ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ


ବର୍ଷର ପ୍ରଥମ ବିଶ୍ବ ଉର୍ଜ୍ଜା ସମ୍ମିଳନୀଭାବେ, ଆଇଇଡବ୍ଲୁ ୨୦୨୬ ନିର୍ମଳ ଉର୍ଜ୍ଜା କ୍ଷେତ୍ରରେ ଭାରତର ପ୍ରଗତିକୁ ଦର୍ଶାଇବ

प्रविष्टि तिथि: 16 JAN 2026 11:09AM by PIB Bhubaneswar

ପ୍ରଥମ ତିନୋଟି ସଂସ୍କରଣର ସଫଳତା ଓ ଅନ୍ତର୍ଜାତୀୟ ସ୍ବୀକୃତି ପରେ ଭାରତ ଉର୍ଜ୍ଜା ସପ୍ତାହ (ଆଇଇଡବ୍ଲୁ)ର ୪ର୍ଥ ସଂସ୍କରଣ ୨୭ରୁ ୩୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଉର୍ଜ୍ଜା କ୍ଷେତ୍ରର ୭୫,୦୦୦ରୁ ଅଧିକ ପେସାଦାର, ୭୦୦ରୁ ଅଧିକ ପ୍ରଦର୍ଶନକାରୀ କମ୍ପାନୀ, ୧୨୦ରୁ ଅଧିକ ଦେଶର ଅଂଶଗ୍ରହଣକାରୀ, ୬,୫୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ। ବାସ୍ତବ-ବିଶ୍ୱ ଶକ୍ତି ପରିବର୍ତ୍ତନ ପଥଗୁଡ଼ିକୁ ପରୀକ୍ଷା କରିବା ପାଇଁ ଆଇଇଡବ୍ଲୁ ୨୦୨୬ ଏକ ବୈଶ୍ବିକ ମଞ୍ଚ ପ୍ରଦାନ କରିବ।

ବିଶ୍ବରେ ଜୀବାଶ୍ମ ଇନ୍ଧନର ଚାହିଦା ଓ ନିର୍ଭରଶୀଳତା ବଢିଚାଲିଛି। ଏପରି ସ୍ଥିତିରେ ଆଇଇଡବ୍ଲୁ ୨୦୨୬ ଭାରତର ଉର୍ଜ୍ଜା ପରିବର୍ତ୍ତନ ଯାତ୍ରାକୁ ପ୍ରଦର୍ଶିତ କରୁଛି। ଏହା ଦେଖାଇଛି କିପରି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତି ନିଜର ଅଭିବୃଦ୍ଧି, ଶକ୍ତି ନିରାପତ୍ତା ଓ ସୁଲଭତା ସହ ସାଲିସ ନ କରି ମାପଯୋଗ୍ୟ ଅଙ୍ଗାରକାମ୍ଳ ହ୍ରାସ ଫଳାଫଳ ହାସଲ କରିପାରିଛି।

ଆଇଇଡବ୍ଲୁ ୨୦୨୬ରେ ଜୈବ ଇନ୍ଧନ, ସବୁଜ ହାଇଡ୍ରୋଜେନ, ସ୍ଥାୟୀ ବିମାନ ଇନ୍ଧନ ଓ ଉଦୀୟମାନ କମ-ଅଙ୍ଗାରକ ପ୍ରଯୁକ୍ତି ଉପରେ ଭାରତ ପ୍ରଦାନ କରୁଥିବା ଗୁରୁତ୍ବକୁ ଏସବୁ ଉଦାହରଣ ସହ ସଂଯୁକ୍ତ କରି ଉପସ୍ଥାପନ କରାଯିବ। ସମ୍ମିଳନୀରେ ହେଉଥିବା ଆଲୋଚନା ଓ ସ୍ବତନ୍ତ୍ର ପାଭିଲିୟନରେ ଅନୁଷ୍ଠିତ ପ୍ରଦର୍ଶନୀଗୁଡ଼ିକରେ ପ୍ରତିନିଧିମାନଙ୍କୁ ଉର୍ଜ୍ଜା ପରିବର୍ତ୍ତନ ପଥଗୁଡ଼ିକ ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନ କରାଯିବ, ଯେଉଁଗୁଡ଼ିକ ବିସ୍ତାରଯୋଗ୍ୟ, ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଓ ବଜାର ସହ ସଂଯୁକ୍ତ। 

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬ ଭାରତର ଉର୍ଜ୍ଜା ପରିବର୍ତ୍ତନ କାର୍ଯ୍ୟଶୈଳୀକୁ ଏକ ବାସ୍ତବମୁଖୀ ମଡେଲ ଭାବେ ଉପସ୍ଥାପନ କରିବ । ପର୍ଯ୍ୟାୟକ୍ରମେ ନୀତି ନିର୍ଦ୍ଧାରଣ, ଘରୋଇ ଫିଡଷ୍ଟକ୍ ବ୍ୟବହାର କରି ଏବଂ ସୁଲଭତାକୁ ପ୍ରାଥମିକତା ଦେଇ ଭାରତ ନିଜର ଜଳବାୟୁ ଲକ୍ଷ୍ୟ ହାସଲ କରିଛି।ଭାରତ ନିଜର ଅଭିବୃଦ୍ଧି କିମ୍ବା ଶକ୍ତି ଉପଲବ୍ଧତାକୁ ପ୍ରଭାବିତ ନକରି ଏହି ଲକ୍ଷ୍ୟ ହାସଲ କରିଛି।

ଆଇଇଡବ୍ଲୁ ୨୦୨୬ ଉଦୀୟମାନ ଓ ବିକାଶଶୀଳ ଅର୍ଥନୀତିରୁ ଆସିଥିବା ନୀତିନିର୍ଦ୍ଧାରକ ଓ ଶିଳ୍ପନେତାମାନଙ୍କ ପାଇଁ ଏପରି ଏକ ମଞ୍ଚ ପ୍ରଦାନ କରିବ, ଯାହାକି ସିଦ୍ଧାନ୍ତଗତ ମାନଦଣ୍ଡ ବଦଳରେ ବାସ୍ତବ ଭିତ୍ତିଭୂମି, ଅର୍ଥନୀତି ଓ ଚାହିଦା ବାସ୍ତବିକତା ସହ ସଂପୃକ୍ତ ଥିବା ଉର୍ଜ୍ଜା ରୂପାନ୍ତରଣ ରଣକୌଶଳ ସହ ଯୋଡ଼ିହେବାକୁ ସୁଯୋଗ ପ୍ରଦାନ କରେ।

ଆଇଇଡବ୍ଲ ୨୦୨୬: ବୈଶ୍ବିକ ଉର୍ଜ୍ଜା ନେତୃତ୍ବ ପାଇଁ ଏକ ମଞ୍ଚ

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରେତ୍ସାହନରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ (ଏଫଆଇପିଆଇ) ଓ ଡିଏମଜି ଇଭେଣ୍ଟସ ପକ୍ଷରୁ ମିଳିତଭାବେ ଆୟୋଜନ ହେଉଥିବା, ଭାରତ ଉର୍ଜ୍ଜା ସପ୍ତାହ-୨୦୨୬ ଶକ୍ତି ନିରାପତ୍ତା, ସୁଲଭତା ଓ ବିସ୍ତାର ସହ ସ୍ଥାୟିତ୍ବ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇଥାଏ। 

TKM


(रिलीज़ आईडी: 2215508) आगंतुक पटल : 18
इस विज्ञप्ति को इन भाषाओं में पढ़ें: English