ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ଜନତା କର୍ଫ୍ୟୁ ଦୀର୍ଘ ଲଢେଇର ଆରମ୍ଭ ମାତ୍ର – ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                22 MAR 2020 9:10AM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଟ୍ଵିଟ ମାଧ୍ୟମରେ କହିଛନ୍ତି ଯେ, ଏହା ହେଉଛି କୋଭିଡ-19 ବିରୁଦ୍ଧରେ ହେବାକୁଥିବା ଦୀର୍ଘ ଲଢେଇର ଆରମ୍ଭ ମାତ୍ର ଏବଂ ଆମକୁ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେବ । ଏଥିରେ ଲୋକଙ୍କୁ ଆତ୍ମତୃପ୍ତି ନହେବାକୁ ସତର୍କ କରିବା ସହିତ ଏହାକୁ ସଫଳ ଭାବି ଖୁସି ନ ମନେଇବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, “ଆଜି, ଦେଶବାସୀ ପ୍ରମାଣ ଦେଇଛନ୍ତି ଯେ, ଆମେ ସମର୍ଥବାନ, ଆମେ ଥରେ ନିଷ୍ପତ୍ତି ନେଲେ, ଆମେ ସବୁଠୁ ବଡ ଆହ୍ଵାନକୁ ମିଳିତଭାବେ ପରାଜିତ କରିପାରିବୁ । 
ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଉଥିବା ପରାମର୍ଶକୁ ଗ୍ରହଣ କରିବା ନିମନ୍ତେ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ । ସେ ଲକଡାଉନ ହୋଇଥିବା ଜିଲ୍ଲା ଓ ରାଜ୍ୟରେ ଥିବା ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଥିଲେ ଏବଂ ଅନ୍ୟ ଅଞ୍ଚଳର ଲୋକମାନଙ୍କୁ କେବଳ ଅତି ଜୁରୁରୀ ପରିସ୍ଥିତିରେ ଘରୁ ବାହାରିବାକୁ ନିବେଦନ କରିଥିଲେ ।   
**********
                
                
                
                
                
                (Release ID: 1607848)
                Visitor Counter : 208