ପଞ୍ଚାୟତିରାଜ ମନ୍ତ୍ରଣାଳୟ
ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଆରଜିଏସଏ ଅଧୀନରେ ଓଡ଼ିଶାକୁ ₹୧୦୯ କୋଟି ଅନୁଦାନ
प्रविष्टि तिथि:
28 JUL 2026 5:06PM by PIB Bhubaneswar
ପଞ୍ଚାୟତ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ହୋଇଥିବାରୁ ଏହା ରାଜ୍ୟ ସରକାରଙ୍କ ଅଧିକାର ପରିସରଭୁକ୍ତ ବିଷୟ। ତେବେ ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ‘ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ’ (ଆରଜିଏସଏ) କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ମୋଟ ୧୦୯.୫୭ କୋଟି ଟଙ୍କା ଅନୁଦାନ ଜାରି କରାଯାଇଛି। ସେଥିମଧ୍ୟରୁ ୨୦୨୩-୨୪ରେ ୨୭.୩୩ କୋଟି ଟଙ୍କା, ୨୦୨୪-୨୫ରେ ୨୦ କୋଟି ଟଙ୍କା ଏବଂ ୨୦୨୫-୨୬ରେ ୬୨.୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅବଧିରେ ଓଡ଼ିଶାର ୭,୪୧,୯୫୯ ଜଣ ନିର୍ବାଚିତ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୦୨୩-୨୪ରେ ୧,୬୦,୭୭୪ ଜଣ, ୨୦୨୪-୨୫ରେ ୨,୭୯,୫୦୫ ଜଣ ଏବଂ ୨୦୨୫-୨୬ରେ ୩,୦୧,୬୮୦ ଜଣ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସେହିପରି, ୨୦୨୫-୨୬ ଯୋଜନା ବର୍ଷରେ ଓଡ଼ିଶାର ୩୦ଟି ଜିଲ୍ଲା ପଞ୍ଚାୟତ ବିକାଶ ଯୋଜନା, ୩୧୩ଟି ବ୍ଲକ ପଞ୍ଚାୟତ ବିକାଶ ଯୋଜନା ଏବଂ ୬,୭୯୪ଟି ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଇ-ଗ୍ରାମସ୍ୱରାଜ ପୋର୍ଟାଲରେ ଅପଲୋଡ୍ କରାଯାଇଛି।
ଆରଜିଏସଏ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମର ପ୍ରଭାବଶାଳୀତା ଆକଳନ କରିବା ଏବଂ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସୁଧାରାତ୍ମକ ପଦକ୍ଷେପ ପ୍ରସ୍ତାବ ଦେବା ପାଇଁ, ଗୁଜରାଟର ଆନନ୍ଦସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟ ମାଧ୍ୟମରେ ସଂଶୋଧିତ ଆରଜିଏସଏର ଏକ ବାହ୍ୟ ମୂଲ୍ୟାଙ୍କନ କରାଯାଇଛି । ଏହି ମୂଲ୍ୟାଙ୍କନରୁ ଜଣାପଡ଼ିଛି ଯେ, ଶ୍ରେଣୀଗୃହ/ବିଷୟଭିତ୍ତିକ ପାଠ୍ୟକ୍ରମ, ପରିଦର୍ଶନ ଗସ୍ତ ଏବଂ ଡିଜିଟାଲ୍ ଶିକ୍ଷାର ସମ୍ମିଶ୍ରଣରେ ଗଠିତ ଯୋଜନାର ସଂରଚିତ, ବହୁସ୍ତରୀୟ କ୍ଷମତା ନିର୍ମାଣ - ପଞ୍ଚାୟତ ପରିଚାଳନା, ଯୋଜନା ଓ କାର୍ଯ୍ୟାନ୍ୱୟନ, ଡିଜିଟାଲ୍ ଶାସନ, ନାଗରିକ ସହଭାଗିତା ଏବଂ ଆର୍ଥିକ ପରିଚାଳନାରେ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକର କ୍ଷମତା ବୃଦ୍ଧି କରିଛି । ତାଲିମ ପରବର୍ତ୍ତୀ ମୂଲ୍ୟାଙ୍କନ ଜ୍ଞାନ ଏବଂ ପ୍ରୟୋଗରେ ମାପଯୋଗ୍ୟ ଅଭିବୃଦ୍ଧି ରେକର୍ଡ କରିଛି, ଯାହା ଅଧିକ ପ୍ରଭାବଶାଳୀ ସ୍ଥାନୀୟ ଶାସନ ଏବଂ ଏସଡିଜିର ସ୍ଥାନୀୟକରଣକୁ ସହାୟତା କରୁଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ୨୮ ଜୁଲାଇ ୨୦୨୬ ରେ ଏହି ସୂଚନା ଲୋକସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ପ୍ରଦାନ କରିଛନ୍ତି ।
TKM
(रिलीज़ आईडी: 2290874)
आगंतुक पटल : 4