ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ
ପୋଷ୍ଟ କରାଯିବା ଦିନାଙ୍କ:
12 NOV 2025 7:55PM by PIB Bhubaneswar
ଭୁବନେଶ୍ୱର,୧୨.୧୧.୨୦୨୫; ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମବାର୍ଷିକୀ ଅବସରରେ ଚଳିତବର୍ଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ପକ୍ଷରୁ ‘ଜାତୀୟ ଶିକ୍ଷା ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏହା ଛାତ୍ରଛାତ୍ରୀମାନଙ୍କୁ ନବୀନ ଏବଂ ଉଦୀୟମାନ ଶିକ୍ଷାଗତ ବିଷୟଗୁଡ଼ିକ ଉପରେ ତାଙ୍କ ଚିନ୍ତାଧାରା ଓ ଧାରଣା ମାଧ୍ୟମରେ ଅଭିବ୍ୟକ୍ତି ପ୍ରଦାନ କରିବାର ମଞ୍ଚ ଯୋଗାଇଥିଲା।

ସମାରୋହର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ, ପ୍ରିନ୍ସିପାଲ୍, ଆର.ଆଇ.ଇ. ଭୁବନେଶ୍ୱର, ନିଜ ଅଭିଭାଷଣରେ ମୌଲାନା ଆଜାଦଙ୍କ ଜାତୀୟ ସଂହତି, ସମାନ ଓ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ଦିଗରେ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଭାରତୀୟ ଜ୍ଞାନପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ସମ୍ବର୍ଦ୍ଧନରେ ଶିକ୍ଷକମାନଙ୍କ ଭୂମିକା ଉପରେ ମତ ପ୍ରକାଶ କରିଥିଲେ।
ମୁଖ୍ୟ ବକ୍ତା ଭାବରେ ପ୍ରଫେସର ହୃଷୀକେଶ ସେନାପତି, ପ୍ରାକ୍ତନ ନିର୍ଦ୍ଦେଶକ, ଏନ.ସି.ଇ.ଆର.ଟି. ଓ ବର୍ତ୍ତମାନ ପ୍ରଫେସର, ଆର.ଆଇ.ଇ. ଭୁବନେଶ୍ୱର, ଜାତୀୟ ବିକାଶରେ ସ୍କୁଲ ଶିକ୍ଷା ଏବଂ ଶିକ୍ଷକ ଶିକ୍ଷାର ଉଦୀୟମାନ ଭୂମିକା ଉପରେ ସାରଗର୍ଭିତ ବକ୍ତୃତା ପ୍ରଦାନ କରିଥିଲେ। ସେ ଭାରତୀୟ ସଂସ୍କୃତିକ ଐତିହ୍ୟ ଓ ଶିକ୍ଷାଗତ ଗୁଣବତ୍ତା ବୃଦ୍ଧି ପାଇଁ ଭବିଷ୍ୟତର ଶିକ୍ଷକମାନଙ୍କ ଅଭିନ୍ନ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରତିଷ୍ଠାନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସିଦ୍ଧାନ୍ତ ଆର୍ଯ୍ୟ, ହୁମାଇରା, ଦେବସ୍ମିତା ଦାସ, ମହମ୍ମଦ ଅଲତାମଶ, ରାଜଲି ଝା, ଇଶିତା ପଣ୍ଡା, ଦେବାଶିଷ କୁମାର, ଦୀପଶିଖା ଭୌମିକ, ସୋମା ଗାୟେନ ଏବଂ ଆଶିଷ ବେହେରା ମୌଲାନା ଆଜାଦଙ୍କ ବହୁମୁଖୀ ପ୍ରତିଭା, ଶିକ୍ଷା ଓ ଜାତୀୟ ବିକାଶରେ ତାଙ୍କ ଅବଦାନ ଉପରେ ନିଜ ମତାମତ ଓ ଅନୁଭବ ଅଭିବ୍ୟକ୍ତ କରିଥିଲେ।
(ରିଲିଜ ଆଡି: 2189368)
ପରିଦର୍ଶକ କାଉଣ୍ଟର : 74