Print
XClose
Press Information Bureau
Government of India
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
30 MAR 2020 8:26AM by PIB Bhubaneswar
ଭାରତୀୟ ଦୂତାବାସ ମୁଖ୍ୟମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ 5ଟା ସମୟରେ ସାରା ବିଶ୍ୱରେ ଥିବା ଭାରତୀୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଗୁଡ଼ିକର ମୁଖ୍ୟଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ପ୍ରଥମ ଥର ପାଇଁ ସାରା ବିଶ୍ୱରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ଅନୁଷ୍ଠିତ ହୋଇଥିବା ଏହି କନଫରେନ୍ସରେ ବିଶ୍ୱ ମହାମାରୀ କୋଭିଡ-19 ମୁକାବିଲା ନେଇ ଆଲୋଚନା କରାଯାଇଥିଲା

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସାଧାରଣ ସମୟରେ ଅସାଧାରଣ ସମାଧାନର ଆବଶ୍ୟକତା ରହିଛି, ସେହି କାରଣରୁ ଆଜିର ଜାଗତିକ ସମୟରେ, ବିଶ୍ୱର ଅଧିକାଂଶ ଭାଗ ସଙ୍ଗରୋଧ(କ୍ୱାରେଣ୍ଟାଇନ) ହୋଇ ରହିଛି ଏହି ମହାମାରୀର ମୁକାବିଲା ଲାଗି ଏହା ହିଁ ଅନିବାର୍ଯ୍ୟ କାରଣ, କିନ୍ତୁ ଏହାର ମଧ୍ୟ ପ୍ରଭାବ ଅନୁଭୂତ ହେଉଛି ସାରା ବୈଶ୍ୱିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି ଅନ୍ତର୍ଜାତୀୟ ପରିବହନ ବ୍ୟବସ୍ଥା, ଆର୍ଥିକ ବଜାର ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ବ୍ୟାପକ ଏବଂ ସୁଦୂରପ୍ରସାରୀ ପ୍ରଭାବ ପଡ଼ିଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ମଧ୍ୟଭାଗରୁ ଏହି ମହାମାରୀକୁ ପ୍ରତିହତ କରିବା ଲାଗି ଭାରତ ସରକାର ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି ଦେଶବାହାରୁ ଆସୁଥିବା ସଂକ୍ରମଣ ହ୍ରାସ କରିବା ଏବଂ ଏହାପରେ ମହାମାରୀ ବ୍ୟାପିବାକୁ ରୋକିବା ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ଭାରତରେ ବିଶ୍ୱର ସର୍ବବୃହତ ସଙ୍ଗରୋଧ ଲକଡାଉନକୁ କାର୍ଯ୍ୟକାରୀ କରାଯାଇଛି

ମହାମାରୀର କେନ୍ଦ୍ର ସ୍ଥଳରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ଦୂତାବାସର ମୁଖ୍ୟମାନଙ୍କ ପ୍ରୟାସ ଲାଗି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ପାଞ୍ଚଟି ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ

  1. ସେମାନଙ୍କ ନିଜର, କର୍ମଚାରୀଙ୍କର ଏବଂ ପରିବାର ଲୋକଙ୍କ ସ୍ଵାସ୍ଥ୍ୟ ନିରାପତ୍ତା ପ୍ରତି ଧ୍ୟାନଦେବା;
  2. ଅନ୍ତର୍ଜାତୀୟ ଯାତ୍ରା କଟକଣା କାରଣରୁ ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟଙ୍କ ସହ ଯୋଗାଯୋଗ କରିବା ଏହାଛଡ଼ା ଅନିଚ୍ଛାକୃତ ଭାବେ ବିଦେଶରେ ଫସି ରହିଥିବା ଭାରତବାସୀଙ୍କ ସମସ୍ୟା ସମାଧାନ କରିବା ଦିଗରେ ସହାୟତା ଯୋଗାଇ ଦେବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିବା ତଥା ଯେଉଁଠି ଆବଶ୍ୟକ ସ୍ଥାନୀୟ ସରକାରଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଆଶ୍ରୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ;
  3. କୋଭିଡ-19 ମୁକାବିଲା ଲାଗି ଭାରତକୁ ସହାୟତା କରିବା ନିମନ୍ତେ ସେମାନଙ୍କ ଦେଶରେ ଶ୍ରେଷ୍ଠ ପ୍ରଚଳନ, ନବୋନ୍ମେଷ, ବୈଜ୍ଞାନିକ ଉଦ୍ଭାବନ ତଥା ଡାକ୍ତରୀ ସରଞ୍ଜାମ କ୍ରୟ ଆଦି ପାଇଁ ମିଳୁଥିବା ମାନ୍ୟତା ପ୍ରତି ସତର୍କ ରହିବା ଚିହ୍ନଟ କରିବା ନିମନ୍ତେ  ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ନୂଆକରି ପ୍ରତିଷ୍ଠା ହୋଇଥିବା ପିଏମ-କେୟାର୍ସ ପାଣ୍ଠି ସମ୍ପର୍କରେ ବିଦେଶରୁ ଦାନ ସଂଗ୍ରହ କରିବା ନିମନ୍ତେ ପ୍ରଚାର କରିବା ଲାଗି ସେ ଦୂତାବାସ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ
  4. ଏହି ସଂକଟ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇଛି ତେଣୁ ବିଦେଶୀ ସହଯୋଗୀଙ୍କ ସହିତ ସମନ୍ୱୟ ରକ୍ଷା କରି ଜରୁରି ସାମଗ୍ରୀ କାରବାର, ଲଜିଷ୍ଟିକ୍ସ ଶୃଙ୍ଖଳା, ଅର୍ଥକାରବାର ଆଦି ସୂଚାରୁ ରୂପେ ଜାରି ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଦୂତାବାସ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ
  5. କୋଭିଡ-19 ମହାମାରୀ ବ୍ୟାପିବା ପରିପ୍ରେକ୍ଷୀରେ ପରିବର୍ତ୍ତିତ ଅନ୍ତର୍ଜାତୀୟ ରାଜନୈତିକ ଅର୍ଥନୈତିକ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ

