ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

Posted On: 18 MAR 2020 3:40PM by PIB Bhubaneshwar

କୋଭିଡ-19ର ମୁକାବିଲା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା ପାଇଁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ।

ଏହି ବୈଠକରେ କୋଭିଡ-19ର ମୁକାବିଲା ଦିଗରେ ଭାରତର ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଏବଂ ଏହାର ପରୀକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା ।

କୋଭିଡ-19ର ମୁକାବିଲା ଲାଗି ବ୍ୟକ୍ତି, ଗୋଷ୍ଠୀ ଏବଂ ବିଭିନ୍ନ ସଂସ୍ଥାର ସକ୍ରିୟ ଅଂଶଗ୍ରହଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଅଧିକାରୀ ଏବଂ ବୈଷୟିକ ପରାମର୍ଶଦାତାମାନଙ୍କୁ ଏହି ଭୂତାଣୁକୁ ରୋକିବା ପାଇଁ ବିଭିନ୍ନ ଅଭିନବ ପଦକ୍ଷେପ ଲାଗି ଆହ୍ୱାନ ଦେଇଥିଲେ ।

ଏହି ଭୂତାଣୁ ମୁକାବିଲା ଦିଗରେ ଅଗ୍ରଣୀ ଭୂମିକା ତୁଲାଇଥିବା ମେଡିକାଲ ଟିମ, ପାରା ମେଡିକାଲ ଷ୍ଟାଫ, ପାରାମିଲିଟାରୀ ଫୋର୍ସ ଏବଂ ରାଜ୍ୟ ସରକାରମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

19 ମାର୍ଚ୍ଚ 2020 ସନ୍ଧ୍ୟା 8ଟାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କୋଭିଡ-19 ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଏବଂ ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିବେ ।

 

*************



(Release ID: 1607130) Visitor Counter : 187


Read this release in: English