କ୍ୟାବିନେଟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ 4% ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

• ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ
• ଉପକୃତ ହେବେ 48.34 ଲକ୍ଷ କର୍ମଚାରୀ ଓ 65.26 ଲକ୍ଷ ପେନସନଭୋଗୀ

Posted On: 13 MAR 2020 9:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି 4ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଦର ସହାୟତା (ଡିଏଲ)ରେ ଏହି ବୃଦ୍ଧି ଗତ ଜାନୁଆରୀ ପହିଲା ଠାରୁ ପିଛିଲା ଭାବେ ଲାଗୁ ହେବ । ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ବର୍ତ୍ତମାନର 17 ପ୍ରତିଶତ ମହଙ୍ଗା ଭତ୍ତାରେ ଆହୁରି 4 ପ୍ରତିଶତ ବୃଦ୍ଧି ପାଇଁ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଡିଏ ଓ ଡିଏଲରେ ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ 12,510.04 କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ଏବଂ 2020-21 ବର୍ଷରେ ଏଥିପାଇଁ ମୋଟ 14,595.04 କୋଟି ଟଙ୍କା ବ୍ୟୟ କରାଯିବ (ଜାନୁଆରୀ, 2020 ଠାରୁ ଫେବୃଆରୀ, 2021 ପର୍ଯ୍ୟନ୍ତ 14 ମାସର ଅବଧି ଲାଗି) । ଏହାଦ୍ୱାରା 48.34 ଲକ୍ଷ କର୍ମଚାରୀ ଏବଂ 65.26 ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ । ଏହି ବୃଦ୍ଧି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ଅନୁମୋଦିତ ନିୟମ ଅନୁଯାୟୀ କରାଯାଇଛି ।

 

**********



(Release ID: 1606406) Visitor Counter : 145


Read this release in: English