ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନ ଔଷଧୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜନ ଔଷଧୀ ପରିଯୋଜନାର ହିତାଧୀକରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
Posted On:
07 MAR 2020 8:59PM by PIB Bhubaneshwar
ନମସ୍କାର !!
ଟେକ୍ନୋଲୋଜି ମାଧ୍ୟମରେ ସାରା ଦେଶର ହଜାର ହଜାର ଜନଔଷଧୀ କେନ୍ଦ୍ରରୁ ଯୋଡି ହୋଇଥିବା ସମସ୍ତ ସାଥୀମାନଙ୍କୁ ହୋଲି ଅଭିନନ୍ଦନ ଏବଂ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସାଥୀ ଅନେକ କେନ୍ଦ୍ରରେ ମଧ୍ୟ ଉପସ୍ଥିତ ଅଛନ୍ତି । ଆପଣ ସମସ୍ତଙ୍କୁ ଦ୍ୱିତୀୟ ଜନଔଷଧୀ ଦିବସର ବହୁତ-ବହୁତ ଶୁଭେଚ୍ଛା !!
ଆଜି ସପ୍ତାହେ ଧରି ପାଳନ କରାଯାଉଥିବା ଜନଔଷଧୀ ସପ୍ତାହର ମଧ୍ୟ ହେଉଛି ଶେଷ ଦିନ । ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ମଧ୍ୟ ମୁଁ ସମସ୍ତ ଜନଔଷଧୀ କେନ୍ଦ୍ର ଗୁଡିକର ପରିଚାଳକମାନଙ୍କୁ ଭାରତ ସରକାର, ଏବଂ ସେଥିରେ ସହଯୋଗ ଦେଉଥିବା ସମସ୍ତଙ୍କୁ ବହୁତ- ବହୁତ ଅଭିନନ୍ଦନ!!
ସାଥୀଗଣ,
ଜନଔଷଧୀ ଦିବସ କେବଳ ଏକ ଯୋଜନାକୁ ପାଳନ କରିବାର ଦିନ ନୁହେଁ, ବରଂ ସେହି କୋଟି କୋଟି ଭାରତୀୟମାନଙ୍କ ସହିତ, ସେହି ଲକ୍ଷ ଲକ୍ଷ ପରିବାରମାନଙ୍କ ସହିତ ଯୋଡ଼ି ହେବା ପାଇଁ ହେଉଛି ଏକ ଦିନ, ଯେଉଁମାନଙ୍କୁ ଏହି ଯୋଜନା ଫଳରେ ବହୁତ ଆଶ୍ୱସ୍ତି ମିଳିଛି, ସେମାନଙ୍କ ମାଧ୍ୟମରେ ଅନ୍ୟାନ୍ୟ ଲୋକମାନଙ୍କ ପର୍ଯ୍ୟନ୍ତ ମଧ୍ୟ ଏହି କଥାର ବ୍ୟାପକ ପ୍ରଚାର କରିବାର ମଧ୍ୟ ଏହା ହେଉଛି ଏକ ଅବସର । ଫଳରେ ଗରିବରୁ ଅତି ଗରିବ ବ୍ୟକ୍ତି ମଧ୍ୟ ଏହି ଯୋଜନାର ଲାଭ ଅବଶ୍ୟ ନେଇ ପାରନ୍ତୁ । ପ୍ରତ୍ୟେକ ଭାରତବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଆମେ 4ଟି ସୂତ୍ର ଉପରେ କାର୍ଯ୍ୟ କରୁଛୁ ।
ପ୍ରଥମ, ଯେ ପ୍ରତ୍ୟେକ ଭାରତୀୟଙ୍କୁ ରୋଗ ଦାଉରୁ ରକ୍ଷା କରାଯାଉ ।
ଦ୍ୱିତୀୟ, ରୋଗ ହୋଇଥିବା କ୍ଷେତ୍ରରେ ଶସ୍ତା ଏବଂ ଭଲ ଚିକିତ୍ସା ମିଳୁ ।
ତୃତୀୟରେ, ଚିକିତ୍ସା ପାଇଁ ଉନ୍ନତ ଏବଂ ଆଧୁନିକ ହସପାତାଳ ହେଉ, ପର୍ଯ୍ୟାପ୍ତ ସଂଖ୍ୟାରେ ଭଲ ଡାକ୍ତର ଏବଂ ମେଡିକାଲ ଷ୍ଟାଫ ରୁହନ୍ତୁ, ଏହା ସୁନିଶ୍ଚିତ କରାଯାଉଛି । ଏବଂ,
ଚତୁର୍ଥ ସୂତ୍ର ହେଉଛି, ମିଶନ ମୋଡରେ କାର୍ଯ୍ୟ କରି ଆହ୍ୱାନ ଗୁଡ଼ିକର ସମାଧାନ କରିବା ।
ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପ୍ରକଳ୍ପ ଅର୍ଥାତ ପିଏମ-ବିଜେପି, ଏହାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳ । ଏହା ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଶସ୍ତା ଏବଂ ଉତମ ଚିକିତ୍ସା ପହଂଚାଇବାର ହେଉଛି ଏକ ସଂକଳ୍ପ । ମୁଁ ଅଧିକ ଆତ୍ମସନ୍ତୋଷ ଲାଭ କରୁଛି କି ଏ ପର୍ଯ୍ୟନ୍ତ 6 ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ସମଗ୍ର ଦେଶରେ ଖୋଲି ସାରିଛି । ଯେଭଳି ଭାବେ ଏହି ନେଟୱାର୍କ ବଢ଼ି ଚାଲିଛି, ସେହିପରି ଭାବେ ଏହାର ଲାଭ ମଧ୍ୟ ଆହୁରି ଅଧିକ ଲୋକମାନଙ୍କ ପର୍ଯ୍ୟନ୍ତ ପହଂଚି ପାରୁଛି । ଆଜି ପ୍ରତ୍ୟେକ ମାସରେ ଏକ କୋଟିରୁ ଅଧିକ ପରିବାର ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ବହୁତ ଶସ୍ତା ଔଷଧ ପାଇବାର ଲାଭ ଉଠାଇ ପାରୁଛନ୍ତି ।
ଯେଭଳି କି ଆପଣମାନେ ମଧ୍ୟ ଅନୁଭବ କରିଛନ୍ତି, ଜନଔଷଧୀ କେନ୍ଦ୍ରରେ ମିଳୁଥିବା ଔଷଧର ମୂଲ୍ୟ ବଜାର ମୂଲ୍ୟ ଅପେକ୍ଷା 50ରୁ 90 ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥାଏ । ଯେପରିକି କ୍ୟାନସର ରୋଗର ଚିକିତ୍ସା ପାଇଁ ଉପଯୋଗ ହେଉଥିବା ଗୋଟିଏ ଔଷଧ ଯାହାକି ବଜାରରେ ସାଢ଼େ 6 ହଜାର ଟଙ୍କା ମୂଲ୍ୟରେ ମିଳିଥାଏ, ତାହା ଜନଔଷଧୀ କେନ୍ଦ୍ରରେ କେବଳ ସାଢ଼େ 8 ଶହ ଟଙ୍କାରେ ଉପଲବ୍ଧ ହେଉଛି । ଏହାଦ୍ୱାରା ଚିକିତ୍ସା ଜନିତ ଖର୍ଚ୍ଚ ପୂର୍ବ ତୁଳନାରେ ବହୁତ କମ୍ ହେଉଛି ।
ମୋତେ ଅବଗତ କରାଯାଇଛି କି ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ କୋଟି କୋଟି ଗରିବ ଏବଂ ମଧ୍ୟବିତ୍ତ ବର୍ଗର ସାଥୀଙ୍କର ଔଷଧ ପାଇଁ ଆଗରୁ ଯେଉଁ ଖର୍ଚ୍ଚ ହେଉଥିଲା ଏବଂ ଏବେ ଯେଉଁ ଖର୍ଚ୍ଚ ହେଉଛି ପ୍ରାୟ-ପ୍ରାୟ ଦୁଇ-ଅଢ଼େଇ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଏହାର ସଂଚୟ ଏହି ଜନଔଷଧୀ କେନ୍ଦ୍ରରୁ ଯେଉଁସବୁ ଔଷଧ ନେଉଛନ୍ତି ସେହି କାରଣରୁ ହୋଇଛି । ଆମ ଦେଶର ଏକ-ଅଧ କୋଟି ପରିବାରଙ୍କର ଦୁଇ-ଅଢ଼େଇ ହଜାର କୋଟି ଟଙ୍କା ସଂଚୟ ହେବା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ସହାୟତା । 2200 କୋଟି ଟଙ୍କାର ସଂଚୟ ଜନଔଷଧୀ କେନ୍ଦ୍ର କାରଣରୁ ହୋଇଛି ।
ସାଥୀଗଣ,
ଆଜି ଏହି କାର୍ଯ୍ୟକ୍ରମରେ ଜନଔଷଧୀ କେନ୍ଦ୍ରକୁ ଚଳାଉଥିବା ସାଥୀମାନେ ମଧ୍ୟ ଯୋଡ଼ି ହୋଇଛନ୍ତି । ଆପଣମାନେ ସମସ୍ତେ ଖୁବ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଆପଣମାନଙ୍କର ଏହି କାର୍ଯ୍ୟକୁ ପରିଚୟ ଦେବା ପାଇଁ ସରକାର ଏହି ଯୋଜନା ସହିତ ଜଡ଼ିତ ପୁରସ୍କାରମାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ମୋର ବିଶ୍ୱାସ ରହିଛି କି ଏହି ପୁରସ୍କାର ଦ୍ୱାରା ଜନଔଷଧୀ କ୍ଷେତ୍ରରେ ଏକ ନୂତନ ପ୍ରତିଯୋଗିତା ଆରମ୍ଭ ହେବ, ଯାହାର ଲାଭ ଗରିବଙ୍କୁ, ମଧ୍ୟମ ବର୍ଗଙ୍କୁ ମିଳିବାକୁ ଯାଉଛି । ଦେଶକୁ ମିଳିବ ।
ଆସନ୍ତୁ, ଆଜିକାର ଚର୍ଚ୍ଚା ଆରମ୍ଭ କରିବା-
ମୋତେ କୁହାଯାଇଛି କି ସର୍ବପ୍ରଥମେ ଆସାମର ଗୁଆହଟୀକୁ ଯିବା ।
ପ୍ରଶ୍ନ : 1- ପ୍ରଧାନମନ୍ତ୍ରୀ ମହୋଦୟ, ମୋର ନାମ ହେଉଛି ଅଶୋକ କୁମାର ବେଟାଲା ଆଉ ମୁଁ ଅସମର ଗୁଆହାଟୀର ବାସିନ୍ଦା । ମୋର ବୟସ ହେଉଛି 60 ବର୍ଷ ।
ମୋର ମଧୁମେହ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି, ମୁଁ ମଧ୍ୟ ହେଉଛି ହୃଦରୋଗୀ । 5 ବର୍ଷ ପୂର୍ବେ ମୋର ଅସ୍ତ୍ରୋପଚାର ମଧ୍ୟ ହୋଇ ସାରିଛି, ସେବେଠାରୁ ମୁଁ ଔଷଧ ସେବନ କରୁଛି । ବିଗତ 10 ମାସ ହେଲା ମୁଁ ଜନଔଷଧୀ କେନ୍ଦ୍ରରୁ ଲଗାତାର ଭାବେ ଔଷଧ ନେଉଛି ।
ଯେବେଠାରୁ ଜନଔଷଧୀ କେନ୍ଦ୍ରରୁ ଔଷଧ ନେବା ଆରମ୍ଭ କରିଛି, ସେବେଠାରୁ ମୋର ପ୍ରତିମାସରେ 2500 ଟଙ୍କାର ସଂଚୟ ହେଉଛି । ଏହି ସଂଚିତ ଅର୍ଥକୁ ମୁଁ ମୋର ନାତୁଣୀ ନାମରେ କରିଥିବା ସୁକନ୍ୟା ସମୃଦ୍ଧି ଯୋଜନା ଖାତାରେ ଜମା କରି ଏହାର ଉପଯୋଗ କରିପାରୁଛି ।
ଏଭଳି ଯୋଜନା ପାଇଁ ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ!!
