ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଓ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଶୁଭେଚ୍ଛା ଆଦାନପ୍ରଦାନ

ପୋଷ୍ଟ କରାଯିବା ଦିନାଙ୍କ: 24 MAR 2020 5:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ଉଭୟ ନେତା ନବରୋଜ ଶୁଭେଚ୍ଛାର ଆଦାନପ୍ରଦାନ କରିଥିଲେ ଯାହାକି ଦୁଇ ଦେଶ ମଧ୍ୟରେ ଥିବା ଐତିହ୍ୟ ଓ ସାଂସ୍କୃତିକ ସଂପର୍କକୁ ଦର୍ଶାଉଛି ।

ଦୁଇନେତା ଉଭୟ ଦେଶରେ ବଢି ଚାଲିଥିବା କୋଭିଡ-19 ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ ଏବଂ ସହଯୋଗକୁ ଅଧିକ ସୁଦୃଢ କରିବା ନେଇ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

 

**********


(ରିଲିଜ ଆଡି: 1607943) ପରିଦର୍ଶକ କାଉଣ୍ଟର : 201
ଏହି ରିଲିଜ ପଢନ୍ତୁ : English