ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବୈଦ୍ୟୁତିକ ଗଣମାଧ୍ୟମର ପ୍ରମୁଖ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• କୋଭିଡ-19 ଏକ ଜୀବନକାଳୀନ ଆହ୍ୱାନ, ଏହାକୁ ନୂଆ ଏବଂ ଅଭିନବ ଢଙ୍ଗରେ ମୁକାବିଲା କରିବାର ଆବଶ୍ୟକତା ରହିଛି : ପ୍ରଧାନମନ୍ତ୍ରୀ
• ସାମ୍ବାଦିକ, କ୍ୟାମେରାମ୍ୟାନ ଓ ଟେକ୍ନିସିଆନମାନଙ୍କ କଠିନ ପରିଶ୍ରମ ମହାନ ରାଷ୍ଟ୍ରସେବା : ପ୍ରଧାନମନ୍ତ୍ରୀ
• ଗଣମାଧ୍ୟମ ସକାରାତ୍ମକ ସମ୍ବାଦ ଜରିଆରେ ନିରାଶାବାଦ ଓ ଭୟ ଦୂର କରିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 MAR 2020 8:45AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀକୋଭିଡ-19ସଂକ୍ରମଣ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳ ସମସ୍ୟା ଉପରେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲର ପ୍ରମୁଖ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଏହି ମହାମାରୀର ଗମ୍ଭୀର ବିପଦକୁ ବ୍ୟାପକ ଭାବେ ବୁଝିବା ଲାଗି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ ଦିଗରେ ସଚେତନତା ସୃଷ୍ଟି କରିବାରେ ଚ୍ୟାନେଲଗୁଡ଼ିକ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ ସେ ସାମ୍ବାଦିକ, କ୍ୟାମେରାମ୍ୟାନ ଟେକ୍ନନିସିଆନମାନଙ୍କ ସମର୍ପଣ ଭାବନା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ଯେଉଁମାନେ ଦେଶର ବିଭିନ୍ନ କ୍ଷେତ୍ରକୁ ଯାଇ ତଥା ନ୍ୟୁଜ ରୁମରେ ରହି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କର ଏହି କଠିନ ପରିଶ୍ରମକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ସେବାର ଆଖ୍ୟା ଦେଇଥିଲେ ସେ କେତେକ ଚ୍ୟାନେଲର ଅଭିନବ ଉପାୟ ଯେପରିକି ଘରେ ଥାଇ ସମ୍ବାଦ ପରିବେଷଣ କରିବାର ବ୍ୟବସ୍ଥା କରାଯିବାକୁ ମଧ୍ୟ ପ୍ରଶଂସା କରିଥିଲେ

ପ୍ରଧାନମନ୍ତ୍ରୀକୋଭିଡ-19କୁ ଏକ ଜୀବନକାଳୀନ ଆହ୍ୱାନ ଭାବେ ଆଖ୍ୟା ଦେଇ କହିଥିଲେ ଯେ ଅଭିନବ ଏବଂ ନୂଆ ଉପାୟରେ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି ଆମ ସମ୍ମୁଖରେ ଏକ ଦୀର୍ଘ ଲଢ଼େଇ ରହିଛି ତେଣୁସାମାଜିକ ଦୂରତା ବା ପରସ୍ପର ଠାରୁ ଦୂରରେ ରହିବାବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଅତ୍ୟନ୍ତ ଜରୁରି ଏଥିପାଇଁ ଚ୍ୟାନେଲଗୁଡ଼ିକ ପାଇଁ ଏହା ଆବଶ୍ୟକ ଯେ ସେମାନେ ନୂଆ ଘଟଣାକ୍ରମ ଏବଂ ପ୍ରମୁଖ ସରକାରୀ ନିର୍ଣ୍ଣୟ ସମ୍ପର୍କରେ ସାଧାରଣ ଜନତାଙ୍କୁ ତୁରନ୍ତ ଏବଂ ଅତି ପେସାଦାର ଢଙ୍ଗରେ ସାଧାରଣ ଜନତାଙ୍କ ବୁଝିବା ଭଳି ଭାଷାରେ ବୁଝାଇବା ଜରୁରି