ଆପଣ ତ ମୋର ଚିନ୍ତାକୁ ହିଁ କମ୍ କରି ଦେଇଛନ୍ତି, କିନ୍ତୁ ଏ ଯେଉଁ କରୋନା ଭୂତାଣୁର ଚିନ୍ତା ରହିଛି, ଏହାକୁ ନେଇ କେତେ କଥା ପ୍ରଚାର କରାଯାଉଛି । ଏହି । ଭୂତାଣୁରୁ ରକ୍ଷା ପାଇବା ପାଇଁ ଆମମାନଙ୍କୁ କ’ଣ କରିବା ଦରକାର?
ଉତ୍ତର: 1- ପ୍ରଥମେ ତ ଆପଣଙ୍କୁ ବହୁତ-ବହୁତ ଶୁଭକାମନା । ଜନଔଷଧୀ କାରଣରୁ ଆପଣଙ୍କର ଯେଉଁ ସଂଚୟ ହେଉଛି, ତାହାର ଉପଯୋଗ ଆପଣ ଆପଣଙ୍କ ନାତୁଣୀର ଉନ୍ନତ ଭବିଷ୍ୟତ ନିମନ୍ତେ ଲଗାଉଛନ୍ତି । ଆଉ ଯେଉଁ କୋରୋନା ଭୂତାଣୁର କଥା ଆପଣ କହିଲେ, ତ ଏହା ହେଉଛି ଠିକ୍ କି ଏହି କଥାକୁ ନେଇ ବହୁତ ଲୋକ ବହୁ ଭାବେ ଚିନ୍ତିତ ଅଛନ୍ତି ।
ମୁଁ ଭାବୁଛି କି ଏଥି ନିମନ୍ତେ ଆପଣମାନଙ୍କର ଏବଂ ଆମର ସତର୍କତା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ହୁଏତ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ଆମର ସମସ୍ତ ରାଜ୍ୟ ସରକାର ହୁଅନ୍ତୁ, ସମସ୍ତେ ଏହି ପ୍ରସଙ୍ଗକୁ ନେଇ ଉଚିତ ବ୍ୟବସ୍ଥା ଏବଂ ଦେଖାଶୁଣା କରୁଛନ୍ତି । ଆମ ପାଖରେ କୁଶଳୀ ଡାକ୍ତର ଏବଂ ମେଡିକାଲ ଷ୍ଟାଫ ମଧ୍ୟ ଅଛନ୍ତି, ସଂସାଧନ ମଧ୍ୟ ଅଛି ଏବଂ ସଚେତନ ନାଗରିକ ମଧ୍ୟ ଅଛନ୍ତି । ଆମେ କେବଳ ଆମର ସାବଧାନତାରେ କୌଣସି ଉଣା ହେବାକୁ ଦେବା ନାହିଁ । ଏହି ସାବଧାନତାଗୁଡ଼ିକ ହେଉଛି କ’ଣ, ଏହା ଭିନ୍ନ ଭିନ୍ନ ମାଧ୍ୟମରୁ ଆପଣମାନଙ୍କୁ ଅବଗତ କରାଯାଉଛି । ମୁଁ ପୁଣିଥରେ ଆପଣମାନଙ୍କ ସମ୍ମୁଖରେ ଦୋହରାଉଛି ।
ସାଥୀଗଣ,
ଏକ ତ ବିନା କୌଣସି ଆବଶ୍ୟକତାରେ କେଉଁଠାରେ ଏକାଠି ହେବାକୁ ନ ଦେବା ଏବଂ ଦ୍ୱିତୀୟରେ ଆମେ ବାରମ୍ବାର, ଯେତିକି ଥର ସମ୍ଭବ ସେତେଥର ହାତ ଧୋଇ ଚାଲିବା ଆବଶ୍ୟକ । ନିଜର ମୁହଁକୁ, ନିଜର ନାକ ଏବଂ ପାଟିକୁ ବାରମ୍ବାର ଛୁଇଁବାର ଏକ ଅଭ୍ୟାସ ଆମର ରହିଛି । ଯେତେଦୂର ସମ୍ଭବ, ଏହି ଅଭ୍ୟାସକୁ ଆମେ ଆୟତ୍ତରେ ରଖିବା ଏବଂ ଧୂଆ ହାତରେ ହିଁ ଆମ ମୁହଁକୁ ବା ପାଟିକୁ ଛୁଇଁବା ଦରକାର । ବିଶେଷଜ୍ଞମାନଙ୍କର କହିବା ଅନୁସାରେ ଏହା କାଶିବା କିମ୍ବା ଛିଙ୍କିବା ସମୟରେ ଯେଉଁସବୁ ଛିଟା(ଛେପ-ଖଙ୍କାର) ବାହାରେ, ତାହା ସଂସ୍ପର୍ଶରେ ଆସିବା କାରଣରୁ ହିଁ ପରିବ୍ୟାପ୍ତ ହୋଇଥାଏ । ଏଭଳି ସ୍ଥିତିରେ ଯେଉଁ ଜିନିଷ ଉପରେ ଏହି ଛିଟା ପଡ଼ିଥାଏ, ସେଥିରେ ଏହି ଭାଇରସ ବହୁ ଦିନ ପର୍ଯ୍ୟନ୍ତ ଜୀବିତ ରହି ପାରନ୍ତି । ଏଥିପାଇଁ ବାରମ୍ବାର ସାବୁନରେ ହାତ ଧୋଇବା ଜରୁରୀ । ଆଉ ଗୋଟିଏ ଅଭ୍ୟାସକୁ ନିଶ୍ଚିତ ଭାବେ ଆମକୁ ଆପଣାଇବାକୁ ପଡ଼ିବ । ଯଦି ଆମକୁ କାଶ ବା ଛିଙ୍କ ଆସୁଛି ତ ଏହା ଚେଷ୍ଟା କରିବା କି ଅନ୍ୟ ଉପରେ ଏହାର ଛିଟା ଯେପରି ନ ପଡ଼ୁ । ଆଉ ଯେଉଁ କପଡ଼ା କିମ୍ବା ରୁମାଲ ଆମେ ଛିଙ୍କିବା ସମୟରେ ବ୍ୟବହାର କରିଥାଉ, ତାହାକୁ ମଧ୍ୟ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ଦେବା ନାହିଁ ।
ସାଥୀଗଣ,
ଯେଉଁ ସାଥୀମାନଙ୍କୁ ଏହି ସଂକ୍ରମଣ ହୋଇଛି, ସେମାନଙ୍କୁ ତ ଆବଶ୍ୟକ ଦୃଷ୍ଟି ଦେଇ ରଖାଯାଉଛି । କିନ୍ତୁ ଯଦି କୌଣସି ସାଥୀଙ୍କ କିଛି ସନେ୍ଦହ ହେଉଛି କି ସେ କୌଣସି ସଂକ୍ରମିତ ସାଥୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ତ ତାଙ୍କୁ ଖୁବ ବେଶୀ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ନିଜର ମୁହଁକୁ ମାସ୍କରେ ଢ଼ାଙ୍କିକରି କିମ୍ବା କୌଣସି କପଡ଼ାରେ ଘୋଡାଇ ପ୍ରଥମେ କୌଣସି ନିକଟସ୍ଥ ଡାକ୍ତରଖାନାରେ ଚେକଅପ୍ କରିବା ପାଇଁ ଚାଲି ଯାଆନ୍ତୁ । ପରିବାର ମଧ୍ୟରେ ଅନ୍ୟ ଯେଉଁସବୁ ଲୋକ ଅଛନ୍ତି ସେମାନଙ୍କୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି, ଏଭଳି ସ୍ଥିତିରେ ସେମାନଙ୍କର ମଧ୍ୟ ଆବଶ୍ୟକୀୟ ପରୀକ୍ଷା କରାଇ ନେବା ଆବଶ୍ୟକ । ଏଭଳି ସାଥୀମାନେ ମଧ୍ୟ ମାସ୍କ ପିନ୍ଧିବା ଆବଶ୍ୟକ, ଗ୍ଲୋବସ୍ ମଧ୍ୟ ପିନ୍ଧିବା ଆବଶ୍ୟକ ଏବଂ ଅନ୍ୟମାନଙ୍କଠାରୁ କିଛି ଦୂରତା ରଖି ରହିବା ଆବଶ୍ୟକ ।
ମାସ୍କ ପିନ୍ଧିବାକୁ ପଡ଼ିବ କିମ୍ବା ପିନ୍ଧିବାକୁ ପଡ଼ିବ ନାହିଁ, ଏହାକୁ ନେଇ ବିଶେଷଜ୍ଞମାନଙ୍କର ଭିନ୍ନ ଭିନ୍ନ ମତ ରହିଛି, କିନ୍ତୁ ଏହା ଧ୍ୟାନରେ ରଖିବାକୁ ପଡ଼ିବ କି କାଶିବା କିମ୍ବା ଛିଙ୍କିବା ସମୟରେ ଏହାର ଛିଟା ବା ଡ୍ରପଲେଟ୍ସ କାହା ଉପରେ ଯେପରି ନ ପଡ଼ୁ । ଏମିତି ମଧ୍ୟ ମାସ୍କ ପିନ୍ଧିବା ସମୟରେ ଗୋଟିଏ ବିଷୟ ଧ୍ୟାନରେ ରଖିବାକୁ ପଡ଼ିବ । ମାସ୍କକୁ ଆଡଜଷ୍ଟ କରିବା ପାଇଁ ଆମର ହାତ ବାରମ୍ବାର ମୁହଁକୁ ଛୁଇଁଥାଏ । ଏହା ଫଳରେ ରକ୍ଷା ପାଇବା ବଦଳରେ ସଂକ୍ରମଣ ବ୍ୟାପୀବାର ଆଶଙ୍କା ବଢ଼ି ଯାଇଥାଏ ।
ସାଥୀଗଣ,
