ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

• ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି କହିଲେ ପ୍ରଧାନମନ୍ତ୍ରୀ
• ନାଗରିକମାନଙ୍କୁ ନିରନ୍ତର ସେବା ଯୋଗାଉଥିବା ଆଇଟି ପେସାଦାର ଓ କର୍ମଚାରୀଙ୍କୁ ପ୍ରଶଂସା

Posted On: 21 MAR 2020 9:17PM by PIB Bhubaneshwar

ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି ସମସ୍ତଙ୍କୁ କହିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଘରେ କ୍ୱାରେଂଟାଇନ (ପୃଥକ ହୋଇ ରହିବା) ଲାଗି କୁହାଯାଇଛି ସେମାନେ ତାହା ପାଳନ କରନ୍ତୁ ।

ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭୁଲିବେ ନାହିଁ-ସତର୍କ ରହିବେ ଭୟଭୀତ ନୁହେଁ! କେବଳ ଘର ଭିତରେ ରହିବା ଜରୁରି ନୁହେଁ ଆପଣ ରହୁଥିବା ସହର ଓ ନଗର ମଧ୍ୟରେ ରହିବା ମଧ୍ୟ ଜରୁରି । ଅନାବଶ୍ୟକ ଯାତ୍ରା ଆପଣଙ୍କୁ କିମ୍ବା ଅନ୍ୟମାନଙ୍କୁ ସହାୟକ ହେବ ନାହିଁ । ଏପରି ସମୟରେ, ଆମ ପକ୍ଷରୁ ପ୍ରତ୍ୟେକ ଛୋଟିଆ ପଦକ୍ଷେପ ଏକ ବଡ଼ ପ୍ରଭାବ ପକାଇବ ।

ଏହି ସମୟରେ ଡାକ୍ତର ଓ ପ୍ରଶାସନର ପରାମର୍ଶକୁ ଆମେ ମାନିବା ଉଚିତ । ଘରେ ଅଲଗା ହୋଇ ରହିବା ଲାଗି ଯେଉଁମାନଙ୍କୁ କୁହାଯାଇଛି, ସେମାନେ ଦୟାକରି ନିର୍ଦ୍ଦେଶ ମାନନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଏହା ଆପଣମାନଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାରକୁ ସୁରକ୍ଷିତ ରଖିବ

ନାଗରିକମାନଙ୍କୁ ସେବା ଯୋଗାଉଥିବା ଆଇଟି ପେସାଦାର ଏବଂ କର୍ମଚାରୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-19 ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଆଗାମୀ ବର୍ଷଗୁଡ଼ିକରେ ସେମାନେ ସ୍ମରଣୀୟ ହୋଇ ରହିବେ ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଥିଲେ, “ସେମାନେ ନାୟକ, ସେମାନେ ଅସାଧାରଣ ବ୍ୟକ୍ତିତ୍ୱ ଯେଉଁମାନଙ୍କ ଉଲ୍ଲେଖନୀୟ ଭୂମିକା ଆଗାମୀ ଦିନରେ ସ୍ମରଣୀୟ ହୋଇ ରହିବ ।

ସମ୍ପୂର୍ଣ୍ଣ ଠିକ! ଭାରତ ଆମର ଆଇଟି ପେସାଦାରମାନଙ୍କୁ ନେଇ ଗର୍ବିତ । ସେମାନେ ନାଗରିକମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଉଛନ୍ତିନବୋନ୍ମେଷକାରୀ ଏବଂ ପେସାଦାରମାନଙ୍କ ସମୁଦାୟ କୋଭିଡ-19 ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

 

**********



(Release ID: 1607560) Visitor Counter : 160


Read this release in: English