ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜନଔଷଧୀ ଯୋଜନା ଉତ୍ତମ ଏବଂ ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଯାଉଛି : ପ୍ରଧାନମନ୍ତ୍ରୀ

• ପ୍ରତ୍ୟେକ ଭାରତୀୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚାରୋଟି ଲକ୍ଷ୍ୟ ସୁନିଶ୍ଚିତ କରିବା ସହିତ ପ୍ରତ୍ୟେକ ନାଗରିକ ନିଜ ସ୍ୱାସ୍ଥ୍ୟ ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ

Posted On: 07 MAR 2020 8:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭାରତୀୟ ଜନଔଷଧୀ ହିତାଧିକାରୀମାନଙ୍କ ସହ ଏବଂ ଜନ ଔଷଧୀ କେନ୍ଦ୍ରଗୁଡିକର ମାଲିକ ମାନଙ୍କ ସହ ଭିଡିଓ କନଫାରେନ୍ସ ଜରିଆରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଔଷଧୀ ଦିବସ କେବଳ ଏହି ଯୋଜନା ପାଳନ କରିବା ପାଇଁ ନୁହେଁ ବରଂ ଏହାଦ୍ୱାରା ଉପକୃତ ହେଉଦ୍ୱାରା 10 ଲକ୍ଷରୁ ଉଦ୍ଧ୍ୱ ଜନସାଧାରଣଙ୍କ ସହ ସଂପର୍କ ସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଭାରତୀୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଚାରୋଟି ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛୁ । ପ୍ରଥମତଃ ପ୍ରତ୍ୟେକ ଭାରତୀୟଙ୍କୁ ରୋଗମୁକ୍ତ କରାଇବା । ଦ୍ୱିତୀୟତଃ, ରୋଗଗ୍ରସ୍ତଙ୍କ ପାଇଁ ଉଚିତ ମୂଲ୍ୟରେ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା । ତୃତୀୟତଃ, ଚିକିତ୍ସା ପାଇଁ ଆଧୂନିକ ଡାକ୍ତରଖାନା ସୁବିଧା ସହିତ ଭଲ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ଉପଲବ୍ଧତାକୁ ସୁନିଶ୍ଚିତ କରାଇବା  । ଏବଂ ଚତୁର୍ଥ ଲକ୍ଷ୍ୟ ହେଉଛି ମିଶନ ମୋଡରେ କରାଯାଉଥିବା କାର୍ଯ୍ୟ କ୍ଷେତ୍ରରେ ନୂତନ ଆହ୍ୱାନଗୁଡିକର ମୁକାବିଲା କରିବା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ଜନତାଙ୍କୁ ଉଚିତ ଏବଂ ଉତ୍ତମ ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଜନଔଷଧୀ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ  ।

ଦେଶରେ ଏ ପର୍ଯ୍ୟନ୍ତ 6 ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲାଯାଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ  । ଏହାର ପରିଧି ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଏହାଦ୍ୱାରା ଅଧିକରୁ ଅଧିକ ଜନସାଧାରଣ ଉପକୃତ ହୋଇପାରୁଛନ୍ତି । ସଂପ୍ରତି ପ୍ରତ୍ୟେକ ମାସରେ ଏକ କୋଟିରୁ ଅଧିକ ପରିବାରଙ୍କୁ ଏହି କେନ୍ଦ୍ରଗୁଡିକ ଜରିଆରେ ଉଚିତ୍ ମୂଲ୍ୟରେ ଔଷଧ ଉପଲବ୍ଧ କରାଯାଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଔଷଧୀ କେନ୍ଦ୍ରରେ ବଜାର ମୂଲ୍ୟଠାରୁ 50 ରୁ 90 ପ୍ରତିଶତ କମ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଉଦାହରଣ ସ୍ୱରୂପ, କର୍କଟ ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ବଜାରରେ 6,500 ଟଙ୍କାରେ ମିଳୁଥିଲାବେଳେ ଜନଔଷଧୀ କେନ୍ଦ୍ରରେ ଏହା ମାତ୍ର 800 ଟଙ୍କାରେ ଉପଲବ୍ଧ କରାଯାଉଛି ।

