ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ

ସମସ୍ତ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଓ ଖାତା ମୂଲ୍ୟାୟନ ଘୁଂଚାଇବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶ

Posted On: 19 MAR 2020 6:25PM by PIB Bhubaneshwar

ନୋଭେଲ କରେନା ଭୂତାଣୁ (କୋଭିଡ-19) ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ପକ୍ଷରୁ ବିଭିନ୍ନ ସମୟରେ ମଞ୍ଜୁରିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏହାବ୍ୟତୀତ କୋଭିଡ-19ର ମୁକାବିଲା ଲାଗି ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ସଚିବ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି:

•        ସମସ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଂଚାଇ 31 ମାର୍ଚ୍ଚ, 2020 ପରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

•        ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ 31 ମାର୍ଚ୍ଚ ପରେ କରିବାକୁ ପରାମର୍ଶ ଦିଆଯାଇଛି ।

•        ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ବୈଦ୍ୟୁତିକ ମାଧ୍ୟମ ଜରିଆରେ ଯୋଗାଯୋଗ ରଖିବା ସହିତ ସେମାନଙ୍କୁ ସମସ୍ତ ବିଷୟରେ ନିୟମିତ ସୂଚନା ଦେବେ । ଫଳରେ ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ ।

•        ଛାତ୍ରଛାତ୍ରୀଙ୍କ ସନ୍ଦେହର ସମାଧାନ ଲାଗି ହେଲ୍ପ ଲାଇନ ନମ୍ବର, ଇ-ମେଲ ବ୍ୟବସ୍ଥା କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି ।

କୋଭିଡ-19 ମୁକାବିଲା ଲାଗି ଭୟଭୀତ ନହୋଇ ଦୃଢ଼ତା ରଖିବା ଲାଗି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କୁ ପରାମର୍ଶ ଦେବା ଲାଗି ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ୟୁଜିସି ପକ୍ଷରୁ କୁହାଯାଇଛି ।

 

**********


(Release ID: 1607212) Visitor Counter : 134


Read this release in: English