ଏଭଳି ସମୟରେ ଗୁଜବ ବା ଅପପ୍ରଚାର ମଧ୍ୟ ଦ୍ରୁତ ଗତିରେ ପ୍ରସାରିତ ହୋଇଥାଏ । କେହି କହିଥାଆନ୍ତି ଏହା ଖାଇବ ନାହିଁ, ତାହା କରିବ ନାହିଁ, କିଛି ଲୋକ ଚାରେଟି ନୂଆ ଜିନିଷକୁ ଆଣି ଘରେ କହିବେ କି ଏହା ଖାଇବା ଫଳରେ କୋରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିପାରିବା । ଆମମାନଙ୍କୁ ଏହି ଗୁଜବଠାରୁ ମଧ୍ୟ ନିଜକୁ ବଂଚାଇ ରଖିବାକୁ ପଡ଼ିବ । ଯାହା କିଛି ମଧ୍ୟ କରିବା, ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ କରିବା । ଆଉ ହଁ, ସମଗ୍ର ଦୁନିଆ ନମସ୍ତେର ଅଭ୍ୟାସ କରୁଛନ୍ତି । ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସକୁ ଛାଡ଼ି ଦେଇଛେ, ତ ହାତ ମିଳାଇବା ବଦଳରେ ଏହି ଅଭ୍ୟାସକୁ ପୁଣି ଥରେ ଆପଣାଇ ନେବାର ମଧ୍ୟ ଏହା ହେଉଛି ଉଚିତ ସମୟ ।
ମୋଦୀ ମହାଶୟଙ୍କୁ ମୋର ସାଦର ପ୍ରଣାମ । ସାର୍, ମୋର ନାମ ହେଉଛି ମୁକେଶ ଅଗ୍ରୱାଲ । ମୁଁ ଦେହରାଡୁନରେ କେତେଗୁଡ଼ିଏ ଜନଔଷଧୀ କେନ୍ଦ୍ରଗୁଡ଼ିକର ପରିଚାଳନା କରୁଛି ଆଉ ଏହି ପ୍ରେରଣା ମୋତେ ଏଥିପାଇଁ ମିଳିଛି କି ଏଠାରେ ଏପରି କେତେକ ରୋଗୀ ଥିଲେ ଯେଉଁମାନେ ଖୁବ ଦୟନୀୟ ସ୍ଥିତିରେ ଥିଲେ, ସେମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହୁଁଥିଲି କିନ୍ତୁ ଦାମୀ ଔଷଧ ହେବା କାରଣରୁ ମୁଁ ସେମାନଙ୍କୁ କୌଣସି ସାହାଯ୍ୟ କରି ପାରୁ ନଥିଲି । ଯେତେବେଳେ ଏହି ଜନଔଷଧୀ କେନ୍ଦ୍ରଗୁଡ଼ିକର ସୂଚନା ମିଳିଲା । ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ସହିତ ଆମର ସହଯୋଗ ରହିଛି । ତେଣୁ ଆମେ ଏଥି ନିମନ୍ତେ ପ୍ରୟାସ କଲୁ, ଆମେ ଚାରିଟେବୁଲ ଟ୍ରଷ୍ଟ କଲୁ, ଆମେ ଲୋକମାନଙ୍କୁ ମଧ୍ୟ ମାଗଣାରେ ଔଷଧ ଦେଇଛୁ । ଶସ୍ତା ଔଷଧଗୁଡ଼ିର ଆମେ ପ୍ରଦର୍ଶନ କରୁଛୁ ।
ପ୍ରଶ୍ନ-2 ନମସ୍କାର ପ୍ରଧାନମନ୍ତ୍ରୀ ମହାଶୟ!!!
ମୋର ନାମ ହେଉଛି ଦୀପା ଶାହା । ମୁଁ ଦେହରାଡୁନ ଉତରାଖଣ୍ଡରୁ ଆସିଛି । ମୋର ବୟସ ହେଉଛି 65 ବର୍ଷ ।
2011 ମସିହାରେ ମୋତେ ପକ୍ଷାଘାତ ହୋଇଥିଲା । ସେତେବେଳଠାରୁ ହିଁ ମୁଁ ଔଷଧ ଖାଉଛି । କିନ୍ତୁ 2015ରୁ ମୁଁ ମୋର ଔଷଧ ସବୁ ଜନଔଷଧୀ କେନ୍ଦ୍ରରୁ ଆଣୁଛି । ମୋର ସ୍ୱାମୀ ମଧ୍ୟ ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ମାସରେ ମୋର 3000 ଟଙ୍କା କମ୍ ଖର୍ଚ୍ଚ ହେଉଛି । ମୋତେ ଅନୁଭବ ହେଉଛି କି ଏହି ଔଷଧଗୁଡ଼ିକ ହେଉଛି ଶସ୍ତା ଏବଂ ଭଲ ଗୁଣାତ୍ମକ ମାନର ମଧ୍ୟ । ପୂର୍ବରୁ କଥା କହିବାରେ ଏବଂ ଚଲାବୁଲା କରିବାରେ ମୋତେ ବହୁତ କଷ୍ଟ ଅନୁଭବ ହେଉଥିଲା, ଏବେ ସେଥିରେ ବହୁତ ସୁଧାର ଆସିଛି । କିନ୍ତୁ ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଏହି ଜେନେରିକ ଔଷଧକୁ ନେଇ କିଛି ଭ୍ରମଧାରଣା ରହିଛି । ଏଭଳି ଭ୍ରମଧାରଣାକୁ ଦୂର କରିବା ପାଇଁ କ’ଣ କରାଯିବ?
ଉତ୍ତର-2
ଆପଣ ଠିକ୍ କହିଛନ୍ତି କି ଜେନେରିକ ଔଷଧକୁ ନେଇ ଅପପ୍ରଚାର କରାଯାଉଛି । ପୁରୁଣା ଅନୁଭବ ଆଧାରରେ କିଛି ଲୋକମାନଙ୍କୁ ଏହା ମଧ୍ୟ ଲାଗୁଛି କି ଯେ ସତରେ ଏତେ ଶସ୍ତା ଔଷଧ କିଭଳି ହୋଇପାରେ, କେଉଁଠି କିଛି ଗଡ଼ବଡ଼ ରହିନି ତ । ହୁଏତ ରଙ୍ଗୀନ ଗୋଲି ତିଆରି କରି କେହି ଦେଉ ନାହାଁନ୍ତି ତ.. ଏଭଳି ଭ୍ରମଧାରଣା ପ୍ରଚାର କରାଯାଉଛି । କିନ୍ତୁ ଦୀପା ମହାଶୟା, ଆପଣଙ୍କୁ ଦେଖିକରି ସମଗ୍ର ଦେଶବାସୀଙ୍କୁ ବିଶ୍ୱାସ ହେବ କି ଜେନେରିକ ଔଷଧର ଶକ୍ତି ହେଉଛି କ’ଣ.. ଆଜି ଆପଣ ପ୍ରମାଣର ସହିତ ଏହି କଥାକୁ ଉପସ୍ଥାପନା କରିଛନ୍ତି । ମୁଁ ବୁଝୁଛି କି କୌଣସି ପରୀକ୍ଷାଗାରଠାରୁ ବଡ଼ ହେଉଛି ଆପଣଙ୍କର ଅନୁଭବ ।
ଏଭଳି ସମସ୍ତ ସାଥୀଙ୍କୁ ମୁଁ କହିଦେବାକୁ ଚାହୁଁଛି କି ଏହିସବୁ ଔଷଧ ସମଗ୍ର ଦୁନିଆର ବଜାରରେ ଉପଲବ୍ଧ ଥିବା କୌଣସି ମଧ୍ୟ ଔଷଧଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହି ଔଷଧଗୁଡ଼ିକ ଉନ୍ନତ ପରୀକ୍ଷାଗାରରୁ ପ୍ରମାଣିତ ହୋଇଥାଏ, ପ୍ରତ୍ୟେକ ପ୍ରକାରର କଡ଼ା ଯାଂଚ ହୋଇ ବାହାରୁଥିବା ଔଷଧ ପ୍ରସ୍ତୁତକର୍ତ୍ତାଙ୍କଠାରୁ କିଣା ଯାଇଥାଏ । ଯଦି କୌଣସି ଔଷଧ ପ୍ରସ୍ତୁତକର୍ତ୍ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆସିଥାଏ, ତ ତାଙ୍କ ବିରୁଦ୍ଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।
ଏହି ଔଷଧଗୁଡ଼ିକ ଭାରତରେ ହିଁ ପ୍ରସ୍ତୁତ ହୋଇଥାଏ, ତେଣୁକରି ଶସ୍ତା ହୋଇଥାଏ । ଭାରତରେ ପ୍ରସ୍ତୁତ କରାଯାଇଥିବା ଜେନେରିକ ଔଷଧଗୁଡ଼ିକର ଚାହିଦା ସମଗ୍ର ଦୁନିଆରେ ରହିଛି । ସରକାର ପ୍ରତ୍ୟେକ ଡାକ୍ତରଖାନା ପାଇଁ ଜେନେରିକ ଔଷଧ ଲେଖିବା ପାଇଁ ଜରୁରୀ କରିଦେଇଛନ୍ତି । କିଛି ବିଶେଷ ପରିସ୍ଥିତିକୁ ଛାଡ଼ି ଦେଲେ ଡାକ୍ତର ଜେନେରିକ ଔଷଧ ହିଁ ଲେଖନ୍ତୁ, ଏହା ସୁନିଶ୍ଚିତ କରିବା ହେଉଛି ଜରୁରୀ । ଆପଣ ସମସ୍ତ ହିତାଧିକାରୀଙ୍କୁ ମୋର ଅନୁରୋଧ ରହିବ କି ନିଜର ଅନୁଭବଗୁଡ଼ିକୁ ଅଧିକରୁ ଅଧିକ ଅନ୍ୟମାନଙ୍କ ସହିତ ବାଂଟନ୍ତୁ । ଏହା ଫଳରେ ଜନଔଷଧୀର ଲାଭ ଅଧିକରୁ ଅଧିକ ରୋଗୀମାନଙ୍କ ନିକଟରେ ପହଂଚି ପାରିବ ।
ପ୍ରଶ୍ନ-3 ନମସ୍କାର ପ୍ରଧାନମନ୍ତ୍ରୀ ମହାଶୟ!!
