ପୋଷ୍ଟ କରାଯିବା ଦିନାଙ୍କ:
27 NOV 2026 9:16PM by PIB Bhubaneswar
କଳିଙ୍ଗ ଷ୍ଟାଡିୟମ୍ରେ ଶୁକ୍ରବାର ଅନୁଷ୍ଠିତ ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଶ୍ରୀଲଙ୍କାର ଧାବକମାନଙ୍କ ଡବଲ୍ ସ୍ପ୍ରିଣ୍ଟ୍ ବିଜୟ ମୁଖ୍ୟ ଆକର୍ଷଣ ରହିଥିଲା। ତେବେ ଏହା ଭାରତକୁ ପଦକ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାରୁ ରୋକିପାରି ନଥିଲା। ଏହି ପ୍ରଥମ ସଂସ୍କରଣ ଚାମ୍ପିୟନସିପ୍ରେ ୬ଟି ଦେଶର ୨୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଥିବା ବେଳେ ତିନି ଦିନ ଧରି ମୋଟ ୩୨ଟି ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା ହୋଇଥିଲା।
ଶୁକ୍ରବାର ଅନ୍ତିମ ଦିବସରେ ମୋଟ ୧୪ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ଶ୍ରୀଲଙ୍କା ୬ଟି ହାସଲ କରିଥିଲା। ବିଶେଷ କରି ଟ୍ରାକ୍ ଇଭେଣ୍ଟଗୁଡ଼ିକରେ ଦ୍ୱୀପ ରାଷ୍ଟ୍ରର ଏହି ଚମତ୍କାର ପ୍ରଦର୍ଶନ ଆଥଲେଟିକ୍ସ କ୍ଷେତ୍ରରେ ଏହାର ବର୍ଦ୍ଧିତ ଦକ୍ଷତାକୁ ପ୍ରତିଫଳିତ କରିଥିଲା। ଭାରତ ନିଜର ପୂର୍ବଦିନର ୧୪ଟି ସ୍ୱର୍ଣ୍ଣ ପଦକ ସହ ଆଉ ୮ଟି ସ୍ୱର୍ଣ୍ଣ ସାମିଲ କରି ମୋଟ ୨୨ଟି ସ୍ୱର୍ଣ୍ଣ ପଦକ ସହିତ ପଦକ ତାଲିକାର ଶୀର୍ଷରେ ରହିଥିଲା। ଆୟୋଜକ ଭାରତ ମୋଟ ୪୭ଟି ପଦକ ହାସଲ କରିଥିଲା। ଶ୍ରୀଲଙ୍କା ମୋଟ ୩୮ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ୧୦ଟି ପଦକ (୨ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ) ସହ ତୃତୀୟ ସ୍ଥାନ ହାସଲ କରିଥିଲା। ନେପାଳ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଭୁଟାନ ଓ ମିଆଁମାର କୌଣସି ପଦକ ହାସଲ କରିପାରିନଥିଲେ।
ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିମ୍ଷ୍ଟେକ୍ ଆଥଲେଟିକ୍ସ ମିଟ୍ର ଉଦ୍ଯାପନ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଉଦ୍ଯାପନୀ ସମାରୋହରେ ଶ୍ରୀ ମାଝୀ କହିଥିଲେ, “ଏଭଳି ଆୟୋଜନ ଅଂଶଗ୍ରହଣକାରୀ ଦେଶଗୁଡ଼ିକ ମଧ୍ୟରେ କ୍ରୀଡ଼ା ସମ୍ପର୍କକୁ ସୁଦୃଢ଼ କରିବା ସହ ପାରସ୍ପରିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରୁଛି ଏବଂ ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କୁ ମୂଲ୍ୟବାନ ଅଭିଜ୍ଞତା ଓ ସୁଯୋଗ ପ୍ରଦାନ କରୁଛି। ଏହି ଚାମ୍ପିଅନସିପ୍ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ ଆମ ଯୁବ କ୍ରୀଡ଼ାବିତ୍ମାନଙ୍କ ନିଷ୍ଠା ଓ ସାମର୍ଥ୍ୟକୁ ପ୍ରତିଫଳିତ କରୁଛି।”
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବ୍ୟତୀତ ଉଦ୍ଯାପନୀ ସମାରୋହରେ ଉପସ୍ଥିତ ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶାର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାରତ ସରକାରଙ୍କ କ୍ରୀଡ଼ା ସଚିବ ଶ୍ରୀ ହରିରଞ୍ଜନ ରାଓ, ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜୁ ରଞ୍ଜନ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ତଥା ଅର୍ଜୁନ ପୁରସ୍କାର ବିଜେତା ଏମ୍.ଡି. ଭାଲସାମ୍ମା ଓ ସୁଧା ସିଂହ ପ୍ରମୁଖ ସାମିଲ ଥିଲେ। ଶ୍ରୀ ସୂରଜ କହିଥିଲେ, “କଳିଙ୍ଗ ଷ୍ଟାଡିୟମ୍ରେ ବିମ୍ଷ୍ଟେକ୍ ମିଟ୍ ଆୟୋଜନ କରିବା ଅନ୍ତର୍ଜାତୀୟ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଓଡ଼ିଶାର ଚାରିଜଣଙ୍କ ସମେତ ଆମ ଯୁବ କ୍ରୀଡ଼ାବିତ୍ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଅନ୍ୟ ଦେଶର କ୍ରୀଡ଼ାବିତ୍ଙ୍କ ସହ ପ୍ରତିଯୋଗିତା କରିବା ପାଇଁ ଏକ ମୂଲ୍ୟବାନ ମଞ୍ଚ ପ୍ରଦାନ କରିଛି।”
ସନ୍ଧ୍ୟାର ଅନ୍ୟତମ ପ୍ରମୁଖ ଦୌଡ଼ ପ୍ରତିଯୋଗିତା ୨୦୦ ମିଟର ଦୌଡ଼ରେ ଶ୍ରୀଲଙ୍କାର କେ. ହିସାନା ନିରୁପମା (୨୪.୦୮ ସେକେଣ୍ଡ) ଭାରତର ଭାବନା ଜି. (୨୪.୨୩ ସେକେଣ୍ଡ)ଙ୍କ କଡ଼ା ଆହ୍ୱାନକୁ ପ୍ରତିହତ କରି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜର ପ୍ରଥମ ୨୦୦ ମିଟର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଶ୍ରୀଲଙ୍କାର ଦକ୍ଷ ଧାବକ ଏମ୍. ଥିମେଶ ଚାନ୍ କୋଷ୍ଟା (୨୧.