କ୍ୟାବିନେଟ

ଆୟୁଷ୍ମାନ ଭାରତର ଆୟୁଷ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଉପାଦାନକୁ ଜାତୀୟ ଆୟୁଷ ମିଶନରେ ସାମିଲ ପାଇଁ କ୍ୟାବିନେଟ୍ ଅନୁମୋଦନ

Posted On: 21 MAR 2020 8:21AM by PIB Bhubaneshwar

ଆୟୁଷ୍ମାନ ଭାରତର ଆୟୁଷ ହେଲ୍ ଆଣ୍ଡ ୱେଲନେସ୍ ସେଣ୍ଟର (ଆୟୂଷ ଏଚ୍ଡବ୍ଲ୍ୟୁସି) ଉପାଦାନକୁ ରାଷ୍ଟ୍ରୀୟ ଆୟୁଷ ମିସନ (ଏନ୍ଏଏମ୍‌)ରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି

ଏହି ପ୍ରସ୍ତାବ ଅନୁସାରେ 5 ବର୍ଷ ଅର୍ଥାତ୍ 2019-20 ରୁ 2023-24 ମଧ୍ୟରେ ଆୟୁଷ ଏଚଡବ୍ଲ୍ୟୁସି କାର୍ଯ୍ୟକାରୀ କରିବା ପାଇଁ 3399.35 କୋଟି ଟଙ୍କା (2209.58 କୋଟି ଟଙ୍କା କେନ୍ଦ୍ର ଭାଗ 1189.77 କୋଟି ଟଙ୍କା ରାଜ୍ୟ ଭାଗ ଆକାରରେ) ଖର୍ଚ୍ଚ ହେବ

ଏନ୍ଏଏମ୍ ଅଧୀନରେ ଆୟୁଷ ଏଚ୍ଡବ୍ଲ୍ୟୁସି ଉପାଦାନ କାର୍ଯ୍ୟକାରୀ ଦ୍ୱାରା ନିମ୍ନଲିଖିତ ଉଦ୍ଦେଶ୍ୟ ହାସଲ ହେବ:

1. ଆୟୁଷ ସିଦ୍ଧାନ୍ତ ପ୍ରାକ୍ଟିସ ଆଧାରରେ ପ୍ରତିଷେଧକ ପ୍ରୋତ୍ସାହନମୂଳକ, ଆରୋଗ୍ୟମୂଳକ, ଉପଶମକାରକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଏହାକୁ ପୁରୁଣା ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସହ ସମନ୍ୱିତ କରି ଏକ ସାମଗ୍ରିକ ୱେଲନେସ୍ ମଡେଲ ସ୍ଥାପନ

2. ଲୋକମାନଙ୍କ ପାଇଁ ଆୟୁଷ ଚିକିତ୍ସା ସେବାର ବିକଳ୍ପ ଯୋଗାଇବା

3. ଆୟୁଷ ସେବାରେ ଜୀବନଶୈଳୀ, ଖାଦ୍ୟପେୟ, ଯୋଗ, ଔଷଧୀୟ ବୃକ୍ଷ ସମ୍ପର୍କରେ ଗୋଷ୍ଠୀ ସଚେତନତା ଏବଂ ଆୟୁଷ ବ୍ୟବସ୍ଥାର ସବଳତା ଅନୁସାରେ ବଛାବଛା ସ୍ଥିତି ପାଇଁ ମେଡିସିନ ବ୍ୟବସ୍ଥା କରାଇବା

ଆୟୁଷ ମନ୍ତ୍ରଣାଳୟ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଅନ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରି ସାରା ଦେଶରେ 12,500 ଆୟୁଷ ହେଲ୍ ଆଣ୍ଡ ୱେଲନେସ୍ ସେଣ୍ଟର ପରିଚାଳନା ପାଇଁ ନିମ୍ନଲିଖିତ 2ଟି ମଡେଲର ପ୍ରସ୍ତାବ ଦେଇଛି