ମୁଁ ହେଉଛି ଜେବା ଖାନ । ମୁଁ ପୁଣେରୁ ଆସିଛି । ମୋର ବୟସ 41 ବର୍ଷ ।
ମୁଁ ହେଉଛି କିଡନୀ ରୋଗୀ ଏବଂ ଜନଔଷଧୀ କେନ୍ଦ୍ରରେ ମିଳୁଥିବା ଔଷଧ ଦ୍ୱାରା ମୋତେ ଚିକିତ୍ସାରେ ବହୁତ ଲାଭ ମିଳୁଛି ।
ବିଗତ 6 ମାସ ଧରି ମୁଁ ଜନଔଷଧୀ କେନ୍ଦ୍ରରୁ ଔଷଧ ନେଉଛି । ପୂର୍ବ ତୁଳନାରେ ମୋତେ 14-15 ଶହ ଟଙ୍କାର ଖର୍ଚ୍ଚ ପ୍ରତି ମାସରେ କମ୍ ପଡ଼ୁଛି । ଯେତିକି ଟଙ୍କା ମୁଁ ସଂଚୟ କରି ପାରୁଛି, ସେଥିରେ ମୋର ତିନୋଟି ଝିଅଙ୍କର ପଢ଼ା-ଲେଖାରେ ବହୁତ ସାହାଯ୍ୟ ମିଳି ପାରୁଛି ।
ଜନଔଷଧୀ କେନ୍ଦ୍ରଗୁଡ଼ିକ ପାଇଁ ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ । ଆପଣ ଔଷଧ ଶସ୍ତା କରିଦେଲେ, ଷ୍ଟେଂଟ ମଧ୍ୟ ବହୁତ ଶସ୍ତା କରିଦେଲେ, 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମଧ୍ୟ ସ୍ଥିର କରିଦେଲେ । ଯୋଗ ଏବଂ ଆୟୁର୍ବେଦକୁ ନେଇ ମଧ୍ୟ ଆପଣ ସଦା ସର୍ବଦା କହି ଚାଲିଛନ୍ତି ।
ଏବେ ଆପଣଙ୍କଠାରୁ ଗରିବ ଏବଂ ମଧ୍ୟବିତ ଲୋକମାନଙ୍କର ଆଶା ଆହୁରି ବଢ଼ିଯାଇଛି । କୋଟି କୋଟି ଲୋକଙ୍କର ଆଶାର ଚାପକୁ ଆପଣ କିଭଳି ଭାବେ ପରିଚାଳନା (ହ୍ୟାଣ୍ଡେଲ୍) କରୁଛନ୍ତି?
ଉତ୍ତର-3
ସର୍ବପ୍ରଥମେ ତ ମୁଁ ଆପଣଙ୍କର ସୁସ୍ଥତା କାମନା କରୁଛି । ଆପଣଙ୍କର ଝିଅମାନଙ୍କର ଉନ୍ନତ ଭବିଷ୍ୟତ ପାଇଁ ମଧ୍ୟ ଶୁଭକାମନା । ମୋର ବିଶ୍ୱାସ ରହିଛି କି ଆପଣ ନିଶ୍ଚିତ ଭାବେ ଏହି ଔଷଧ ଦ୍ୱାରା ଆପଣଙ୍କୁ ଯେଉଁ ଲାଭ ମିଳିଛି.. ଦୁଇ ପ୍ରକାରର ଲାଭ ମିଳିଛି ଗୋଟିଏ ତ ଆପଣ ସର୍ବାଧିକ ମହଙ୍ଗା ଏବଂ କଷ୍ଟଦାୟକ ସ୍ଥିତିରୁ ବାହାରିଛନ୍ତି ଏବଂ ଯାହା ଫଳରେ କମ୍ ରୁ ଅତି କମ୍ ଆପଣଙ୍କୁ ଆର୍ଥିକ ସହଯୋଗ ମିଳିଗଲା । ଏବଂ ଏହି ବ୍ୟବସ୍ଥା ମଧ୍ୟକୁ ଯିବା କାରଣରୁ ଏବେ ଆପଣଙ୍କୁ ଶସ୍ତାରେ ଔଷଧ ମିଳି ପାରୁଛି, ଡାଇଲିସିସର ସୁବିଧା ମଧ୍ୟ ମିଳିଛି । ଆଉ ଆପଣ ଆପଣଙ୍କ ପରିବାରର ଦେଖାଶୁଣା ମଧ୍ୟ ଭଲ ଭାବେ କରି ପାରୁଛନ୍ତି । ମୁଁ ବୁଝୁଛି କି ଯେତେବେଳେ ସରକାରଙ୍କର କୌଣସି ଯୋଜନା ସମଗ୍ର ପରିବାରର ହିତ କରିଥାଏ ସମଗ୍ର ସମାଜର ହିତ କରିଥାଏ ତ ତାହା ନିଜକୁ ନିଜ ମଧ୍ୟରେ ଆଶୀର୍ବାଦର କାରଣ ପାଲଟିଥାଏ ।
ଦେଖନ୍ତୁ, ଯେତେବେଳେ ଆପଣଙ୍କ ଭଳି ଦେଶର କୋଟି କୋଟି ସାଥୀଙ୍କ ଜୀବନରେ ଆସିଥିବା ପରିବର୍ତନ ସମ୍ପର୍କରେ ମୁଁ ଶୁଣିଥାଏ ତ ଚାପ ପାଇଁ କୌଣସି ପରିସ୍ଥିତି ହିଁ ସୃଷ୍ଟି ହୋଇ ନଥାଏ । ମୁଁ ମୋ ଉପରେ ଆଶା କରିବାକୁ ଏକ ଚାପ ବୋଲି ନୁହେଁ ବରଂ ଏକ ପ୍ରୋତ୍ସାହନ ବୋଲି ମାନିଥାଏ ।
ଦେଶର ଗରିବଙ୍କୁ, ମଧ୍ୟମ ବର୍ଗଙ୍କୁ ଏହା ବିଶ୍ୱାସ ହୋଇଛି କି ତାଙ୍କ ସରକାର ତାଙ୍କୁ ଉତମ, ଶସ୍ତା ଏବଂ ସୁଲଭ ଚିକିତ୍ସା ଦେବାରେ ଲାଗି ପଡ଼ିଛନ୍ତି । ଏହା ଫଳରେ ଯେତିକି ଆଶା ବଢ଼ିଛି, ଆମର ପ୍ରୟାସ ମଧ୍ୟ ସେତିକି ବ୍ୟାପକ ହୋଇ ଚାଲିଛି ।
ଏବେ ଦେଖନ୍ତୁ, ପ୍ରାୟ-ପ୍ରାୟ 90 ଲକ୍ଷ ଗରିବ ରୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଚିକିତ୍ସା ମିଳି ସାରିଛି । ପ୍ରଧାନମନ୍ତ୍ରୀ ଡାଇଲିସିସ କାର୍ଯ୍ୟକ୍ରମ ମାଧ୍ୟମରେ 6 ଲକ୍ଷରୁ ଅଧିକଙ୍କର ମାଗଣାରେ ଡାଇଲିସିସ କରାଯାଇ ସାରିଛି ।
କେବଳ ଏତିକି ନୁହେଁ, ଏକ ହଜାରରୁ ଅଧିକ ଜରୁରୀ ଔଷଧଗୁଡ଼ିକର ମୂଲ୍ୟ ନିୟନ୍ତ୍ରିତ ହେବା କାରଣରୁ ରୋଗୀମାନଙ୍କର 12,500 କୋଟି ଟଙ୍କା ସଂଚୟ ହୋଇ ପାରିଛି । ଷ୍ଟେଂଟ୍ସ ଏବଂ ଆଣ୍ଠୁ-ପ୍ରତିରୋପଣର ମୂଲ୍ୟ କମ୍ ହେବା କାରଣରୁ ଲକ୍ଷ ଲକ୍ଷ ରୋଗୀଙ୍କୁ ନୂତନ ଜୀବନ ମିଳି ପାରିଛି । ବର୍ଷ 2025 ପର୍ଯ୍ୟନ୍ତ ଦେଶକୁ ଯକ୍ଷ୍ମା ମୁକ୍ତ କରିବା ଦିଗରେ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଏହି ଯୋଜନା ମାଧ୍ୟମରେ ଦେଶର ପ୍ରତିଟି ଗାଁରେ ଆଧୁନିକ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ର ନିର୍ମାଣ କରାଯାଉଛି । ଏ ପର୍ଯ୍ୟନ୍ତ ଯେଉଁ 31 ହଜାରରୁ ଅଧିକ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି, ସେଥିରେ 11 କୋଟିରୁ ଅଧିକ ସାଥୀ ନିଜର ଯାଂଚ କରାଇ ସାରିଛନ୍ତି ।
ଏଥିରେ ପ୍ରାୟ ସାଢ଼େ 3 ହଜାର କୋଟି ଉଚ୍ଚରକ୍ତଚାପ, ପ୍ରାୟ ୩ କୋଟି ମଧୁମେହ, 1 କୋଟି 75 ଲକ୍ଷ ମୁଖକର୍କଟ, 70 ଲକ୍ଷ ସର୍ବାଇକାଲ କର୍କଟ, 1 କୋଟିରୁ ଅଧିକ ସ୍ତନ କର୍କଟ, ଏଭଳି ଅନେକ ଗୁରୁତର ରୋଗଗୁଡ଼ିକର ସ୍କ୍ରିନିଂ ଏହି କେନ୍ଦ୍ରଗୁଡ଼ିକରେ ହୋଇ ସାରିଛି । ପ୍ରୟାସ ରହିଛି କି ଦେଶରେ ଲୋକମାନଙ୍କୁ ମେଡିକାଲ ସୁବିଧା ପାଇବା ପାଇଁ ଅଧିକ ଦୂର ଯିବାକୁ ନପଡ଼ୁ । ତେଣୁ ସାରା ଦେଶରେ 22ଟି ନୂତନ ଏଆଇଆଇଏମଏସ୍ ନିର୍ମାଣ କରାଯାଉଛି । ସାରା ଦେଶରେ 75ଟି ଜିଲ୍ଲା ଡାକ୍ତରଖାନାକୁ ମେଡିକାଲ କଲେଜରେ ପରିବର୍ତିତ କରାଯାଇଛି, ଯାହା ଫଳରେ ନୂତନ ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜ ସଂଖ୍ୟା 157 ହୋଇ ସାରିଛି ।
