ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାଉଦୀ ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ୍ ବାର୍ତ୍ତାଳାପ

Posted On: 17 MAR 2020 3:43PM by PIB Bhubaneshwar

ଆଜି ସାଉଦୀ ଆରବର ଯୁବରାଜ ମହାମହିମ ମହମ୍ମଦ ବିନ ସଲମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା କୋଭିଡ-19ର ବିଶ୍ୱବ୍ୟାପୀ ସଂକ୍ରମଣକୁ ନେଇ ଆଲୋଚନା କରିଥିଲେ । ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ଲକ୍ଷାଧିକ ଲୋକ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ଏଭଳି ମହାମାରୀକୁ ପ୍ରତିହତ କରିବା ଲାଗି ସଂଘବଦ୍ଧ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ନିକଟରେ ଭାରତ ସାର୍କ ଦେଶମାନଙ୍କ ସହ ଆୟୋଜନ କରିଥିବା ଭିଡିଓ କନଫରେନ୍ସିଂ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କୋଭିଡ-19 ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ଲାଗି ସାଉଦି ଆରବ ନେତୃତ୍ୱରେ ଜି-20 ରାଷ୍ଟ୍ର ସମୂହକୁ ନେଇ ଏକ ସମାନ ଧରଣର ବୈଠକ ଆୟୋଜନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଏବଂ ସାଉଦୀ ଯୁବରାଜ କୋଭିଡ-19ର ମୁକାବିଲା ଲାଗି ଉଭୟ ଦେଶର ଅଧିକାରୀମାନେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ

 

***************



(Release ID: 1606898) Visitor Counter : 101


Read this release in: English