ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କରୋନା ଭୂତାଣୁ ବିରୁଦ୍ଧରେ ଲଢେଇ କରୁଥିବା ଲୋକଙ୍କ ପ୍ରତି ଦେଶବାସୀଙ୍କ କୃତଜ୍ଞତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

• ‘ଜୟଯାତ୍ରାର ଆରମ୍ଭ’– ପ୍ରଧାନମନ୍ତ୍ରୀ

प्रविष्टि तिथि: 22 MAR 2020 9:05AM by PIB Bhubaneswar

କରୋନା ଭୂତାଣୁ ବିରୁଦ୍ଧରେ ଲଢେଇ ଜାରି ରଖିଥିବା ଲୋକଙ୍କ ପ୍ରତି ଦେଶବାସୀ ଆଜି ଜଣାଇଥିବା କୃତଜ୍ଞତା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏକାଧିକ ଟ୍ଵିଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, “କରୋନା ଭୂତାଣୁ ବିରୁଦ୍ଧରେ ଲଢେଇ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଦେଶ ଧନ୍ୟବାଦ ଜଣାଇଛି । ଦେଶବାସୀଙ୍କୁ ଅନେକ ଧନ୍ୟବାଦ” ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19 ସଂକ୍ରମଣ ବିରୁଦ୍ଧରେ ଦୀର୍ଘ ଲଢେଇରେ ଦେଶବାସୀଙ୍କ ବିଜୟର ଯାତ୍ରା ଆରମ୍ଭ ହୋଇଛି । ଏହି ସଂକଳ୍ପ ଏବଂ ସଂଯମତା ଆଧାରରେ ନିଜକୁ ସାମାଜିକ ଦୂରତାର ସିଦ୍ଧାନ୍ତରେ ବାନ୍ଧି ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।

 

**********


(रिलीज़ आईडी: 1607845) आगंतुक पटल : 200
इस विज्ञप्ति को इन भाषाओं में पढ़ें: English