ଗୋଟିଏ ପଟେ ବେପରୁଆ ମନୋଭାବ ପୋଷଣ ନକରିବା ସତର୍କ ରହିବା ଲାଗି ଲୋକମାନଙ୍କୁ ପରାମର୍ଶ ଦେବା ଏବଂ ଅନ୍ୟପଟେ ସକାରାତ୍ମକ ସଂଚାର ବା ସମ୍ବାଦ ଜରିଆରେ ଲୋକମାନଙ୍କ ମଧ୍ୟରେ ରହିଥିବା ନିରାଶାବାଦ ଭୟ ଦୂର କରିବା ଚ୍ୟାନେଲଗୁଡ଼ିକର ଦାୟିତ୍ୱ ବୋଲି ସେ କହିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାକ୍ତର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସର୍ବଦା ଉତ୍ସାହିତ କରିବା ଅତ୍ୟନ୍ତ ଜରୁରି କାରଣ ସେମାନେ ହିଁ ଏହି ଲଢ଼େଇରେ ନେତୃତ୍ୱ ନେଉଛନ୍ତି

ଆବଶ୍ୟକ ସୂଚନା ଏବଂ ମତାମତ ସଂଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ହେଉଛନ୍ତି ସମାଚାର ଚ୍ୟାନେଲ ସରକାର ଏସବୁ ମତାମତ ଉପରେ  ନିରନ୍ତର କାର୍ଯ୍ୟ  କରୁଛନ୍ତି କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ସମ୍ବାଦଦାତା ଏବଂ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ବୁମ ମାଇକ ପ୍ରଦାନ କରିବା ଏବଂ ସାକ୍ଷାତକାର ନେବା ସମୟରେ ଅତି କମରେ 1 ମିଟର ଦୂରତା ବଜାୟ ରଖିବା ଭଳି ସତର୍କତା ଅବଲମ୍ବନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ

ବିଜ୍ଞାନ ସମ୍ବନ୍ଧୀୟ ରିପୋର୍ଟ ବା ସୂଚନା ଅଧିକରୁ ଅଧିକ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ସମ୍ପୂର୍ଣ୍ଣ ସଠିକ ସୂଚନା ରଖୁଥିବା ଲୋକମାନଙ୍କୁ ଆଲୋଚନାରେ ସାମିଲ କରିବା ଏବଂ ଭୁଲ ସୂଚନା ପ୍ରସାର ସମସ୍ୟାରୁ ବର୍ତ୍ତିବା ଲାଗି ସେ ପରାମର୍ଶ ଦେଇଥିଲେ ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ନାଗରିକମାନଙ୍କ ମଧ୍ୟରେ ଶୃଙ୍ଖଳା ସାମାଜିକ ଦୂରତା ବଜାୟ ରଖିବା ଉପରେ ସେ ଆଲୋକପାତ କରିଥିଲେ

ଏହି ଗମ୍ଭୀର ଆହ୍ୱାନର ମୁକାବିଲା କରିବା ଲାଗି ଗଣମାଧ୍ୟମ ଜଗତର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ ଏହି ମହାମାରୀର ମୁକାବିଲା ଦିଗରେ ମିଳିମିଶି କାର୍ଯ୍ୟ କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ

