ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତର ପୂର୍ବାଞ୍ଚଳ ବର୍ତ୍ତମାନ ଦେଶର ବୃହତ ବିକାଶ ଇଞ୍ଜିନ ହୋଇପାରିଛି: ପ୍ରଧାନମନ୍ତ୍ରୀ

• ଦଶନ୍ଧି ପୁରୁଣା ବୋଡୋ ସମସ୍ୟାକୁ ସମସ୍ତ ଅଂଶୀଦାରମାନଙ୍କୁ ଏକତ୍ର କରି ସମାଧାନ କରାଯାଇପାରିଛି
• ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

Posted On: 06 FEB 2020 8:05PM by PIB Bhubaneshwar

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବ ରାଜ୍ୟ ଏବେ ଆଉ ଉପେକ୍ଷିତ ନୁହେଁ  ।

ସେ କହିଥିଲେ, ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ସରକାରୀ କାର୍ଯ୍ୟଗୁଡିକ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ବର୍ତ୍ତମାନ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ବିକାଶ ହୋଇଛି ଏବଂ ଏହା ଦେଶର ବୃହତ ବିକାଶ ଇଞ୍ଜିନ ଭାବେ ପ୍ରତିପାଦିତ ହୋଇପାରିଛି  ।

ଉତ୍ତର ପୂର୍ବ ଅଂଚଳର ଜନସାଧାରଣ ଏବେ ଦିଲ୍ଲୀକୁ ଅତି ଦୂର ବୋଲି ଅନୁଭବ କରୁନାହାନ୍ତି  । ବର୍ତ୍ତମାନ ସରକାର ତାଙ୍କ ଘର ପର୍ଯ୍ୟନ୍ତ ପହଂଚି ସାରିଛନ୍ତି । ଆମ ମନ୍ତ୍ରୀ ଓ ଅଧିକାରୀମାନେ ଏହି ଅଂଚଳକୁ ନିୟମିତ ଭାବେ ପରିଦର୍ଶନ କରୁଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ବିଜୁଳି, ରେଳବାଇ, ସଡକ ଯୋଗାଯୋଗ, ମୋବାଇଲ ସଂଯୋଗ ଏବଂ ଅଂଚଳର ବିକାଶ କରିବା ସହ ଏହି କ୍ଷେତ୍ରର ଅନ୍ୟ ଦିଗଗୁଡିକର ବିକାଶ କରିବା ନେଇ କାର୍ଯ୍ୟ କରୁଛି  ।

ମାତ୍ର କିଛି ଦିନ ପୂର୍ବେ ସ୍ଵାକ୍ଷରିତ ବୋଡୋ ରାଜିନାମା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ଅଂଶୀଦାରମାନଙ୍କୁ ଏକତ୍ର କରି ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରାଯାଇଥିଲା  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସାଧାରଣ ସମସ୍ୟାର ସମାଧାନ ହୋଇ ପାରୁନଥିବା କାରଣରୁ ଦଶନ୍ଧି ଦଶନ୍ଧି ଧରି ଅଶାନ୍ତି ଲାଗି ରହିଥିଲା ଏଥିଯୋଗୁ ପ୍ରାୟ 40000 ଲୋକ ମୃତ୍ୟୁବରଣ କରିଥିଲେ  ।

ସେ କହିଥିଲେ ଯେ, ଆମେ ସମସ୍ତ ଅଂଶୀଦାରମାନଙ୍କୁ ଏକତ୍ର କରି ରାଜିନାମା ସ୍ଵାକ୍ଷର କଲୁଆ ଏବଂ ଏହା ପ୍ରମାଣିତ କଲା ଯେ ଏବେ ଆଉ କୌଣସି ବିବାଦ ନାହିଁ

 

**********



(Release ID: 1602324) Visitor Counter : 183


Read this release in: English