ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19ର ସମାଧାନର ସୂତ୍ର ମାଇଁଗଭଇଣ୍ଡିଆ ଜରିଆରେ ପଠାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

• ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କରିବା ସହିତ ଭାରତ ସବୁଠାରୁ ଭଲ କାମ କରୁଛି କହିଲେ ପ୍ରଧାନମନ୍ତ୍ରୀ

Posted On: 16 MAR 2020 6:51PM by PIB Bhubaneshwar

ଭାରତ ସରକାରଙ୍କ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ମାଇଁଗଭଇଣ୍ଡିଆ ଜରିଆରେ କୋଭିଡ-19ର ବୈଷୟିକ ସମାଧାନ ସୂତ୍ର ଶେୟାର କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଏକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ଓ ନିରାମୟ ବିଶ୍ୱ ଗଠନରେ ଉଦ୍ଭାବନ ଓ ବୈଷୟିକ ଜ୍ଞାନର ଏକ ପ୍ରମୁଖ ଭୂମିକା ରହିଛି । କୋଭିଡ-19 ପାଇଁ ଅନେକ ଲୋକ ବୈଷୟିକ ଜ୍ଞାନ ସମ୍ବଳିତ ସମାଧାନର ସୂତ୍ରକୁ ଶେୟାର କରୁଛନ୍ତି । ସେମାନେ @mygovindia ଜରିଆରେ ଶେୟାର କରିବାକୁ ମୁଁ ନିବେଦନ କରୁଛି ଏହି ପ୍ରଚେଷ୍ଟା ଅନେକଙ୍କ ପାଇଁ ଉପକାରୀ ହେବ ।

@ଇଣ୍ଡିଆ ଫାଇଟସ କରୋନା

କୋଭିଡ-19କୁ ରୋକିବାରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏକ ଟ୍ୱିଟ ଜରିଆରେ ସେ କହିଛନ୍ତି ଯେ, ସବୁବେଳେ ସେମାନେ ଯେପରି ସହାୟତା ପ୍ରଦାନ କରୁଛନ୍ତି ଆମେ ତାହା ଭୁଲି ପାରିବା ନାହିଁ ।

ଭାରତ କିପରି କୋଭିଡ-19ର ମୁକାବିଲା କରୁଛି ତା ଉପରେ ଅନେକ ଲୋକ ଆଲୋକପାତ କରୁଛନ୍ତି । କୋଭିଡ-19ର ପ୍ରଶମନ ଦିଗରେ କାର୍ଯ୍ୟରତ ଡାକ୍ତର, ସେବିକା, ନଗରନିଗମ ଓ ବିମାନଘାଟୀ କର୍ମଚାରୀ ଏବଂ ଏଥିରେ କାର୍ଯ୍ୟରତ ସମସ୍ତ ବ୍ୟକ୍ତିଙ୍କ ନୈତିକ ମନୋବଳ ଦୃଢ଼ ବୋଲି ସେ ଅଶାପୋଷଣ କରିଛନ୍ତି

 

**********



(Release ID: 1606825) Visitor Counter : 152


Read this release in: English