Print
XClose
Press Information Bureau
Government of India
କ୍ୟାବିନେଟ
13 MAR 2019 7:26PM by PIB Bhubaneswar
• ଡାମନ ଓ ଡିଉ ଦେୱାନୀ ନ୍ୟାୟାଳୟ (ସଂଶୋଧନ) ନିୟାମକ, 2019

ସମ୍ବିଧାନର ଅନୁଚ୍ଛେଦ 240 ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଡାମନ ଏବଂ ଡିଉ ଦେୱାନୀ ନ୍ୟାୟାଳୟ (ସଂଶୋଧନ) ନିୟାମକ, 2019 ଏବଂ ଦାଦ୍ରା ଏବଂ ନଗର ହାଭେଳୀ (ଦେୱାନୀ ନ୍ୟାୟାଳୟ ଏବଂ ବିବିଧ ବ୍ୟବସ୍ଥା) ସଂଶୋଧନ ନିୟାମକ, 2019କୁ ମଞ୍ଜୁର କରିଛନ୍ତି ।

ଲାଭ :

ଏହି ପଦକ୍ଷେପ ଫଳରେ ନ୍ୟାୟିକ ସେବାରେ ସମାନତା ଆଣିବାରେ ସହାୟକ ହେବ । ବର୍ତ୍ତମାନର ସୀମିତ ଆର୍ଥିକ କ୍ଷେତ୍ରାଧିକାର କାରଣରୁ ଆବେଦନକାରୀମାନଙ୍କୁ ଅପିଲ ଦାଖଲ କରିବା ଲାଗି ମୁମ୍ବାଇ ଯିବା ପାଇଁ ପଡ଼ୁଥିବା ଅସୁବିଧା ଦୂର କରିବାରେ ସହାୟତା ମିଳିପାରିବ । ବୃଦ୍ଧି ପାଇଥିବା ଆର୍ଥିକ କ୍ଷେତ୍ରାଧିକାର ଫଳରେ କେନ୍ଦ୍ର ଶାସିତ ପ୍ରଦେଶରୁ ବାହାରକୁ ନଯାଇ ମଧ୍ୟ ଆବେଦନକାରୀମାନଙ୍କୁ ସହଜରେ ନ୍ୟାୟ ପ୍ରଦାନ ସୁନିଶ୍ଚିତ ହୋଇପାରିବା ବ୍ୟତୀତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।

 

**********