ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ମୁକାବିଲା ପାଇଁ ସାର୍କ ନେତାଙ୍କ ସହ ଭିଡିଓ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ବକ୍ତବ୍ୟ

Posted On: 15 MAR 2020 7:58PM by PIB Bhubaneshwar

ମାନ୍ୟବର,

ଆପଣମାନେ ଦେଇଥିବା ସମୟ ଓ ବ୍ୟକ୍ତ କରିଥିବା ଚିନ୍ତାଧାରା ପାଇଁ ଧନ୍ୟବାଦ । ଆଜିର ଆଲୋଚନା ବେଶ ଫଳପ୍ରଦ ଓ ସୃଜନାତ୍ମକ ହୋଇପାରିଛି । ନିଜ ଅଭିଜ୍ଞତା ବାଣ୍ଟିବା, ସର୍ବୋତ୍ତମ କାର୍ଯ୍ୟପନ୍ଥା ଆପଣାଇବା, ଦକ୍ଷତା ଓ ଆବଶ୍ୟକ ସ୍ଥଳେ ସମ୍ବଳ ବିନିଯୋଗ କରି ଆମେ ସମସ୍ତେ ମିଳିତ ଭାବେ ସମାଧାନ ଖୋଜିବାକୁ ରାଜି ହୋଇଛେ । କିଛି ଅଂଶୀଦାର ଔଷଧ ଓ ଉପକରଣ ଭଳି ସ୍ୱତନ୍ତ୍ର ଅନୁରୋଧ କରିଛନ୍ତି । ମୋ ଦଳ ସେଗୁଡିକୁ ସାବଧାନତା ସହ ନୋଟ କରିଛନ୍ତି । ଆପଣମାନେ ଆଶ୍ୱସ୍ତ ରହନ୍ତୁ ଯେ, ପଡୋଶୀମାନଙ୍କ ପାଇଁ ଯାହା ହୋଇପାରିବ ତାହା ନିଶ୍ଚିତ କରିବୁ ।

ଭାଗିଦାରୀ ମନୋଭାବ ଓ ଏକାଠି କାମ କରିବାର ସଂକଳ୍ପ ନେଇ ଘନିଷ୍ଠ ସମ୍ପର୍କ ବଜାୟ ରଖି ମିଳିତ ରଣକୌଶଳ ବିକଶିତ କରିବାକୁ ଅଧିକାରୀମାନଙ୍କୁ କହିବା ।

ପ୍ରତ୍ୟେକ ଦେଶ ପାଇଁ ନୋଡାଲ ବିଶେଷଜ୍ଞ ଚିହ୍ନଟ ଓ ସେମାନେ ସପ୍ତାହକୁ ଥରେ ଭିଡିଓ କନଫରେନ୍ସ ଆୟୋଜନ କରି ଆଜିର ଆଲୋଚନାର ଫଲୋଅପ କରିବେ ।

ମାନ୍ୟବର,

ଆମେ ଏହି ଲଢେଇ ଏକାଠି ଲଢିବା ଓ ଆମେ ଏହାକୁ ଏକାଠି ଜିତିବା ।

ଆମ ପଡୋଶୀ ସମ୍ପର୍କ ବିଶ୍ୱ ପାଇଁ ମଡେଲ ସାଜିବ ।

ସମସ୍ତ ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆମ ଦେଶଗୁଡିକରେ ଦେଖା ଦେଇଥିବା ମହାମାରୀର ମୁକାବିଲା ପାଇଁ ମିଳିତ ଉଦ୍ୟମର ସଫଳତା କାମନା କରି ମୋ ବକ୍ତବ୍ୟ ଶେଷ କରୁଛି ।

ଧନ୍ୟବାଦ ।

ବହୁତ ବହୁତ ଧନ୍ୟବାଦ ।

**************



(Release ID: 1606644) Visitor Counter : 109


Read this release in: English