ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ଛାଡ଼ ଆନ୍ଦୋଳନର ସାହସୀ ଅଂଶଗ୍ରହଣକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 AUG 2026 12:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସ୍ମରଣ କରିଛନ୍ତି ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ସାହସ ଏବଂ ଦୃଢ ସଂକଳ୍ପ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ଦ୍ୱାରା ଅନୁପ୍ରାଣିତ ହୋଇ ଭାରତ ଛାଡ଼ ଆନ୍ଦୋଳନର ଆହ୍ୱାନ ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସଞ୍ଚାର କରିଥିଲା ଏବଂ ଔପନିବେଶିକ ଶାସନରୁ ମୁକ୍ତ ହେବା ଲାଗି ଭାରତର ଜନସାଧାରଣଙ୍କ ଅତୁଟ ସଂକଳ୍ପକୁ ପ୍ରତିଫଳିତ କରିଥିଲା।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଐତିହାସିକ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସ୍ମରଣ କରୁଛି। ସେମାନଙ୍କର ସାହସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବଦା ଏକ ପ୍ରେରଣା ହୋଇ ରହିବ। ମହାତ୍ମା ଗାନ୍ଧୀ ଜୀଙ୍କ ନେତୃତ୍ୱ ଦ୍ୱାରା ଅନୁପ୍ରାଣିତ ହୋଇ, ଭାରତ ଛାଡ଼ ଆହ୍ୱାନ ଆମ ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସଞ୍ଚାର କରିଥିଲା ଏବଂ ଔପନିବେଶିକ ଶାସନରୁ ମୁକ୍ତ ହେବା ପାଇଁ ଆମ ଲୋକଙ୍କ ଅତୁଟ ସଂକଳ୍ପକୁ ପ୍ରତିଫଳିତ କରିଥିଲା।

HS


(ରିଲିଜ ଆଡି: 2304870) ପରିଦର୍ଶକ କାଉଣ୍ଟର : 23