Print
XClose
Press Information Bureau
Government of India
ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
13 APR 2018 8:52PM by PIB Bhubaneswar
ସମାନ ଆଚାର ସଂହିତା ଉପରେ ମତାମତ ପାଇଁ ଅଧିକ 30 ଦିନ ସମୟ ଦେଲେ ଲ’ କମିସନ

ସମାନ ଆଚାର ସଂହିତା (Uniform Civil Code)କୁ ଭାରତର ଲକମିସନ ସମୀକ୍ଷା କରୁଛନ୍ତି । ଜନସାଧାରଣ, ବିଭିନ୍ନ ସଂସ୍ଥା (ସରକାରୀ/ବେସରକାରୀ)ଙ୍କୁ ଏହା ଉପରେ ମତାମତ ଦେବାକୁ 2018 ମାର୍ଚ୍ଚ 19 ତାରିଖରେ ଲକମିସନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ସଂସଦରେ ଆଲୋଚନା ପାଇଁ ଥିବା ତିନିତଲାକ ବିଷୟରେ ମତାମତ ନ ଦେବାକୁ କୁହାଯାଇଥିଲା । ସୁପ୍ରିମକୋର୍ଟରେ ମଧ୍ୟ ସମିନା ବେଗମ ବନାମ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ମାମଲା ବିଚାରାଧୀନ ରହିଛି, ଯାହାକି ନିକାହହଲାଲ୍, ନିକାହମୁତାହ ଏବଂ  ନିକାହମିସୟାର ସହ ଜଡ଼ିତ ।

କମିସନଙ୍କ ଆହ୍ୱାନ ଅନୁସାରେ ସମାନ ଆଚର ସଂହିତା ଉପରେ ମତାମତ ଦେବାକୁ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ଆଗ୍ରହ ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମତାମତ ଦେବାର ଶେଷ ତାରିଖକୁ 2018 ମେ6 ତାରିଖକୁ ବୃଦ୍ଧି କରାଯାଇଛି । ମତାମତ ପଠାଇବାର ଠିକଣାହେଲା; Member Secretary, Law Commission of India, 4th Floor, LokNayakBhawan Khan Market, New Delhi-110003 or by email : 1ci-dla@nic.in.

 

**************