୨୩ ସେକେଣ୍ଡ) ଉସେନ୍ ବୋଲ୍ଟଙ୍କ ଶୈଳୀରେ ଆଙ୍ଗୁଠି ହଲାଇ ବିଜୟ ଉତ୍ସବ ପାଳନ କରିବା ସହ ଶ୍ରୀଲଙ୍କା ପାଇଁ ସ୍ପ୍ରିଣ୍ଟ୍ ଡବଲ୍ ବିଜୟ ହାସଲ କରିଥିଲେ। ସେ ଭାରତର ଯୁବରାଜ ଇ. (୨୧.୪୯ ସେକେଣ୍ଡ) ଏବଂ ନିଜ ଦେଶର ମାଲିଥ୍ ୱାର୍ଣ୍ଣାକୁଲାସୁରିୟା (୨୨.୦୭ ସେକେଣ୍ଡ)ଙ୍କୁ ପଛରେ ପକାଇଥିଲେ। ନିରୁପମା କହିଥିଲେ, “ମୁଁ ଚାହେ ଭାରତରେ ଏଭଳି ଅଧିକ ପ୍ରତିଯୋଗିତାର ଆୟୋଜନ କରାଯାଉ। ଏଠାରେ ସ୍ୱର୍ଣ୍ଣ ପଦକ ହାସଲ କରି ମୁଁ ଅତ୍ୟନ୍ତ ଉତ୍ସାହିତ। ଏହାର ସମସ୍ତ ଶ୍ରେୟ ମୋର ପ୍ରଶିକ୍ଷକ ଓ ପିତାମାତାଙ୍କୁ ଦେବାକୁ ଚାହେ।” ଛୋଟ ଆକୃତିର ନିରୁପମା ଦୌଡ଼ ସମୟରେ ଚମତ୍କାର ଗତି ବୃଦ୍ଧି କରି ଏହି ବିଜୟ ହାସଲ କରିଥିଲେ।
ଶୁକ୍ରବାର ଦିନ ଶ୍ରୀଲଙ୍କା ଚମତ୍କାର ଢଙ୍ଗରେ ନିଜର ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ଚାରିଟି ପ୍ରତିଯୋଗିତାରେ ଶ୍ରୀଲଙ୍କାର କ୍ରୀଡ଼ାବିତ୍ମାନେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୪୦୦ ମିଟର ବାଧାଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ ପରାସ୍ତ କରି ଶ୍ରୀଲଙ୍କା ସ୍ୱର୍ଣ୍ଣ ପଦକ ଜିତିଥିଲା। ପୁରୁଷ ବର୍ଗରେ ମୁଥୁନାୟକାଗେ ଚତୁରଙ୍ଗା (୪୯.୯୦ ସେକେଣ୍ଡ)ଙ୍କୁ କୌଣସି କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିନଥିବା ବେଳେ ମହିଳା ବର୍ଗରେ ଅରାଲିୟା ସତ୍ସର ଗୀଗାନାଗେ (୫୯.୩୮ ସେକେଣ୍ଡ) କଡ଼ା ପ୍ରତିଯୋଗିତା ପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ମହିଳା ଦୌଡ଼ରେ ଭାରତ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା। ମହିଳା ୮୦୦ ମିଟର ଦୌଡ଼ରେ ଲକ୍ଷାଣୀ ୱାଥେ ଗେଦାରା (୨:୧୦.୧୭ ସେକେଣ୍ଡ) ଅତ୍ୟନ୍ତ ରୋମାଞ୍ଚକର ଫିନିଶ୍ରେ ଦୁଇଜଣ ଭାରତୀୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ଲଙ୍ଗ୍ ଜମ୍ପ୍ରେ ଏ.ପି. କ୍ରିଶାନ୍ଦନ (୭.୫୩ ମିଟର) ଏବଂ କେ.ଏମ୍.କେ.ସି. କରୁଣାରତ୍ନ (୭.୪୩ ମିଟର) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରି ଶ୍ରୀଲଙ୍କା ପାଇଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ। ଏହି ବର୍ଗରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା।