ଚଳିତି ବର୍ଷ ଦେଶରେ 75 ଟି ନୂତନ ମେଡିକାଲ କଲେଜ ନିର୍ମାଣ କରିବା ପାଇଁ ମଞ୍ଜୁରି ଦିଆ ଯାଇଛି, ଯାହା ଫଳରେ ଦେଶରେ ମେଡିକାଲଗୁଡିକରେ 4 ହଜାରରୁ ଅଧିକ ପିଜି ଏବଂ 16 ହଜାରରୁ ଅଧିକ ଏମବିବିଏସ ସିଟ୍ ସଂଖ୍ୟା ବୃଦ୍ଧି ହେବ । ଉଚିତ ମାତ୍ରାରେ ଭଲ ଡାକ୍ତର ଏବଂ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ପ୍ରସ୍ତୁତ ହୁଅନ୍ତୁ, ଏଥିପାଇଁ ଆବଶ୍ୟକୀୟ ଆଇନଗତ ପରିବର୍ତନ କରାଯାଉଛି । ଜାତୀୟ ମେଡିକାଲ କମିଶନ ହେଉଛି ଏହି ଦିଗରେ ନିଆଯାଇଥିବା ଏକ ପଦକ୍ଷେପ ।
ଦେଶରେ ଉନ୍ନତ ଔଷଧ ପ୍ରସ୍ତୁତ କରିବା ପାଇଁ, ରିସର୍ଚ୍ଚ ଏବଂ କ୍ଲିନିକାଲ ଟ୍ରାଏଲ ପାଇଁ ନିୟମ ପ୍ରସ୍ତୁତ କରାଯାଇଛି । ନିକଟରେ ଆପଣମାନେ ଶୁଣିଥିବେ କି ସମସ୍ତ ମେଡିକାଲ ଉପକରଣଗୁଡ଼ିକୁ ମଧ୍ୟ ଔଷଧର ପରିଭାଷାର ପରିସରକୁ ମଧ୍ୟକୁ ଅଣାଯାଇଛି । ଭାରତରେ ଯେତେବେଳେ ଏହିସବୁ ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ଅଧିକରୁ ଅଧିକ ନିର୍ମାଣ ହେବ ତ ଏଗୁଡ଼ିକର ମୂଲ୍ୟରେ ଆହୁରି କମ୍ ହେବା ହେଉଛି ଏକ ସ୍ୱାଭାବିକ କଥା । ଏଭଳି ଅନେକ ପ୍ରୟାସ ଚାଲୁ ରହିଛି, ଯାହା ଦେଶରେ ସ୍ୱାସ୍ଥ୍ୟ ସୁବିଧାରେ ବ୍ୟାପକ ସୁଧାର ଆଣିବ ।
ପ୍ରଶ୍ନ 4 ମୋର ନାମ ହେଉଛି ଅଳକା ମେହେରା । ମୋର ବୟସ ହେଉଛି 45 ବର୍ଷ । ମୁଁ ଆପଣଙ୍କ ସହର ବାରଣାସୀର ଅଟେ । କାଲି ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ । ମୁଁ ନିଜେ ମଧ୍ୟ ଜନଔଷଧୀ କେନ୍ଦ୍ର ଚଲାଉଛି । ଆଜି ଜନଔଷଧୀ କେନ୍ଦ୍ରରେ କେବଳ ୧ଟଙ୍କାରେ ସାନିଟାରୀ ପ୍ୟାଡ଼ ମିଳି ପାରୁଛି, ଯାହା ଫଳରେ ଗ୍ରାମୀଣ ମହିଳାମାନଙ୍କୁ ବହୁତ ଲାଭ ମିଳି ପାରୁଛି । ଏହିଭଳି ହିଁ ଅନେକ ଯୋଜନା ରହିଛି ଯାହା ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଆପଣ ପ୍ରଚଳିତ କରିଛନ୍ତି ।
ତାହା ଶୌଚାଳୟ ହେଉ, ସାନିଟାରୀ ପ୍ୟାଡ଼୍ ହେଉ, ଉଜ୍ଜ୍ୱଳା ହେଉ, ଆପଣ ସମାଜର ପୁରୁଣା ଚିନ୍ତାଧାରାକୁ ଆହ୍ୱାନ ଦେଲେ । ଏହି ନଷ୍ପତିଗୁଡ଼ିକୁ ନେଇ କେବେ ଆପଣଙ୍କ ମନରେ କୌଣସି ଚିନ୍ତା ଆସି ନାହିଁ କି, ସମାଜ କିଭଳି ପ୍ରତିକ୍ରିୟା ପ୍ରକାଶ କରିବ?
ଉତ୍ତର-4
ଅଳକା ମହାଶୟା ହର ହର ମହାଦେବ!
ଆପଣ ସମସ୍ତଙ୍କୁ, ସାରା ଦେଶର ଭଉଣୀମାନଙ୍କୁ, ଝିଅମାନଙ୍କୁ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଇଁ ଆଗୁଆ ଶୁଭେଚ୍ଛା । ଯେଭଳି ଆପଣମାନଙ୍କୁ ଜଣାଅଛି କି କାଲି ମୋର ସାମାଜିକ ଗଣମାଧ୍ୟମର ଆକାଉଂଟ କିଛି ଭଉଣୀମାନେ ହିଁ ପରିଚାଳନା କରିବାକୁ ଯାଉଛନ୍ତି । ଗତ ସପ୍ତାହେ ଧରି ଅନେକ ଭଉଣୀମାନଙ୍କର ପ୍ରେରଣାଦାୟୀ ପ୍ରସଙ୍ଗ ସାରା ଦେଶରୁ ଭଉଣୀମାନେ ପଠାଉଛନ୍ତି, ଯେଉଁଗୁଡ଼ିକ ଉତ୍ସାହିତ କରିବା ଭଳି ଏବଂ ଦେଶର ନାରୀଶକ୍ତିର ସାମର୍ଥ୍ୟ ବିଷୟରେ ଅଦ୍ଭୁତ ସୂଚନା ପ୍ରଦାନ କରିବା ଭଳି ମଧ୍ୟ । ଆପଣ ଯେଉଁ ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ନେଇ ପୁରୁଣା ଚିନ୍ତାଧାରାର କଥା କହିଛନ୍ତି, ତ ସେଥିରୁ ଦେଶକୁ ବାହାରକୁ ବାହାର କରିବା ପାଇଁ ହିଁ ତ ଆମକୁ କାର୍ଯ୍ୟ କରିବାକୁ ହେବ ।
ଯଦି କୌଣସି କଥା ହେଉଛି ସଠିକ, ତ ମୋର ସବୁବେଳେ ଏହି ମତ ରହି ଆସିଛି କି ସମାଜ ମଧ୍ୟ ସେହି କଥାକୁ ନିଶ୍ଚିତ ଭାବେ ବୁଝୁଛି, କେବଳ ମାତ୍ର ଗୋଟିଏ ପାଦ ବଢ଼ାଇବାର ଆବଶ୍ୟକତା ରହିଥାଏ । ଏହିସବୁ ଯୋଜନାଗୁଡ଼ିକରେ ଏହା ହିଁ ହୋଇଛି । ସରକାର କେବଳ ମାତ୍ର ଗୋଟିଏ ପଦକ୍ଷେପ ଉଠାଇଲେ, ବାକି ସବୁ କାମ ସେହି ସମାଜ ନିଜେ କଲା ।
ଏହି ଯୋଜନାଗୁଡ଼ିକର ଏହା ପରିଣାମ ହେଲା କି ଆଜି ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଅଦ୍ଭୁତପୂର୍ବ ସୁଧାର ହୋଇ ପାରିଛି । ଝିଅମାନଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ହେଉଛି । ସ୍କୁଲମାନଙ୍କରେ ଅଲଗା ଶୌଚାଳୟ ନିର୍ମାଣ କରିବା ଫଳରେ ଝିଅମାନେ ଏବେ ଅଧାରୁ ପାଠପଢ଼ା ବନ୍ଦ କରୁ ନାହାଁନ୍ତି । ସୁରକ୍ଷିତ ମାତୃତ୍ୱ ଅଭିଯାନ ଦ୍ୱାରା ମାତା ଏବଂ ଶିଶୁ ଦୁଇ ଜଣଙ୍କ ଜୀବନ ଉପରେ ରହିଥିବା ବିପଦ ବହୁତ କମ୍ ହୋଇଛି ।
ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମାଧ୍ୟମରେ ଦେଶର 1 କୋଟି 20 ଲକ୍ଷ ମହିଳାଙ୍କୁ ପ୍ରାୟ 5 ହଜାର କୋଟି ଟଙ୍କା ସରକାରଙ୍କ ଦ୍ୱାରା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି । ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ 3 କୋଟି 50 ଲକ୍ଷ ଶିଶୁଙ୍କୁ ଏବଂ 90 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କର ଟୀକାକରଣ ହୋଇ ସାରିଛି । ଜନଔଷଧୀ ଯୋଜନାର ଲାଭ ମଧ୍ୟ ତ ସମାଜର ପ୍ରତ୍ୟେକ ବର୍ଗଙ୍କୁ ହୋଇଛି । ଏଥିରେ ଆମ ଝିଅ, ଭଉଣୀମାନଙ୍କର ବିଶେଷ ଭାବେ ଲାଭ ହୋଇଛି । ଆଜିକାର ଏହି କାର୍ଯ୍ୟକ୍ରମରେ ମଧ୍ୟ ଅନେକ ଭଉଣୀ ସାମିଲ ହୋଇଛନ୍ତି ।
