ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଔଷଧ ଉଦ୍ୟୋଗ ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• କୋଭିଡ-19 ପରୀକ୍ଷଣ ଲାଗି ଯୁଦ୍ଧକାଳୀନ ଭିତିରେ ଆରଏନଏ ଟେଷ୍ଟିଂ କିଟ ଉତ୍ପାଦନ ଲାଗି ଔଷଧ ନିର୍ମାତା ଉଦ୍ୟୋଗଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
• ସରକାର ଦେଶ ଭିତରେ ଏପିଆଇଗୁଡ଼ିକର ଯୋଗାଣ ଏବଂ ଉତ୍ପାଦନ ଲାଗି ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ
• ଜରୁରିକାଳୀନ ଔଷଧ ଯୋଗାଣ ଜାରି ରଖିବା ଏବଂ କଳାବଜାରୀ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 21 MAR 2020 9:12PM by PIB Bhubaneshwar

ଭିଡିଓ କନଫରେନ୍ସିଂ ଜରିଆରେ ଔଷଧ ପ୍ରସ୍ତୁତି ଉଦ୍ୟୋଗର ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଛନ୍ତି ।

କୋଭିଡ-19 ଆହ୍ୱାନର ମୁକାବିଲା କ୍ଷେତ୍ରରେ ଔଷଧ ଉତ୍ପାଦକ ଏବଂ ବିତରକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଉଦ୍ୟୋଗ ଜଗତ ଏପରି ଏପରି ଏକ ସଂକଟମୟ ପରିସ୍ଥିତିରେ ଜରୁରି ଔଷଧ, ଚିକିତ୍ସା ଉପକରଣ ଏବଂ ସରଞ୍ଜାମ ଯୋଗାଣ ଯଥେଷ୍ଟ ପରିମାଣରେ ଜାରି ରଖିବା ସହିତ ଅଭିନବ ସମାଧାନ ଖୋଜିବାର ମଧ୍ୟ ଆବଶ୍ୟକତା ରହିଛି ।

ସକ୍ରିୟ ଔଷଧୀୟ ଉପାଦାନ (ଏପିଆଇ) ଯୋଗାଣ ଜାରି ରଖିବା ଲାଗି ଉଦ୍ୟୋଗ ଜଗତକୁ ସହାୟତା କରିବା ନିମନ୍ତେ ସରକାର ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଏଭଳି ଏପିଆଇ ଉତ୍ପାଦନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଦେଶ ଭିତରେ ଜରୁରି ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଉତ୍ପାଦନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଯଥାକ୍ରମେ 10 ହଜାର କୋଟି ଏବଂ 4 ହଜାର କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ଦେଇଛନ୍ତି ।

କୋଭିଡ-19 ପରୀକ୍ଷା ଲାଗି ଯୁଦ୍ଧକାଳୀନ ଭିତିରେ ଆରଏନଏ ନିଦାନ କିଟ ଉତ୍ପାଦନ କରିବା ଲାଗି ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତର ନେତୃବର୍ଗଙ୍କୁ ନିବେଦନ କରିଥିଲେ ।

ଔଷଧର କଳବଜାରୀ ଏବଂ ବେଆଇନ ମହଜୁଦ କରି ରଖିବା ଉପରେ ସତର୍କ ଦୃଷ୍ଟି ରଖିବା ଏବଂ ଜରୁରି ଔଷଧ ଯୋଗାଣ ବଜାୟ ରଖିବା ନିମନ୍ତେ ସେ ଖୁଚୁରା ଔଷଧ ବିକ୍ରେତା ଏବଂ ଫାର୍ମାସିଷ୍ଟମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଜରୁରି ପରିସ୍ଥିତିରେ ସମ୍ପୂର୍ଣ୍ଣ ଔଷଧ ନିର୍ମାତା ଜଗତ ନିରନ୍ତର ଭାବେ କାର୍ଯ୍ୟ କରିବା ଏବଂ ଏବଂ ଔଷଧ କ୍ଷେତ୍ରରେ କାର୍ଯ୍ୟବଳର ଅଭାବକୁ ଦୂର କରିବା ଉଚିତ । ଔଷଧ ଦୋକାନରେ ଭିଡ଼ ଏଡ଼ାଇବା ନିମନ୍ତେ ହୋମ ଡେଲିଭରୀ ସେବା ଉପଯୋଗ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଭୂତାଣୁ ସଂକ୍ରମଣ ରୋକିବା ଲାଗି ଡିଜିଟାଲ ପେମେଂଟ ପଦ୍ଧତିକୁ ଆପଣାଇବା ନିମନ୍ତେ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