ଶୁକ୍ରବାର ଦିନ ଭାରତ ମଧ୍ୟ ସ୍ୱର୍ଣ୍ଣ ପଦକ ସଂଖ୍ୟା ବୃଦ୍ଧି କରିବା ଆରମ୍ଭ କରିଥିଲା। ମହିଳା ସଟ୍ପୁଟ୍ରେ ଅଂଶୁ (୧୫.୧୭ ମିଟର) ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଏହି ସଫଳତା ଆଣିଥିଲେ। ଏହି ବର୍ଗରେ ଭାରତ ଦ୍ୱିତୀୟ ସ୍ଥାନ ମଧ୍ୟ ହାସଲ କରିଥିଲା। ରିୟା ବର୍ମା (୧୪.୫୯ ମିଟର) ରୌପ୍ୟ ପଦକ ଜିତିଥିବା ବେଳେ ବାଂଲାଦେଶ ଏହି ପ୍ରତିଯୋଗିତାରେ ନିଜର ଦ୍ୱିତୀୟ ବ୍ରୋଞ୍ଜ ପଦକ ହାସଲ କରିଥିଲା। ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତର ଶ୍ୟାମ ମିଲନ ବିନ୍ଦ (୧:୫୦.୬୬ ସେକେଣ୍ଡ) ବିଜୟୀ ହୋଇ ଶ୍ରୀଲଙ୍କାର କ୍ରୀଡ଼ାବିତ୍ଙ୍କ ଆଉ ଏକ ପଦକ ସ୍ୱିପ୍କୁ ରୋକିଥିଲେ। ଏହା ଥିଲା ଭାରତର ୧୬ତମ ସ୍ୱର୍ଣ୍ଣ ପଦକ। ଏହି ଦୌଡ଼ରେ ଶ୍ରୀଲଙ୍କା ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା।
ଲୋକପ୍ରିୟ ରିଲେ ଦୌଡ଼ ଏବଂ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ସହ ବିମ୍ଷ୍ଟେକ୍ ୨୦୨୬ର ପରିସମାପ୍ତି ହୋଇଥିଲା। ଚାମ୍ପିଅନସିପ୍ର ଆରମ୍ଭ ଭଳି ଭାରତ ଶେଷ ମଧ୍ୟ ସ୍ୱର୍ଣ୍ଣିମ ସଫଳତା ସହ କରିଥିଲା। ଘରୋଇ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗର ୪ x ୧୦୦ ମିଟର ରିଲେ ଏବଂ ୪ x ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଉଭୟ ପୁରୁଷ ଓ ମହିଳା ୪ x ୪୦୦ ମିଟର ରିଲେ ଦୌଡ଼ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏଥିରେ ଶ୍ରୀଲଙ୍କା ବିପକ୍ଷରେ ପଛୁଆ ସ୍ଥିତିରୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତ ବିଜୟୀ ହୋଇଥିଲା।
୪ x ୧୦୦ ମିଟର ରିଲେରେ ଭାରତ ପକ୍ଷରୁ ଶେଷ ଧାବିକା ଭାବେ ଦୌଡ଼ିଥିବା ମୃତିକା ଟି. ଏବଂ ୪ x ୪୦୦ ମିଟର ରିଲେରେ ଶେଷ ଧାବିକା ଭାବେ ଦୌଡ଼ିଥିବା ତନୁ ଚୌଧୁରୀ ଏହି ପ୍ରତିଯୋଗିତାରେ ଡବଲ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକମାତ୍ର ଦୁଇଜଣ ମହିଳା କ୍ରୀଡ଼ାବିତ୍ ଥିଲେ। ଏହା ପୂର୍ବରୁ ସେମାନେ ନିଜ ନିଜ ବ୍ୟକ୍ତିଗତ ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜାଭେଲିନ୍ ଥ୍ରୋ କ୍ଷେତ୍ରରେ ଭାରତର ବର୍ଦ୍ଧିତ ପ୍ରତିଷ୍ଠାକୁ ଅନୁରୂପ ଭାବେ ଶଶାଙ୍କ ପାଟିଲ୍ ୭୧.