- ପୁରୁଣା ଆୟୁଷ ଡିସ୍ପେନସରୀର ଆଧୁନିକୀକରଣ (ପାଖାପାଖି 10,000)

- ପୁରୁଣା ଉପ ସ୍ୱାସ୍ଥ୍ୟ କେନ୍ଦ୍ର (ଏସ୍ଏଚ୍ସି)ଗୁଡ଼ିକର ଆଧୁନିକୀକରଣ (ପାଖାପାଖି 2,500)

ଲାଭ:

 - ଶସ୍ତା ଚିକିତ୍ସା ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ ହାସଲ ପାଇଁ ସମ୍ପ୍ରସାରିତ ମାର୍ଗ ପ୍ରଶସ୍ତ ହେବ

- ଦ୍ୱିତୀୟ ତୃତୀୟକ ସ୍ତରର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରୁ ବୋଝ ହ୍ରାସ କରିବ

- ‘ଆତ୍ମ ଯତ୍ନଶୀଳମଡେଲ କାରଣରୁ ଏହା ଲୋକମାନଙ୍କ ବ୍ୟୟ କମାଇବ

- ନୀତି ଆୟୋଗ ଦ୍ୱାରା ବାଧ୍ୟତାମୂଳକ ହୋଇଥିବା ଏସ୍ଡିଜି-3 କାର୍ଯ୍ୟକାରିତାରେ ସମନ୍ୱିତ ହେବ ଆୟୁଷ

- ଧାର୍ଯ୍ୟ କ୍ଷେତ୍ରରେ ସାମଗ୍ରିକ ୱେଲନେସ୍ ମଡେଲ କାର୍ଯ୍ୟକାରୀ ହୋଇପାରିବ

ସୂଚନାଯୋଗ୍ୟ ଯେ ଜାତୀୟ ସ୍ୱାସ୍ଥ୍ୟ ନୀତି 2017ରେ ଏକ ବହୁମୁଖୀ ସମନ୍ୱିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଧୀନରେ ଆୟୁଷ ବ୍ୟବସ୍ଥା (ଆୟୁର୍ବେଦ, ଯୋଗ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ, ସୋସ୍‌-ରିଗ୍ପା ହୋମିଓପାଥି)କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା

ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ପୁରୁଣା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବଦଳାଇ 1.5 ଲକ୍ଷ ହେଲ୍ ଆଣ୍ଡ ୱେଲନେସ୍ ସେଂଟର ସୃଷ୍ଟି ପାଇଁ 2018 ଫେବ୍ରୁଆରୀରେ ଭାରତ ସରକାର ନିଷ୍ପତ୍ତି ନେଇଥିଲେ

ଆୟୁଷ୍ମାନ ଭାରତ ଅଧୀନରେ ମୋଟ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରୁ 10% ଅର୍ଥାତ୍ 12,500 କେନ୍ଦ୍ରକୁ ଆୟୁଷ ମନ୍ତ୍ରାଳୟ ହେଲ୍ ଆଣ୍ଡ ୱେଲନେସ୍ ସେଂଟର ଭାବେ ପରିଚାଳନା କରିବ ବୋଲି ନିଷ୍ପତ୍ତି ହୋଇଥିଲା

ଆୟୁଷ ସିଦ୍ଧାନ୍ତ ପ୍ରାକ୍ଟିସ ଆଧାରରେ ସାମଗ୍ରିକ ୱେଲନେସ୍ ମଡେଲ ସ୍ଥାପନ କରି ଜନସାଧାରଣଙ୍କୁଆତ୍ମ ଯତ୍ନଶୀଳକରାଇ ରୋଗ ବୋଝ ସେମାନଙ୍କ ବ୍ୟୟ କମାଇବା ଲୋକମାନଙ୍କୁ ଏକ ଉପଯୁକ୍ତ ବିକଳ୍ପ ପ୍ରଦାନ କରିବା ଏହି ପ୍ରସ୍ତାବର ଲକ୍ଷ୍ୟ

 

***********

 



(Release ID: 1607833) Visitor Counter : 158


Read this release in: English