ସାଧାରଣ ଜନତାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ଏହି ପ୍ରତିନିଧିମାନେ ତାଙ୍କୁ ରାଷ୍ଟ୍ରକୁ ଆହୁରି ଅଧିକ ଥର ସମ୍ବୋଧିତ କରିବା ଲାଗି ଅନୁରୋଧ କରିଥିଲେ ସକାରାତ୍ମକ କାହାଣୀ, ବିଶେଷ କରି କୋଭିଡ-19କୁ ପରାଜିତ କରିଥିବା ଲୋକମାନଙ୍କ ଅଭିଜ୍ଞତାକୁ ନିଜର ଉଦବୋଧନରେ ସାମିଲ କରିବା ଲାଗି ଅନୁରୋଧ କରିଥିଲେ ଏହି ପ୍ରତିନିଧିମାନେ କହିଥିଲେ ଯେ ସମ୍ବାଦଦାତାଙ୍କ ଯାଞ୍ଚ କରିବା ଲାଗି ଏଭଳି ସ୍ୱତନ୍ତ୍ର ବିଭାଗ ପ୍ରତିଷ୍ଠା କରାଯାଇପାରିବ ଯେଉଁଥିରେ ଡାକ୍ତର 24 ଘଣ୍ଟା ଉପଲବ୍ଧ ରହିଥିବେ ଏହାଦ୍ୱାରା ମହାମାରୀ ସହ ଜଡ଼ିତ ଗୁଜବର ମୁକାବିଲା ଦିଗରେ ସହାୟତା ମିଳିପାରିବ ଏହି ପରାମର୍ଶ ମଧ୍ୟ ଦିଆଯାଇଥିଲା ଯେ ପ୍ରସାର ଭାରତୀ ପ୍ରତିଦିନ ଏକ ପ୍ରାମାଣିକ ସୂଚନା ଦେବା ଆବଶ୍ୟକ ଯାହାର ଉପଯୋଗ ଅନ୍ୟାନ୍ୟ ଟିଭି ଚ୍ୟାନେଲ କରିପାରିବେ

ଏହି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଏବଂ ବହୁମୂଲ୍ୟ ସୂଚନା ଦେବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ସେ ଚ୍ୟାନେଲଗୁଡ଼ିକୁ ଅନୁରୋଧ କରିଥିଲେ ଯେ ସେମାନେ ଡିଜିଟାଲ ପଇଠ କରିବା ଲାଗି ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରନ୍ତୁ, ଯାହାଦ୍ୱାରା ନଗଦ ଟଙ୍କା ମାଧ୍ୟମରେ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇହେବ ସେ ଚ୍ୟାନେଲଗୁଡ଼ିକୁ ବିଜ୍ଞାନ ସମ୍ବନ୍ଧୀୟ ରିପୋର୍ଟ କିମ୍ବା ସୂଚନାର ବ୍ୟାପକ ଉପଯୋଗ କରି ଅନ୍ଧବିଶ୍ୱାସ ପ୍ରସାର ସମସ୍ୟା ମୁକାବିଲା ପାଇଁ ପରାମର୍ଶ ଦେଇଥିଲେ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଆବଶ୍ୟକ ସୂଚନାକୁ ସକ୍ରିୟତାପୂର୍ବକ ପ୍ରସାର ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଠାରୁ ସୂଚନା ସଂଗ୍ରହ କରୁଥିବା ଖବରଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ସେ କୋଭିଡ-19 ମୁକାବିଲା ଲାଗି ସରକାରଙ୍କ ଶ୍ରେଣୀବଦ୍ଧ ଉପାୟ ପ୍ରଣାଳୀ (ଗ୍ରେଡେଡ ରେସପନ୍ସ ସିଷ୍ଟମ) ଏବଂ ଆହ୍ୱାନର ମୁକାବିଲା ଲାଗି କ୍ଷମତା ନିର୍ମାଣ ନିମନ୍ତେ ହେଉଥିବା ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ

ଭାରତୀୟ ଚିକିତ୍ସା ଗବେଷଣା ପରିଷଦର (ଆଇସିଏମଆର) ମହାନିର୍ଦ୍ଦେଶକ କହିଥିଲେ ଯେ ପରୀକ୍ଷଣ ରଣନୀତି ଅନ୍ତର୍ଗତ ଶ୍ରେଣୀବଦ୍ଧ କିମ୍ବା କ୍ରମିକ ପ୍ରୟାସକୁ କାର୍ଯ୍ୟକାରୀ କରାଯାଉଛି ଏହା ସହିତ ପରୀକ୍ଷଣ କିଟ ଲାଗି ଅନୁମୋଦନ ମଧ୍ୟ ତ୍ୱରାନ୍ୱିତ ହୋଇଛି

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାର ବରିଷ୍ଠ ପ୍ରତିନିଧି, ସମ୍ପାଦକମାନେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ

*********


(ରିଲିଜ ଆଡି: 1607839) ପରିଦର୍ଶକ କାଉଣ୍ଟର : 287
ଏହି ରିଲିଜ ପଢନ୍ତୁ : English