ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଅଷ୍ଟ୍ରେଲିଆର ସିଏସ୍‍ଆଇଆର୍‍ଓ ଏବଂ ଭୁବନେଶ୍ୱର ଆଇଏମଏମଟି ମଧ୍ୟରେ ବୁଝାମଣା



ଭାରତରେ ଟାଇଟାନିୟମ ସମ୍ଭାବନାକୁ ବିକଶିତ କରିବା ପାଇଁ ଆଇଏମ୍‍ଏମ୍‍ଟିରେ ଖୋାଲିବ ଗବେଷଣା ପ୍ରକଳ୍ପ

Posted On: 13 MAR 2025 5:17PM by PIB Bhubaneshwar

 

ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୫: ସିଏସ୍‍ଆଇଆର୍‍ ନିଜର ପରୀକ୍ଷାଗାର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ- ଆଇଏମ୍‍ଏମ୍‍ଟି ମାଧ୍ୟମରେ ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ସଂସ୍ଥା- ସିଏସ୍‍ଆଇଆର୍‍ଓ ସହିତ ଗବେଷଣା ଏବଂ ବିକାଶ ପାଇଁ ଚୁକ୍ତିବଦ୍ଧ ହୋଇଛି। ଏହାଦ୍ୱାରା ଭାରତରୁ ଖନନ ହେଉଥିବା ଟାଇଟାନିୟମ୍ ଏବଂ ଭାନାଡିୟମ୍-ବାହକ ଟାଇଟାନିୟମ୍ ଖଣିଜ ପଦାର୍ଥରୁ ଟାଇଟାନିୟମ୍ ଡାଇଅକ୍ସାଇଡ୍ ପ୍ରସ୍ତୁତ ଲାଗି ଗବେଷଣା ହେବ। ଆଇଏମ୍‍ଏମ୍‍ଟିଠାରେ ଥିବା ଡ. ଆର୍‍ପି ଦାସ୍‍ ସେଣ୍ଟର ଫର ହାଇଡ୍ରୋ, ବାୟୋ ଆଣ୍ଡ ଇଲେକ୍ଟ୍ରୋମେଟାଲର୍ଜି ଠାରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି। ଏହି ଅବସରରେ ଆଇଏମ୍‍ଏସ୍‍ଟି ନିର୍ଦ୍ଦେଶକ ଡ, ରାମାନୁଜ ନାରାୟଣ ଦେଶର ଜଟିଳ ଖଣିଜ ମିଶନ ଅଧୀନରେ ଜଟିଳ ଖଣିଜର ବିଶୋଧନ, ପ୍ରକ୍ରିୟାକରଣ ଏବଂ ପୁନରୁଦ୍ଧାର ଲାଗି ଆଗକୁ ଏପରି ଅନେକ ସହଭାଗୀ ବୁଝାମଣା ହେବାକୁ ଯାଉଥିବା ସୂଚନା ଦେଇଛନ୍ତି। ଯାହାଦ୍ୱାରା ଏପରି ଜଟିଳ ଖଣିଜଗୁଡ଼ିକର ଦୀର୍ଘକାଳୀନ ପରିପୂରକ ଯୋଗାଣ ସୁନିଶ୍ଚିତ କରାଯାଇପାରିବ।