୮୯ ମିଟରର ଚମତ୍କାର ଭାବେ ଫିଙ୍ଗିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ବିମ୍ଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ମିଟ୍ ୨୦୨୬
କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର
ତୃତୀୟ ଦିବସ - ଶୁକ୍ରବାର, ୨୭ ନଭେମ୍ବର ୨୦୨୬ - ପ୍ରତ୍ୟେକ ଇଭେଣ୍ଟର ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀ
୧. ପୁରୁଷ ୪୦୦ ମିଟର ବାଧାଦୌଡ଼ (୧୬:୦୦)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ମୁଥୁନାୟକାଗେ ଡି. ଚତୁରଙ୍ଗା ଶ୍ରୀଲଙ୍କା ୪୯.୯୦
ରୌପ୍ୟ ଆର୍ଯ୍ୟନ ପ୍ରଜ୍ୱଳ କାଶ୍ୟପ ଭାରତ ୫୧.୪୮
ବ୍ରୋଞ୍ଜ ଶାଭିନ୍ଦୁ ନିମାଶ ମହା ଶ୍ରୀଲଙ୍କା ୫୧.୯୧
୨. ମହିଳା ସଟ୍ପୁଟ୍ (୧୬:୧୦)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଅଂଶୁ ଭାରତ ୧୫.୧୭ ମିଟର
ରୌପ୍ୟ ରିୟା ବର୍ମା ଭାରତ ୧୪.୫୯ ମିଟର
ବ୍ରୋଞ୍ଜ ସୁଲତାନା ଜାକିୟା ବାଂଲାଦେଶ ୧୨.୬୪ ମିଟର
୩. ମହିଳା ୪୦୦ ମିଟର ବାଧାଦୌଡ଼ (୧୬:୧୫)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଅରାଲିୟା ସତ୍ସର ଗୀଗାନାଗେ ଶ୍ରୀଲଙ୍କା ୫୯.୩୮
ରୌପ୍ୟ ପ୍ରିୟଙ୍କା ମାଡିଭା ଓଲେକର ଭାରତ ୫୯.୮୩
ବ୍ରୋଞ୍ଜ ସୋନମ୍ ଭାରତ ୧:୦୦.୮୩
୪. ପୁରୁଷ ଲଙ୍ଗ୍ ଜମ୍ପ୍ (୧୬:୨୦)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଏ.ପି. କ୍ରିଶାନ୍ଦନ ଶ୍ରୀଲଙ୍କା ୭.୫୩ ମିଟର
ରୌପ୍ୟ କେ.ଏମ୍.କେ.ସି. କରୁଣାରତ୍ନ ଶ୍ରୀଲଙ୍କା ୭.୪୩ ମିଟର
ବ୍ରୋଞ୍ଜ ଶାରୋନ୍ ଜେଷ୍ଟସ୍ ଭାରତ ୭.୨୭ ମିଟର
୫. ମହିଳା ୮୦୦ ମିଟର ଦୌଡ଼ (୧୬:୩୦)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ୱାଥେ ଗେଦାରା ଲକ୍ଷାଣୀ ଶ୍ରୀଲଙ୍କା ୨:୧୦.୧୭
