଷରେ 46,400 କୋଟି ଟଙ୍କାର ବିକ୍ରୟ ବୃଦ୍ଧି ଓ ଅତିରିକ୍ତ ରୋଜଗାର ସୃଷ୍ଟି ସମ୍ଭାବନା ।

କାର୍ଯ୍ୟାନ୍ୱୟନ

ବଲ୍‌କ ଡ୍ରଗ ପାର୍କ ପ୍ରୋତ୍ସାହନ

ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ରାଜ୍ୟ କାର୍ଯ୍ୟାନ୍ୱୟନ ଏଜେନ୍ସି(ଏସଆଇଏ) ଦ୍ୱାରା ଏହି ଯୋଜନା କାର୍ଯ୍ୟାନ୍ୱୟନ ହେବ ଓ ତିନିଟି ବୃହତ ବଲ୍‌କ ଡ୍ରଗ ପାର୍କ ସ୍ଥାପନର ଲକ୍ଷ୍ୟ ରହିଛି ।   

ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା:

ଏହି ଯୋଜନା ଫାର୍ମାସ୍ୟୁଟିକାଲ ବିଭାଗ ଦ୍ୱାରା ଚୟନ ହୋଇଥିବା ପ୍ରକଳ୍ପ ପ୍ରବନ୍ଧନ ଏଜେନ୍ସି (ପିଏମଏ) ଦ୍ୱାରା କାର୍ଯ୍ୟାନ୍ୱୟନ କରାଯିବ । 53ଟି ଗୁରୁତ୍ୱପୂର୍ଣ୍ଣ ବଲ୍‌କ ଡ୍ରଗ ଉତ୍ପାଦନ (କେଏସଏମ/ଔଷଧ ପ୍ରସ୍ତୁତି ସାମଗ୍ରୀ ଓ ଏପିଆଇ) ପାଇଁଏହି ଯୋଜନା ଲାଗୁ ହେବ ।

ଲାଭ:  

3ଟି ବଲ୍‌କ ଡ୍ରଗ ପାର୍କକୁ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରି ସାଧାରଣ ଭିତ୍ତିଭୂମି ସୁବିଧା ସୃଷ୍ଟି କରାଯିବ ।

ଦେଶରେ ବଲ୍‌କ ଡ୍ରଗ ଉତ୍ପାଦନ ଖର୍ଚ୍ଚ କମାଇବା ଓ ବଲ୍‌କ ଡ୍ରଗ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା କମାଇବା ।

ପୃଷ୍ଠଭୂମି:

ଆକାର ଅନୁଯାୟୀ ଭାରତୀୟ ଔଷଧ ଉଦ୍ୟୋଗ ବିଶ୍ୱର ତୃତୀୟ ସର୍ବବୃହତ ଉଦ୍ୟୋଗ । ଏହି ଉପଲବ୍ଧି ସତ୍ୱେ ମଧ୍ୟ ଭାରତ ମୌଳିକ କଂଚା ମାଲ ଉଦାହରଣ ସ୍ୱରୂପ ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ବଲ୍‌କ ଡ୍ରଗ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ । କିଛି ନିର୍ଦ୍ଦିଷ୍ଟ ବଲ୍‌କ ଡ୍ରଗ କ୍ଷେତ୍ରରେ ଆମଦାନୀ ନିର୍ଭରଶୀଳତା 80 ରୁ 100 ପ୍ରତିଶତ ।

ନାଗରିକଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନିରନ୍ତର ଔଷଧ ଯୋଗାଣ ଜରୁରୀ । ଯୋଗାଣ ଶୃଙ୍ଖଳାରେ କୌଣସି ପ୍ରତିବନ୍ଧକ ଔଷଧର ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଏ, ଯାହା ସମଗ୍ର ଦେଶର ଅର୍ଥନୀତି ସହ ଜଡିତ । ବଲକ ଡ୍ରଗ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଖୁବ ଜରୁରୀ ।

 

**********

 



(Release ID: 1608061) Visitor Counter : 201


Read this release in: English