ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav

ISI ମାନକ ଚିହ୍ନର ଅନଧିକୃତ ବ୍ୟବହାର ଅଭିଯୋଗରେ ପ୍ୟାକେଜ୍‌ଡ୍ ପାନୀୟ ଜଳ ବୋତଲ ଜବତ

ପୋଷ୍ଟ କରାଯିବା ଦିନାଙ୍କ: 28 OCT 2026 2:59PM by PIB Bhubaneswar

 

ଭାରତୀୟ ମାନକ ବ୍ୟୁରୋ (BIS), ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ ତାରିଖରେ ପୁରୀ ଜିଲ୍ଲାର କୁସୁପୁରସ୍ଥିତ ଭଗବତୀ ଏଣ୍ଟରପ୍ରାଇଜେସ୍‌ଠାରେ ପ୍ୟାକେଜ୍‌ଡ୍ ପାନୀୟ ଜଳ ଉପରେ ISI ମାନକ ଚିହ୍ନର ଅନଧିକୃତ ବ୍ୟବହାର ସମ୍ପର୍କରେ ଏକ ତଲାସି ଓ ଜବତ ଅଭିଯାନ କରାଯାଇଥିଲା।

BIS, ଭୁବନେଶ୍ୱର ଶାଖା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ତିଥି ସିଂହା ଓ ଅନ୍ୟ ତିନିଜଣ କର୍ମଚାରୀଙ୍କ ଦ୍ଵାରା ଏହି ଅଭିଯାନ ପରିଚାଳନା କରାଯାଇଥିଲା ।

ଅଭିଯାନ ସମୟରେ ଉକ୍ତ ପ୍ରତିଷ୍ଠାନଟି BISର ବୈଧ ଲାଇସେନ୍ସ ବିନା ISI ମାନକ ଚିହ୍ନ ଲାଗିଥିବା PET ବୋତଲରେ ପ୍ୟାକେଜ୍‌ଡ୍ ପାନୀୟ ଜଳ ଉତ୍ପାଦନ, ଭର୍ତ୍ତିକରଣ ଓ ପ୍ରେରଣ କରୁଥିବା ଜଣାପଡ଼ିଥିଲା। ଏହି କାର୍ଯ୍ୟକଳାପ ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, ୨୦୧୬ର ଧାରା ୧୬ ସହିତ ପଠିତ ଧାରା ୧୭ର ଉଲ୍ଲଂଘନ ଅଟେ।

ଏହି ଅଭିଯାନରେ ମୋଟ ୮,୨୯୫ଟି ପ୍ୟାକେଜ୍‌ଡ୍ ପାନୀୟ ଜଳ ବୋତଲ ଜବତ କରାଯାଇଥିଲା। ଏଥିରେ ୨ ଲିଟର ବିଶିଷ୍ଟ ବୋତଲର ୩୧ଟି କାର୍ଟନ୍, ୧ ଲିଟର ବିଶିଷ୍ଟ ବୋତଲର ୨୦୨ଟି କାର୍ଟନ୍ ଏବଂ ୫୦୦ ମିଲିଲିଟର ବିଶିଷ୍ଟ ବୋତଲର ୨୩୩ଟି କାର୍ଟନ୍ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ISI ମାନକ ଚିହ୍ନ ଥିବା ୫୦୦ଟି ଲେବଲ୍ ମଧ୍ୟ ଜବତ କରାଯାଇଥିଲା।

BISର ବୈଧ ଲାଇସେନ୍ସ ବିନା ISI ମାନକ ଚିହ୍ନ ବ୍ୟବହାର କରିବା ଆଇନ ଅନୁଯାୟୀ ନିଷିଦ୍ଧ। ଅନଧିକୃତ ଭାବେ ମାନକ ଚିହ୍ନର ବ୍ୟବହାରକୁ ରୋକିବା ଏବଂ ଗ୍ରାହକମାନଙ୍କୁ ମାନକ ଅନୁପାଳନ କରୁନଥିବା ଉତ୍ପାଦରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ BIS ପକ୍ଷରୁ ଏପରି ଆଇନଗତ କାର୍ଯ୍ୟାନୁଷ୍ଠାନମୂଳକ ଅଭିଯାନ କରାଯାଉଛି।

ଭଗବତୀ ଏଣ୍ଟରପ୍ରାଇଜେସ୍‌, କୁସୁପୁର, ପୁରୀ ବିରୋଧରେ ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, ୨୦୧୬ର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

 

 


(ରିଲିଜ ଆଡି: 2329451) ପରିଦର୍ଶକ କାଉଣ୍ଟର : 15
ଏହି ରିଲିଜ ପଢନ୍ତୁ : English