ରୌପ୍ୟ ପ୍ରତୀକ୍ଷା ଯାଦବ ଭାରତ ୨:୧୦.୨୩
ବ୍ରୋଞ୍ଜ ଲକ୍ଷ୍ମୀପ୍ରିୟା କିସାନ ଭାରତ ୨:୧୦.୯୯
ଟିପ୍ପଣୀ: ଉପରୋକ୍ତ ସମୟ ଓ ପ୍ରଦର୍ଶନ ମୂଳ ତଥ୍ୟ ଅନୁସାରେ ରଖାଯାଇଛି।
୬. ପୁରୁଷ ୮୦୦ ମିଟର ଦୌଡ଼ (୧୬:୪୦)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଶ୍ୟାମ ମିଲନ ବିନ୍ଦ ଭାରତ ୧:୫୦.୬୬
ରୌପ୍ୟ ଏସ୍.ଡି. ଶେହାନ ଦିଲରଙ୍ଗା ଶ୍ରୀଲଙ୍କା ୧:୫୧.୦୭
ବ୍ରୋଞ୍ଜ ଜି.ଏ.ଏ. ପନ୍ସିଲୁ ଗିରିଦାରା ଶ୍ରୀଲଙ୍କା ୧:୫୧.୮୭
୭. ପୁରୁଷ ଜାଭେଲିନ୍ ଥ୍ରୋ (୧୭:୧୦)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଶଶାଙ୍କ ପାଟିଲ୍ ଭାରତ ୭୧.୮୯ ମିଟର
ରୌପ୍ୟ ଥେମିୟା ବିମ୍ସାରା ନାମୁନି ଶ୍ରୀଲଙ୍କା ୬୯.୦୬ ମିଟର
ବ୍ରୋଞ୍ଜ ଖାନ୍ ମହମ୍ମଦ ହାସିବ୍ ବାଂଲାଦେଶ ୬୪.୭୫ ମିଟର
୮. ମହିଳା ୨୦୦ ମିଟର ଦୌଡ଼ (୧୭:୧୫)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ କେ. ରିସାନ୍ସା ହିରୁପମା ଶ୍ରୀଲଙ୍କା ୨୪.୦୮
ରୌପ୍ୟ ଭାବନା ଜି. ଭାରତ ୨୪.୨୩
ବ୍ରୋଞ୍ଜ ଦେୱାନ ସୁମାୟା ବାଂଲାଦେଶ ୨୪.୭୩
୯. ପୁରୁଷ ୨୦୦ ମିଟର ଦୌଡ଼ (୧୭:୨୫)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଏମ୍. ଥିମେଶ ଚାନ୍ କୋଷ୍ଟା ଶ୍ରୀଲଙ୍କା ୨୧.୨୩
ରୌପ୍ୟ ଯୁବରାଜ ଇ. ଭାରତ ୨୧.୪୯
ବ୍ରୋଞ୍ଜ ମାଲିଥ୍ ୱାର୍ଣ୍ଣାକୁଲାସୁରିୟା ଶ୍ରୀଲଙ୍କା ୨୨.୦୭
୧୦. ମହିଳା ଲଙ୍ଗ୍ ଜମ୍ପ୍ (୧୭:୩୫)
ସ୍ଥାନ କ୍ରୀଡ଼ାବିତ୍ ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଶିବା ଡି. ଭାରତ ୬.୨୧ ମିଟର
ରୌପ୍ୟ ଖାତୁନ୍ ମୋଷ୍ଟ ସ୍ୱପ୍ନା ବାଂଲାଦେଶ ୬.୦୮ ମିଟର
ବ୍ରୋଞ୍ଜ ଏଚ୍.ଆର୍.ଡି.ଏସ୍. ରଣସଗଲ୍ଲା ଶ୍ରୀଲଙ୍କା ୬.୦୦ ମିଟର
୧୧. ମହିଳା ୪×୧୦୦ ମିଟର ରିଲେ (୧୮:୧୦ ଘଣ୍ଟା)
ସ୍ଥାନ ଖେଳାଳି ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଭାରତ (ରୁଜୁଲା ଭୋଁସଲେ, ଭାବନା ଜି., ଭି. ସୁଧୀକ୍ଷା, ମୃଥିକା ଟି.) ଭାରତ ୪୫.୬୦
ରୌପ୍ୟ ଶ୍ରୀଲଙ୍କା (ଧନଞ୍ଜନା ଫର୍ଣ୍ଣାଣ୍ଡୋ, ଦିଲନ୍ମା ପେରେରା ପଥିରାନା, କେ. ରିସାନ୍ସା ହିରୁପମା, ଏଚ୍.ଆର୍.ଡି.ଏସ୍. ରଣସଗଲ୍ଲା) ଶ୍ରୀଲଙ୍କା ୪୬.୨୩