ସେହିଭଳି ଚିକିତ୍ସା କ୍ଷେତ୍ରରେ ମଧ୍ୟ ପୂର୍ବ ଅପେକ୍ଷା ଏବେ କମ ଖର୍ଚ୍ଚରେ ସେବା ଉପଲବ୍ଧ କରାଯାଉଛି । ଜନଔଷଧୀ କେନ୍ଦ୍ର ଯୋଗୁ ଦେଶରେ ଏ ପର୍ଯ୍ୟନ୍ତ କୋଟି କୋଟି ଗରିବ ଏବଂ ମଧ୍ୟବର୍ଗୀୟ ଜନସାଧାରଣଙ୍କର 2200 କୋଟି ଟଙ୍କା ସଂଚୟ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଜନଔଷଧୀ କେନ୍ଦ୍ରଗୁଡିକୁ ସୁଚାରୁ ରୂପେ ଚଳାଉଥିବା ଅଂଶୀଦାରମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଥିଲେ  । ଏହି ଅବସରରେ ଜନଔଷଧୀ ଯୋଜନାରେ ସଂପୃକ୍ତ ହୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଔଷଧୀ ଯୋଜନା ଯୁବଗୋଷ୍ଠୀ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ଅପୂରନ୍ତ ଆତ୍ମବିଶ୍ୱାସର ଆଧାର ହୋଇପାରିଛି । ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀମାନେ ଜନଔଷଧୀ ପରୀକ୍ଷାଗାରଠାରୁ ଆରମ୍ଭ କରି ଜନସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଔଷଧର ଆବଣ୍ଟନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ପାଇପାରିଛନ୍ତି ।

ସେ କହିଥିଲେ ଯେ ସରକାର ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ଆହୁରୀ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଜନଔଷଧୀ ଯୋଜନାକୁ ଆହୁରି ଅଧିକ ଫଳପ୍ରଦ କରିବା ପାଇଁ ନିରନ୍ତର ଉଦ୍ୟମ ଜାରୀ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଖାପାଖି 90 ଲକ୍ଷ ଗରିବ ରୋଗୀ ଆୟୁଷ୍ମାନ ଭାରତ ଯୋଜନାରେ  ଚିକିତ୍ସା ସେବା ପ୍ରାପ୍ତ କରିଛନ୍ତି । ଡାଏଲିସିସ ଯୋଜନାରେ ବିନା ମୂଲ୍ୟରେ 6 ଲକ୍ଷରୁ ଉଦ୍ଧ୍ୱର୍ ଡାଏଲିସିସ କରାଯାଇଛି । ଏହାସହିତ ଅତ୍ୟାବଶ୍ୟକ ଔଷଧଗୁଡିକର ମୂଲ୍ୟ ହ୍ରାସ କରି 12,500କୋଟି ଟଙ୍କାର ସଂଚୟ କରାଯାଇପାରିଛି । ଷ୍ଟେଣ୍ଟଏବଂ ଆଣ୍ଟୁ ଅତ୍ସ୍ରୋପ୍ରଚାର ମୂଲ୍ୟ ହ୍ରାସ କରାଯାଇଥିବାରୁ ୧୦ ଲକ୍ଷରୁ ଉର୍ଦ୍ଧ ରୋଗୀ ନୂଆ ଜୀବନ ପାଇଛନ୍ତି ।

ଆଗାମୀ 2025 ମଧ୍ୟରେ ଦେଶକୁ ଟିବି ମୁକ୍ତ କରିବା ପାଇଁ ଅବିରତ କାର୍ଯ୍ୟ ଜାରୀ ରହିଛିଏହି ଯୋଜନାରେ ଦେଶର ପ୍ରତ୍ୟେକ ଗ୍ରାମାଂଚଳରେ ଆଧୂନିକ ସ୍ୱାସ୍ଥ୍ୟ ଏବଂ ୱେଲନେସ କେନ୍ଦ୍ର ଖୋଲାଯାଉଛି । ଏ ପର୍ଯ୍ୟନ୍ତ ୩୧ ହଜାର କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସୂଂପର୍ଣ୍ଣ ହୋଇସାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ଯେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ ।

ସେ କହିଥିଲେ ଯେ, ଆମେ ସମସ୍ତେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ଯୋଗ, ସନ୍ତୁଳିତ ଆହାର, ଖେଳକୁଦ ସହିତ ଅନ୍ୟାନ୍ୟ ବ୍ୟାୟାମ ନିଜର ପ୍ରତିଦିନର ଦିନଚର୍ଯ୍ୟାରେ ସାମିଲ କରିବା ଆବଶ୍ୟକ । ସୁସ୍ଥ ଭାରତ ଗଠନ କରିବାରେ ଆମ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଚେଷ୍ଟା ସହାୟକ ହେବ ।

 

 

***************


(Release ID: 1605857) Visitor Counter : 140


Read this release in: English