ସିଏସ୍‍ଆଇଆର୍‍ଓର ପ୍ରମୁଖ ଗବେଷଣା ବୈଜ୍ଞାନିକ ଡକ୍ଟର ଗୌତମ କୁମାର ଦାସ, ଏବଂ ଆଇଏମ୍‍ଏମ୍‍ଟିର ହାଇଡ୍ରୋ, ବାୟୋ ଏବଂ ଇଲେକ୍ଟ୍ରୋମେଟାଲର୍ଜି ବିଭାଗର ମୁଖ୍ୟ ମୁଖ୍ୟ ଡକ୍ଟର କାଳୀ ସଞ୍ଜୟ ଏହି ପ୍ରକଳ୍ପ ଲକ୍ଷ୍ୟ ସାଧନ ଦିଗରେ ନେତୃତ୍ୱ ନେବେ। ନେବେ। ସିଏସ୍‍ଆଇଆର୍‍ଓର କ୍ରିଟିକାଲ୍ ମିନେରାଲ୍ସ ପ୍ରୋସେସିଂ ବିଭାଗର ଗ୍ରୁପ ଲିଡର ଡକ୍ଟର ଜୋଆନ୍ ଲୋହ ଏବଂ ଆଇଏମ୍‍ଏମ୍‍ଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣଙ୍କ ଦ୍ୱାରା ଏହି ପ୍ରକଳ୍ପ ପରିଚାଳିତ ହେବ ବୋଲି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି।

ଭାରତ ଏବଂ ଅଷ୍ଟ୍ରେଲିଆରେ ପ୍ରଚୁର ପରିମାଣରେ ମିଳୁଥିବା ଇଲମେନାଇଟ୍ ଏବଂ ଭାନାଡିଫେରସ୍ ମ୍ୟାଗ୍ନେଟାଇଟ୍ ଖଣିଜରୁ ଟାଇଟାନିୟମ୍ ଏବଂ ଭାନାଡିୟମ୍ ନିଷ୍କାସନ ପାଇଁ ସିଏସ୍‍ଆଇଆର୍‍ଓର ଅଭିନବ ଟାଇଟାନିୟମ୍ ଓ ଭାନାଡିୟମ୍ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟାକୁ ଆହୁରି ବିକଶିତ କରିବା ଏହି ପକ୍ରଳ୍ପର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଏହି ବୁଝାମଣା ସ୍ୱାକ୍ଷର ଅବସରରେ ସୂଚନା ଦିଆଯାଇଛି।

ଉଭୟ ଦେଶରେ ଟାଇଟାନିୟମ୍ ଏବଂ ଭାନାଡିୟମ୍ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭାବରେ ବର୍ଗୀକୃତ। ମିଶ୍ରଧାତୁରେ ଟାଇଟାନିୟମ୍ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ସେହିପରି ରିଚାର୍ଜ ହୋଇପାରୁଥିବା ଶକ୍ତି ଧାରକ ରେଡକ୍ସ ବ୍ୟାଟେରୀ ତିଆରି ପାଇଁ ଭାନାଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ସରକାର ଅର୍ଥନୈତିକ ରଣନୀତି ଅଧୀନରେ ଅଷ୍ଟ୍ରେଲିଆ ସରକାରଙ୍କ ୨୦୩୫ ପର୍ଯ୍ୟନ୍ତ ଏକ ପଦକ୍ଷେପ ସ୍ୱରୂପ ଏହି ପ୍ରକଳ୍ପକୁ ପାଣ୍ଠି ଯୋଗାଇ ଦିଆଯିବ। ଉଭୟ ଦେଶରେ ଜଟିଳ ଖଣିଜ ଏବଂ ସାମଗ୍ରୀର ପରିପୂରକ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳ ବିକାଶ କରିବା ଉପରେ ଧଏହି ରଣନୀତି ଧ୍ୟାନ କେନ୍ଦ୍ରିତ କରିଥାଏ।

ବିଶ୍ୱର ତୃତୀୟ ବିଶାଳ ଟାଇଟାନିୟମ ଗଚ୍ଛିତ ଥିବା ଭାରତରେ ସମ୍ଭାବନାକୁ ଉନ୍ମୁକ୍ତ କରିବା ଦିଗରେ ଏହି ବୁଝାମଣା ଅନେକ ସହାୟକ ହେବା ସହ ଅଷ୍ଟ୍ରେଲିଆରେ ସିଏସ୍‍ଆଇଆର୍‍ଓ ଦ୍ୱାରା ଚାଲିଥିବା ଗବେଷଣାକୁ ବିକଶିତ କରିବ।


(Release ID: 2111334)
Read this release in: English