ବ୍ରୋଞ୍ଜ ବାଂଲାଦେଶ (ରୁନା ନୁସରତ ଜାହାନ, ଉମ୍ମେ ସୁଲତାନା ପପ୍, ରୁବି ସାବିନା ଆକ୍ତର, ଦେୱାନ ସୁମାୟା) ବାଂଲାଦେଶ ୪୭. ୮୯
୧୨. ପୁରୁଷ ୪×୧୦୦ ମିଟର ରିଲେ (୧୮:୨୦ ଘଣ୍ଟା)
ସ୍ଥାନ ଖେଳାଳି ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଭାରତ (ଚିରନ୍ତ ପି., ସାଭିନ୍ ଥିଙ୍ଗାଲାୟା, ଅଭୟ ସିଂହ, ଋଷିପ୍ରସାଦ ଦେଶାଇ) ଭାରତ ୩୯.୮୭
ରୌପ୍ୟ ଶ୍ରୀଲଙ୍କା (ଏମ୍. ଥିମେଶ ଚାନ୍ କୋଷ୍ଟା, ସାଦ୍ ଜମାଲଦିନ୍, ଟି.ଏସ୍. ହଂସଜା, ଦିନେଥ ଇନ୍ଦୁୱରା ୱୀରରତ୍ନ) ଶ୍ରୀଲଙ୍କା ୪୦.୦୦
ବ୍ରୋଞ୍ଜ ବାଂଲାଦେଶ (ବିଶ୍ୱାସ ଚ୍ୟୋନ୍ କୁମେର, ଇସଲାମ୍ ଏମ୍. ଜୁବେଲ୍, କର୍ମକାର ସାଣ୍ଟୋ, ହୋସେନ୍ ସାଇଦି ଦେଲୁଆର) ବାଂଲାଦେଶ ୪୨.୦୪
୧୩. ମହିଳା ୪×୪୦୦ ମିଟର ରିଲେ (୧୯:୦୫ ଘଣ୍ଟା)
ସ୍ଥାନ ଖେଳାଳି ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଭାରତ (ଆୟେଶା ଖାନମ୍, ତାହୁରା ଖାତୁନ୍, ପ୍ରଭାଲିକା ନରିମଲ୍ଲା, ତନୁ ଚୌଧୁରୀ) ଭାରତ ୩:୩୯.୯୭
ରୌପ୍ୟ ଶ୍ରୀଲଙ୍କା (ଡି.ଏମ୍.ଆର୍.ଏମ୍. ଆନ୍ ପିଅର୍ଟସ୍, ଅରଲିୟା ସତ୍ସର ଗୀଗନାଗେ, ଜୟେଶୀ ଉତ୍ତରା, ଜିଥମା ୱିଜେଥୁଙ୍ଗା) ଶ୍ରୀଲଙ୍କା ୩:୪୧.୧୬
ବ୍ରୋଞ୍ଜ ବାଂଲାଦେଶ (ଆକ୍ତର ମିଷ୍ଟ୍. ସୁମାଇୟା, ଉମ୍ମେ ସୁଲତାନା ପପ୍, ଦେୱାନ ସୁମାୟା, ରୁନା ନୁସରତ ଜାହାନ) ବାଂଲାଦେଶ ୩:୫୬.୬୦
୧୪. ପୁରୁଷ ୪×୪୦୦ ମିଟର ରିଲେ (୧୯:୧୫ ଘଣ୍ଟା)
ସ୍ଥାନ ଖେଳାଳି ଦେଶ ପ୍ରଦର୍ଶନ
ସ୍ୱର୍ଣ୍ଣ ଭାରତ (ଆସ୍ତିକ ପ୍ରଧାନ, ସେତୁ ମିଶ୍ର, ସାହିଲ ମଲିକ, ଅଙ୍କୁଲ) ଭାରତ ୩:୦୯.୪୭
ରୌପ୍ୟ ଶ୍ରୀଲଙ୍କା (ଇରେଶ ମାଧୁୱନ୍ଥ ବୋଗୋଡାଲାଗେ, ମୁଥୁନାୟାକାଗେ ଡି. ଚତୁରଙ୍ଗା, ଏଚ୍.ଏମ୍. ସଫାସ୍, ପ୍ରବୀଣ ସଲାମୁଥୁ) ଶ୍ରୀଲଙ୍କା ୩:୦୯.୯୫
ବ୍ରୋଞ୍ଜ ବାଂଲାଦେଶ (ଇସଲାମ୍ ମହମ୍ମଦ ମିନହାଜୁଲ, ମହମ୍ମଦ ହବିବୁର ହବିବ, ମିଆ ଆବୁ ନାଏମ୍, ରହମାନ ମହମ୍ମଦ ହାଫିଜୁର) ବାଂଲାଦେଶ ୩:୧୭.୩୭
ଟିପ୍ପଣୀ: କ୍ରୀଡ଼ାବିତ୍ଙ୍କ ନାମଗୁଡ଼ିକ ମୂଳ ଇଂରାଜୀ ତଥ୍ୟ ଅନୁସାରେ ଓଡ଼ିଆ ଲିପିରେ ଲେଖାଯାଇଛି।


*****
MT