ଫାର୍ମାସ୍ୟୁଟିକାଲ ଆସୋସିଏନ ପକ୍ଷରୁ ସଂକଟମୟ ପରିସ୍ଥିତିରେ ବଳିଷ୍ଠ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବ୍ୟକ୍ତ କରାଯାଇଥିଲା । ଆସୋସିଏସନ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ଜରୁରି ଔଷଧ ଏବଂ ଚିକିତ୍ସା ସରଞ୍ଜାମର ନିରନ୍ତର ଯୋଗାଣ ପ୍ରତି ସଂକଳ୍ପବଦ୍ଧ ତଥା ନୂଆ ଟିକା ବିକଶିତ କରିବା ଦିଗରେ ସେମାନେ ପ୍ରୟାସ ଜାରି ରଖିଛନ୍ତି । ଔଷଧ କ୍ଷେତ୍ର ପାଇଁ ସରକାରୀଙ୍କ ନୀତିଗତ ଘୋଷଣା ଏହି କ୍ଷେତ୍ରକୁ ବିଶେଷ ପ୍ରୋତ୍ସାହନ ଦେବ ।

ଏହି ଉଦ୍ୟୋଗ ଜଗତର ସମର୍ପଣ ଓ ପ୍ରତିବଦ୍ଧତା ଏବଂ କାର୍ଯ୍ୟ କରିବାର ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଲୋକମାନଙ୍କର ସେମାନଙ୍କ ପ୍ରତି ବିଶ୍ୱାସ ରହିଥିବା କାରଣରୁ ଲୋକମାନଙ୍କ ନିକଟରେ ବୈଜ୍ଞାନିକ ସୂଚନା ପହଁଚାଇବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଜରୁରି ସାମଗ୍ରୀ ଯୋଗାଣ ଲାଗି ବିମାନ ବନ୍ଦର ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ସରକାରଙ୍କ ଅବିରାମ ପ୍ରୟାସ ଉପରେ ଔଷଧ ବିଭାଗ ସଚିବ ଆଲୋକପାତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଜରୁରି ଔଷଧ ଏବଂ ଚିକିତ୍ସା ସାମଗ୍ରୀର ଅଭାବ ହୋଇନଥିବା କାରଣରୁ ସ୍ୱାସ୍ଥ୍ୟ ସଚିବ ଫାର୍ମସ୍ୟୁଟିକାଲ୍ସ ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ ଏବଂ ସୁରକ୍ଷା ପରିଧାନ ଉତ୍ପାଦନ ସଂଘ ସହିତ ସହଭାଗୀତା ପାଇଁ ସେ ପରାମର୍ଶ ଦେଇଥିଲେ ।

କେନ୍ଦ୍ର ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ, ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ, ବୟନ, ଔଷଧ ସଚିବଙ୍କ ସମେତ ଭାରତ ସରକାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇଥିଲେ । ଏହାବ୍ୟତୀତ ଫାର୍ମାସ୍ୟୁଟିକାଲ୍ସ ଆସୋସିଏସନ, ଇଣ୍ଡିଆନ ଫାର୍ମାସ୍ୟୁଟିକାଲ ଆଲାଏନ୍ସ, ଇଣ୍ଡିଆନ ଡ୍ରଗ ମାନୁଫାକଚର ଆସୋସିଏସନ, ଅର୍ଗାନାଇଜେସନ ଅଫ ଫାର୍ମାସ୍ୟୁଟିକାଲ ପ୍ରଡ୍ୟୁସର୍ସ ଅଫ ଇଣ୍ଡିଆ, ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ, ଟୋରେଂଟ ଫାର୍ମାସ୍ୟୁଟିକାଲ୍ସ, ବକ ଡ୍ରକ ମାନୁଫାକ୍ଚରିଂ ଆସୋସିଏସନ ଓ ଆସୋସିଏସନ ଅଫ ମେଡିକାଲ ଡିଭାଇସ ଇଣ୍ଡଷ୍ଟ୍ରୀର ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

 

**********



(Release ID: 1607559) Visitor Counter : 171


Read this release in: English