ଜବାବରେ ବେଜିଂ, ୱାଶିଂଟନ ଡିସି, ତେହେରା, ରୋମ, ବର୍ଲିନ, କାଠମାଣ୍ଡୁ, ଆବୁଧାବି, କାବୁଲ, ମାଲେ ସିଓଲରେ ଥିବା 10ଟି ଭାରତୀୟ ଦୂତାବାସର ମୁଖ୍ୟମାନେ ପ୍ରଧାନମନ୍ତ୍ରୀ ଏବଂ ଉପସ୍ଥିତ ଅନ୍ୟମାନଙ୍କ ସମ୍ମୁଖରେ ସେମାନଙ୍କ ପ୍ରସ୍ତାବ ରଖିଥିଲେ ଏହି ମହାମାରୀକୁ ରୋକିବା ଦିଗରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ସେମାନେ ଥିବା ଦେଶରେ ପ୍ରଶଂସା କରାଯିବା ସମ୍ପର୍କରେ ସେମାନେ ମତାମତ ଦେଇଥିଲେ

ବିଦେଶରେ ଥିବା ଭାରତୀୟ ବିଶେଷ କରି ଛାତ୍ରଛାତ୍ରୀ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ସେମାନେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଦୂତାବାସ ମୁଖ୍ୟମାନେ ଆଲୋକପାତ କରିଥିଲେ ମହାମାରୀ ରୋକିବା ଦିଗରେ ଭାରତର ପ୍ରୟାସରେ ସହାୟକ ହେବାର ସମ୍ଭାବନା ଥିବା ଔଷଧ, ମେଡିକାଲ ସରଞ୍ଜାମ, ପ୍ରଯୁକ୍ତି, ଗବେଷଣା ଏବଂ ଅନ୍ୟାନ୍ୟ ପଦକ୍ଷେପ ଚିହ୍ନଟ କରିବା ଦିଗରେ ସେମାନଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ କୋଭିଡ-19 ମୁକାବିଲା ଲାଗି ସାର୍କ ରାଷ୍ଟ୍ର ସମୂହ ପାଇଁ ଭାରତର ଉଦ୍ୟମକ୍ରମେ ଗଠନ ହୋଇଥିବା ସ୍ୱତନ୍ତ୍ର ପାଣ୍ଠିକୁ କିଭଳି ଭାବେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପଯୋଗ କରୁଛନ୍ତି ସେ ବିଷୟରେ ଦୂତାବାସ ମୁଖ୍ୟମାନେ ଉଲ୍ଲେଖ କରିଥିଲେ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କର ମାର୍ଗଦର୍ଶନ ପ୍ରେରଣା ନିମନ୍ତେ ଦୂତାବାସ ମୁଖ୍ୟମାନେ କୃତଜ୍ଞତା ବ୍ୟକ୍ତ କରିଥିଲେ

ଶେଷରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତୀୟ ଦୂତାବାସ ମୁଖ୍ୟମାନେ ଦେଶଠାରୁ ଦୂରରେ ରହିଲେ ମଧ୍ୟ କୋଭିଡ-19 ମୁକାବିଲା ଦିଗରେ ସେମାନେ ପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ସମସ୍ତ ଭାରତୀୟ ସତର୍କ ଏବଂ ଏକଜୁଟ ରହିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିପାରିବ ବୋଲି ସେ କହିଥିଲେ

 

************