ବଜାରରେ 10ଟଙ୍କା ପର୍ଯ୍ୟନ୍ତ ମିଳୁଥିବା ସାନିଟାରୀ ପ୍ୟାଡ଼୍ ଆଜି ଜନଔଷଧୀ କେନ୍ଦ୍ରରେ 1 ଟଙ୍କାରେ ଉପଲବ୍ଧ ହେଉଛି । ଆପଣମାନଙ୍କର ମନେଥିବ କି ନିର୍ବାଚନ ସମୟରେ ଆମେ କହିଥିଲୁ କି ଜନଔଷଧୀ କେନ୍ଦ୍ରଗୁଡ଼ିକରେ ଅଢ଼େଇ ଟଙ୍କାର ପ୍ୟାଡ଼ର ମୂଲ୍ୟ 1ଟଙ୍କା କରାଯିବ । ଏହି ପ୍ରତିଶୃତିକୁ ପ୍ରଥମ 100 ଦିନ ମଧ୍ୟରେ ହିଁ ପୂରଣ କରାଗଲା । ଏହି ସାନିଟାରୀ ନ୍ୟାପକିନ୍ ହେଉଛି ଶସ୍ତା ଏବଂ ପରିବେଶ ଅନୁକୂଳ ମଧ୍ୟ । ଆପଣ ଅଧିକରୁ ଅଧିକ ଝିଅମାନଙ୍କୁ ଏହାର ଲାଭ ପହଂଚାଇବା ପାଇଁ କାର୍ଯ୍ୟ କରୁଛନ୍ତି । ଭୋଳା ବାବା ଆପଣଙ୍କୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ, ସାମର୍ଥ୍ୟ ଦିଅନ୍ତୁ, ଭଲ ସ୍ୱାସ୍ଥ୍ୟ ଦିଅନ୍ତୁ, ଏହା ହେଉଛି ମୋର କାମନା ।
ପ୍ରଶ୍ନ-5: ନମସ୍କାର ପ୍ରଧାନମନ୍ତ୍ରୀ ସାହେବ! ମୋର ନାମ ହେଉଛି ଗୁଲାମ ନବୀ ଦାର । ମୁଁ ଜମ୍ମୁ-କଶ୍ମୀରର ପୁଲୱାମାର ଅଟେ । ମୋର ବୟସ 74 ବର୍ଷ । ମୋତେ ଥାଇରଏଡ଼, ରକ୍ତଚାପ, ଗ୍ୟାଷ୍ଟ୍ରୋର ସମସ୍ୟା ରହିଛି । କ୍ରମାଗତ ଭାବେ ଔଷଧ ସେବନ କରିବା ପାଇଁ ଡାକ୍ତର ମୋତେ ପରାମର୍ଶ ଦେଇଛନ୍ତି । ଆଗେ ମୁଁ ବଜାରରୁ ଔଷଧ କିଣୁଥିଲି, କିନ୍ତୁ ବିଗତ 2-ଅଢ଼େଇ ବର୍ଷ ହେଲାଣି ଜନଔଷଧୀ କେନ୍ଦ୍ରରୁ ଆଣୁଛି । ମୋର ମାସିକ ରୋଜଗାର ହେଉଛି 20-22 ହଜାର ଟଙ୍କା । ଆଗେ ଏହାର ଅଧିକାଂଶ ଅଂଶ ଔଷଧରେ ହିଁ ଲାଗି ଯାଉଥିଲା । ଜନଔଷଧୀରୁ ଔଷଧ ନେବା ପରେ ପ୍ରତ୍ୟେକ ମାସରେ 8-9 ହଜାର ଟଙ୍କାର ସଂଚୟ ହେଉଛି । ଆପଣଙ୍କୁ ମୋର ଅନୁରୋଧ କି ଜମ୍ମୁ-କଶ୍ମୀର ଭଳି ପାହାଡ଼ିଆ ଅଂଚଳରେ ଏହାକୁ ଆହୁରି ପ୍ରୋତ୍ସାହନ ଦିଆଯାଉ ।
ଉତ୍ତର-5
ଗୁଲାମ ନବୀ ସାହେବ, ଆପଣଙ୍କ ନାଁ ସହିତ ସମାନ ଥିବା ଭଳି ଏଠାରେ ଦିଲ୍ଲୀରେ ମୋର ଜଣେ ଘନିଷ୍ଠ ମିତ୍ର ମଧ୍ୟ ଅଛନ୍ତି । ଜମ୍ମୁ-କଶ୍ମୀରର ଆଉ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ମୁଁ ତାଙ୍କୁ ଭେଟିଲେ ଆପଣଙ୍କ ବିଷୟରେ ନିଶ୍ଚିତ କହିବି । ଗୁଲାମ ନବୀ ମହାଶୟ, ଆପଣଙ୍କର ଯେଉଁସବୁ ଅସୁବିଧା ରହିଛି, ସେଥିରେ କ୍ରମାଗତ ଭାବେ ଔଷଧର ଆବଶ୍ୟକତା ରହିବ । ଆମକୁ ସନ୍ତୋଷ ମିଳୁଛି କି ଜମ୍ମୁ-କଶ୍ମୀରରେ ଜନଔଷଧୀ ଯୋଜନା ମାଧ୍ୟମରେ ଆପଣଙ୍କ ଭଳି ସାଥୀଙ୍କୁ ବହୁତ ଲାଭ ମିଳି ପାରୁଛି ।
ଆପଣ ଠିକ୍ କହିଛନ୍ତି ଜମ୍ମୁ-କଶ୍ମୀର ହେଉ, ଉତ୍ତର-ପୂର୍ବାଂଚଳ ହେଉ, କିମ୍ବା ଅନ୍ୟାନ୍ୟ ପାହାଡ଼ିଆ ଏବଂ ଆଦିବାସୀ ଅଂଚଳ, ଏଠାରେ ଜନଔଷଧୀ ଯୋଜନାକୁ ମଧ୍ୟ ସଂପ୍ରସାରଣ କରିବାକୁ ହେବ ଏବଂ ସମସ୍ତ ଔଷଧ ମହଜୁଦ ରହିବ, ଏହା ମଧ୍ୟ ସୁନିଶ୍ଚିତ କରିବା ହେଉଛି ଜରୁରୀ । ସରକାରଙ୍କର ମଧ୍ୟ ନିରନ୍ତର ଭାବେ ଏହି ପ୍ରୟାସ ରହିଛି । ଏବେ ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖରେ ଯେଉଁ ନୂତନ ବ୍ୟବସ୍ଥା ହୋଇଛି, ସେଥିରେ ଏହି ପ୍ରକାରର ସୁବିଧାରେ ଆହୁରି ଗତି ଆସିବ । ପୂର୍ବରୁ କେନ୍ଦ୍ରର ଯୋଜନାଗୁଡ଼ିକୁ ସେଠାରେ କାର୍ଯ୍ୟକାରୀ କରିବା ଖୁବ କଠିନ କାର୍ଯ୍ୟ ହେଉଥିଲା, କିନ୍ତୁ ଏବେ ଏସବୁ ପ୍ରତିବନ୍ଧକ ହଟି ଯାଇଛି । ବିଗତ ଦେଢ଼ ବର୍ଷରେ ଜମ୍ମୁ-କଶ୍ମୀରରେ ଅଦ୍ଭୁତପୂର୍ବ ଦ୍ରୁତ ଗତିରେ ବିକାଶର କାର୍ଯ୍ୟ ଚାଲୁ ରହିଛି । ଏହି ସମୟ ମଧ୍ୟରେ ସାଢ଼େ 3 ଲକ୍ଷରୁ ଅଧିକ ସାଥୀଙ୍କୁ ଆୟୁଷ୍ମାନ ଯୋଜନା ସହିତ ସାମିଲ କରାଯାଇଛି, ୩ ଲକ୍ଷ ବୟସ୍କ, ମହିଳା ଏବଂ ଦିବ୍ୟାଙ୍ଗଜନଙ୍କୁ ସରକାରଙ୍କର ପେନସନ୍ ଯୋଜନା ସହିତ ଯୋଡ଼ା ଯାଇଛି ।
କେବଳ ଏତିକି ନୁହେଁ, ପିଏମ ଆବାସ ଯୋଜନା ମାଧ୍ୟମରେ 24 ହଜାରରୁ ଅଧିକ ଘରର ନିର୍ମାଣ କରାଯାଇଛି, ଅଢ଼େଇ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ 3 ଲକ୍ଷ ପଚିଶ ହଜାରରୁ ଅଧିକ ଘରଗୁଡ଼ିକୁ ମାଗଣା ବିଜୁଳି ସଂଯୋଗ ଦିଆଯାଇଛି । ଯେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧାର କଥା ଅଛି, ତ ସେଠାରେ 2ଟି ଏଆଇଆଇଏମଏସ ଏବଂ ଅନ୍ୟାନ୍ୟ ମେଡିକାଲ କଲେଜର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଜମ୍ମୁ-କଶ୍ମୀରର ବିକାଶରେ ଆସୁଥିବା ଏହି ଦ୍ରୁତ ଗତି ଏବେ ଆହୁରି ବଢ଼ି ଚାଲିବ । ଏବେ ସଠିକ ଅର୍ଥରେ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶର ଭାବନା ସେଠାକାର ଧରଣୀ ଉପରେ ଅବତରିତ ହେଉଛି ।
ପ୍ରଶ୍ନ-6 ପ୍ରଧାନମନ୍ତ୍ରୀ ସାର୍, ମୋର ନାମ ହେଉଛି ଗୀତା । ମୁଁ ତାମିଲନାଡ଼ୁର କୋୟମ୍ବଟୁରରୁ କହୁଛି । ମୋର ବୟସ ହେଉଛି 62 ବର୍ଷ । ମୁଁ ମଧୁମେହ ଏବଂ ଉଚ୍ଚରକ୍ତଚାପ ଜନିତ ଚିକିତ୍ସା କରାଉଛି । ଯେବେଠାରୁ ଜନଔଷଧୀ କେନ୍ଦ୍ରରୁ ଔଷଧ ନେଉଛି, ସେବେଠାରୁ ପ୍ରତିବର୍ଷ 30 ହଜାର ଟଙ୍କାର ସଂଚୟ ହେଉଛି । ଗରିବ ଏବଂ ମଧ୍ୟବିତଙ୍କ ପାଇଁ ଏହା ହେଉଛି ଏକ ବଡ଼ ଚିନ୍ତାଶୂନ୍ୟ ବିଷୟ । ଏଥିପାଇଁ ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ । ମୁଁ ମୋ ଆଖପାଖରେ ମୋ ଜଣାଶୁଣା ଥିବା ଲୋକମାନଙ୍କୁ ମଧ୍ୟ ଜନଔଷଧୀର ଔଷଧ ନେବା ପାଇଁ କହୁଛି ଏବଂ ସେମାନଙ୍କୁ ଜଣାଉଛି ।
କାହିଁକି ନା ଆପଣ ଯୋଗ ଏବଂ ଆୟୁର୍ବେଦର କଥା କହୁଛନ୍ତି, ତ ମୁଁ ଏହା ଜାଣିବାକୁ ଚାହୁଁଛି କି ମଧୁମେହ ଭଳି ରୋଗ ଉପରେ ଏହାର ପ୍ରଭାବ କେତେ ପରିମାଣରେ ହୋଇଥାଏ?
ଉତ୍ତର-6 ଧନ୍ୟବାଦ ଗୀତା ମହାଶୟା ।
ଆପଣଙ୍କର ଯେଉଁ ସଂଚୟ ହେଉଛି, ତାହାର ଲାଭ ଅନ୍ୟମାନଙ୍କୁ ମିଳୁ, ଆପଣ ଏହା ସୁନିଶ୍ଚିତ କରୁଛନ୍ତି । ଆପଣମାନଙ୍କ ଭଳି ସଚେତନ ନାଗରିକ ହିଁ ଏହି ଦେଶକୁ ଆହୁରି ସୁଦୃଢ଼ କରୁଛନ୍ତି । ଆପଣ କେବଳ ନିଜର ହିଁ ନୁହେଁ ବରଂ ଅନ୍ୟମାନଙ୍କର ମଧ୍ୟ ହିତ ବିଷୟରେ ଚିନ୍ତା କରୁଛନ୍ତି, ଏହା ଜଣେ ନାଗରିକ ଭାବେ ହେଉଛି ଆମମାନଙ୍କର ବହୁତ ବଡ଼ ଦାୟିତ୍ୱ । ଆବଶ୍ୟକତା ଥିବା ପ୍ରତ୍ୟେକବ୍ୟକ୍ତିଙ୍କୁ ଉତ୍ତମ ଏବଂ ଶସ୍ତା ଚିକିତ୍ସା ସେବା ମିଳୁ, ଏହା ହେଉଛି ସରକାରଙ୍କର ଉତରଦାୟିତ୍ୱ । କିନ୍ତୁ ଚିକିତ୍ସା ପାଇଁ ଏଠାକୁ ସେଠାକୁ ଧାଇଁବାକୁ ନ ପଡ଼ୁ, ଏହା ପ୍ରୟାସ ହେବା ଉଚିତ । ରୋଗମୁକ୍ତ ହେବାଠାରୁ ଭଲ ହେଉଛି ନିରୋଗ ରହିବା । ସରକାର ସ୍ୱଚ୍ଛ ଭାରତ, ଯୋଗ ଦିବସ, ଫିଟ ଇଣ୍ଡିଆ ଭଳି ଅଭିଯାନ ଏଥିପାଇଁ ତ ଚଲାଉଛନ୍ତି ।
ଦେଖନ୍ତୁ, ମଧୁମେହ ଏବଂ ଉଚ୍ଚରକ୍ତଚାପ ଭଳି ଅନେକ ରୋଗ ଆଜି ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ସମସ୍ତ ରୋଗ ଜୀବନଶୈଳୀ ସହିତ ଜଡ଼ିତ । ଏଗୁଡ଼ିକର ଚିକିତ୍ସା ପୂର୍ଣ୍ଣମାତ୍ରାରେ ସମ୍ଭବପର ନୁହେଁ, ସେଗୁଡ଼ିକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିଥାଏ । ଯେତେବେଳେ ଏହାର କାରଣ ହିଁ ହେଉଛି ଆମର ଜୀବନଶୈଳୀ, ସେତେବେଳେ ଅବଶ୍ୟ ଏହାର ନିୟନ୍ତ୍ରଣ ଆମ ଜୀବନଶୈଳୀ ଦ୍ୱାରା ହିଁ ହୋଇ ପାରିବ । ଏହି ହେଉଛି କାରଣ ଯେ ନିଜ ଜୀବନଶୈଳୀରେ ଆମକୁ ଫିଟନେସ ଏବଂ ସ୍ୱାସ୍ଥ୍ୟକର ଅଭ୍ୟାସକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
ଯୋଗ ଏହି କାର୍ଯ୍ୟ କରିଥାଏ । ଯୋଗ ଆମ ଅଙ୍ଗଗୁଡ଼ିକ ସହିତ ଆମର ଶ୍ୱାସକ୍ରିୟାର ମଧ୍ୟ ହେଉଛି ବ୍ୟାୟାମ । ଏହା ଏକ ପ୍ରକାରରେ ଆମକୁ ଅନୁଶାସିତ ଭାବେ ଜୀବନ ଜୀଇଁବାକୁ ପ୍ରେରଣା ଦେଇଥାଏ । ଭଉଣୀମାନଙ୍କ ପାଇଁ ଏହାର ତ ବହୁତ ଜରୁରୀ ଆବଶ୍ୟକତା ରହିଛି । କାରଣ ଭଉଣୀମାନେ ପ୍ରାୟତଃ ପରିବାରରେ ସମସ୍ତଙ୍କର ଧ୍ୟାନ ରଖୁ ରଖୁ ନିଜର ଦେଖାଶୁଣା କରିବା କଥାକୁ ଅଣଦେଖା କରିଥାଆନ୍ତି । ଏହା ଠିକ୍ କଥା ନୁହେଁ । ପରିବାରରେ ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ଏହା ହେଉଛି ଦାୟିତ୍ୱ କି ସେମାନେ ଘରର ସଂପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ଭଉଣୀମାନଙ୍କୁ, ମାଆମାନଙ୍କୁ ଫିଟନେସ୍ ପାଇଁ ପ୍ରେରିତ କରନ୍ତୁ ।
ପ୍ରଶ୍ନ-7: ସାର୍, ମୋର ନାମ ହେଉଛି ପଙ୍କଜ କୁମାର ଝା । ମୁଁ ବିହାରର ମୁଜଫରପୁରର ବାସିନ୍ଦା ।
7 ବର୍ଷ ପୂର୍ବେ ନକ୍ସଲପନ୍ଥୀମାନେ ମୋ ଗାଁରେ ଏକ ବୋମା ବିସ୍ଫୋରଣ କରାଇ ଥିଲେ । ଯାହା ଫୁଟିବାରୁ ମୋତେ ମୋ ହାତ ହରାଇବାକୁ ପଡ଼ିଲା । ମୁଁ ନିଶ୍ଚିତ ଭାବେ ହାତ ହରାଇଛି କିନ୍ତୁ ନିଜର ସାହସ ହରାଇ ନାହିଁ । ଦିନେ ଖବରକାଗଜରୁ ମୁଁ ଜନଔଷଧୀ ଯୋଜନା ବିଷୟରେ ଜାଣିବାକୁ ପାଇଲି ଆଉ ଏହା ସହିତ ସାମିଲ ହେବାର ନିଷ୍ପତି ନେଲି । ମୁଁ 3 ବର୍ଷ ଧରି ଏହି କାର୍ଯ୍ୟ କରୁଛି । ଆଜି ଲୋକଙ୍କର ସେବା ମଧ୍ୟ ହେଉଛି ଆଉ ମାସକୁ 4-5 ଲକ୍ଷ ଟଙ୍କାର ବିକ୍ରି ମଧ୍ୟ ହେଉଛି ।
ମୋର ପ୍ରଶ୍ନ ହେଉଛି ଆଜ୍ଞା, ଦିବ୍ୟାଙ୍ଗମାନଙ୍କୁ ଅଧିକରୁ ଅଧିକ ଏହି ଯୋଜନା ସହିତ ଯୋଡ଼ିବା ପାଇଁ ଆମେ କ’ଣ କରି ପାରିବା?
ଉତ୍ତର: ଦେଖନ୍ତୁ ପଙ୍କଜ, ସର୍ବପ୍ରଥମେ ତ ଆପଣଙ୍କୁ ବହୁତ-ବହୁତ ସାଧୁବାଦ । ଆପଣଙ୍କର ସାହସ ହେଉଛି ଖୁବ୍ ପ୍ରଶଂସନୀୟ । ଆପଣ ପ୍ରକୃତ ଅର୍ଥରେ ଜନଔଷଧୀ ଭାବନାର ପ୍ରତିନିଧିତ୍ୱ କରୁଛନ୍ତି ।
ଏହି ଯୋଜନା ଶସ୍ତା ଔଷଧ ସଙ୍ଗେ-ସଙ୍ଗେ ଆଜି ଦିବ୍ୟାଙ୍ଗ ଜନଙ୍କ ସହିତ ଅନେକ ଯୁବ ସାଥୀମାନଙ୍କ ପାଇଁ ଆତ୍ମବିଶ୍ୱାସର ବହୁତ ବଡ଼ ସାଧନ ପାଲଟିଯାଇଛି । ଜନଔଷଧୀ କେନ୍ଦ୍ରଗୁଡ଼ିକ ସହିତ ବଂଟନ, ଗୁଣାତ୍ମକ ପରୀକ୍ଷାଗାର, ଭଳି ଅନେକ ସାଧନ ଗୁଡ଼ିକର ମଧ୍ୟ ସମ୍ପ୍ରସାରିତ ହେଉଛି । ଯାହାଦ୍ୱାରା ହଜାର ହଜାର ଯୁବ ସାଥୀମାନଙ୍କୁ ରୋଜଗାର ମିଳୁଛି ।
ଯେତେବେଳେ ଜଣେ ଦିବ୍ୟାଙ୍ଗ ଜନଙ୍କ ପ୍ରଶ୍ନ ଉଠୁଛି ତ ମୁଁ ସବୁବେଳେ ଏହା ମାନୁଛି କି ସେମାନଙ୍କ ସାମର୍ଥ୍ୟର ଆହୁରି ଅଧିକ ବ୍ୟବହାର କରାଯିବା ଉଚିତ ।
ଏକବିଂଶ ଶତାବ୍ଦୀରେ ଭାରତର ଅର୍ଥବ୍ୟବସ୍ଥାରେ ଦିବ୍ୟାଙ୍ଗଜନଙ୍କ କୌଶଳକୁ, ସେମାନଙ୍କ ଉତ୍ପାଦକତାକୁ ରାଷ୍ଟ୍ରର ବିକାଶରେ ଅଧିକରୁ ଅଧିକ ଭାଗିଦାରୀ ଦେବାର ଆବଶ୍ୟକତା ରହିଛି । ଏହା ହେଉଛି କାରଣ କି ବିଗତ 5 ବର୍ଷରେ ଦିବ୍ୟାଙ୍ଗ ଜନଙ୍କ ସୁବିଧା ଏବଂ ସେମାନଙ୍କ କୌଶଳ ବିକାଶକୁ ନେଇ ବ୍ୟାପକ ଧ୍ୟାନ ଦିଆଯାଉଛି । ଦିବ୍ୟାଙ୍ଗଙ୍କୁ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ ଅଧିକାର ଦେବା ପାଇଁ ଆବଶ୍ୟକ ଆଇନଗତ ପରିବର୍ତ୍ତନ ମଧ୍ୟ କରାଯାଉଛି । ନିଶ୍ଚିତ ଭାବେ ଆମର ଜନଔଷଧୀ ଭଳି ଯୋଜନାଗୁଡ଼ିକରେ ମଧ୍ୟ ଦିବ୍ୟାଙ୍ଗମାନଙ୍କର ଅଧିକରୁ ଅଧିକ ଭାଗିଦାରୀ ଆମ ସମସ୍ତଙ୍କୁ ସୁନିଶ୍ଚିତ କରିବାର ଅଛି ।
ଆମର ମନ୍ତ୍ରୀ ମହାଶୟ, ସାଂସଦ ସେଠାରେ ବସିଛନ୍ତି, ଗୋଟିଏ ପ୍ରକାରରେ ଆପଣମାନେ ଜନଔଷଧୀ କେନ୍ଦ୍ରରେ ଏକ ଉତ୍ସବ ଭଳି ପାଳନ କରୁଛନ୍ତି ତ ମୁଁ ବାସ୍ତବରେ ଆଜି ଦେଶର କୋଣ ଅନୁକୋଣରେ ଯେଉଁଠାରେ ମୋତେ କଥା ହେବାର ସୁଯୋଗ ମିଳିଛି, ଆପଣମାନେ ସମୟ ବାହାର କରିଛନ୍ତି କିନ୍ତୁ ଗୋଟିଏ କଥା ହେଉଛି ଜନଔଷଧୀ କେନ୍ଦ୍ର ବାସ୍ତବ ଅର୍ଥରେ ଜନଶକ୍ତି ପାଲଟୁଛି । ଜନଔଷଧୀ ଯୋଜନାକୁ ମଧ୍ୟ ଆହୁରି ଅଧିକ ପ୍ରଭାବଶାଳୀ କରିବା ପାଇଁ ନିରନ୍ତର କାର୍ଯ୍ୟ ଚାଲୁ ରହିଛି । ଏହା ସହିତ ଆବଶ୍ୟକତା ରହିଛି କି ଦେଶର ପ୍ରତ୍ୟେକ ନାଗରିକ ସ୍ୱାସ୍ଥ୍ୟ ପ୍ରତି ନିଜର ଦାୟିତ୍ୱକୁ ମଧ୍ୟ ବୁଝନ୍ତୁ । ଆମକୁ ନିଜ ଜୀବନରେ, ନିଜର ଦିନଚର୍ଯ୍ୟାରେ ସ୍ୱଚ୍ଛତା, ଯୋଗ, ସନ୍ତୁଳିତ ଭୋଜନ, ଖେଳ ଏବଂ ଅନ୍ୟାନ୍ୟ ବ୍ୟାୟାମକୁ ନିଶ୍ଚିତ ସ୍ଥାନ ଦେବା ଆବଶ୍ୟକ । ମୁଁ ମାତା-ପିତାମାନଙ୍କୁ ମଧ୍ୟ ଅନୁରୋଧ କରିବି କି ନିଜ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଆପଣ ଯେତେ ଅନୁରୋଧ କରୁଛନ୍ତି, ଖେଳିବା ପାଇଁ ମଧ୍ୟ ସେତିକି ଅନୁରୋଧ କରନ୍ତୁ । ପିଲାମାନଙ୍କ ଦେହରୁ ଯଦି ଦିନକୁ ଚାରିଥର ଝାଳ ବୋହୁ ନାହିଁ, ସେତିକି ପରିଶ୍ରମ କରୁ ନାହାଁନ୍ତି ତ ମାଆ-ବାପାଙ୍କୁ ଚିନ୍ତା କରିବା ଦରକାର । ଫିଟନେସକୁ ନେଇ ଆମର ପ୍ରୟାସ ହିଁ ସୁସ୍ଥ ଭାରତ ପାଇଁ ସଂକଳ୍ପକୁ ସିଦ୍ଧି କରିବ ।
ମୁଁ ପୁଣିଥରେ ଜନଔଷଧୀ କେନ୍ଦ୍ରର ଏହି ଅଭିଯାନ ସହିତ ସାମିଲ ହୋଇଥିବା ଯୋଗୁଁ ଯେଉଁମାନେ ଜନଔଷଧୀ କେନ୍ଦ୍ର ଚଳାଉଛନ୍ତି, ସେମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି । ଦେଶର କୋଟି-କୋଟି ଲୋକ ଏବେ ମଧ୍ୟ ଏହି ବ୍ୟବସ୍ଥା ସହିତ ଅପରିଚିତ ଅଛନ୍ତି । ମୁଁ ଆପଣମାନଙ୍କୁ ମଧ୍ୟ କହିବି, ମୁଁ ଗଣମାଧ୍ୟମର ସାଥୀମାନଙ୍କୁ ମଧ୍ୟ କହିବି କି ଏହା ହେଉଛି ମାନବତାର କାର୍ଯ୍ୟ, ହେଉଛି ସେବାର କାର୍ଯ୍ୟ । ଆପଣ ନିଜ ତରଫରୁ ମଧ୍ୟ ଏଥିପାଇଁ ଭରପୂର ପ୍ରଚାର କରନ୍ତୁ, ପ୍ରୟାସ କରନ୍ତୁ ଏବଂ ଗରିବରୁ ଗରିବ ଲୋକ ଏହି ସୁବିଧାଗୁଡ଼ିକର ଲାଭ ନିଅନ୍ତୁ, ଆପଣ କୌଣସି ନା କୌଣସି ଲୋକର ଜୀବନରେ ସାହାଯ୍ୟକାରୀ ହୁଅନ୍ତୁ । ଏବେ ଏହି କାର୍ଯ୍ୟକୁ ମିଳିମିଶି କରିବା, ଆପଣ ସମସ୍ତଙ୍କୁ ପୁଣିଥରେ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ମଙ୍ଗଳକାମନା କରୁଛି । ଆପଣ ସମସ୍ତଙ୍କୁ ପାବନ-ପବିତ୍ର ହୋଲି ଉତ୍ସବ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି ଆଉ ଯେପରି ମୁଁ ଆରମ୍ଭରୁ କହିଥିଲି ଏହି କୋରୋନା ଭୂତାଣୁକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ । ସଚେତନ ହେବାର ଆବଶ୍ୟକତା ଅଛି । ଗୁଜବ ପ୍ରଚାରର ଆବଶ୍ୟକତା ନାହିଁ । ସେଥିରେ ଯାହା ଯାହା କରିବାର ଅଛି ଏବଂ ଯାହା କରିବାର ନାହିଁ, ତାହା ପାଳନ କରିବାର ଆବଶ୍ୟକତା ଅଛି । ଯଦି ଆମେ ଏହା କରିନେବା ତ ଆମେ ବିଜୟୀ ହୋଇ ଆଗକୁ ବଢ଼ିବା । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି ।
ବହୁତ-ବହୁତ ଧନ୍ୟବାଦ!
***************
(Release ID: 1605858)
Visitor Counter : 162