@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୱେଭ୍ସ ସମ୍ପର୍କିତ ବୌଦ୍ଧିକ ଆଲୋଚନାଚକ୍ର ଏବଂ ଦସ୍ତଖତ ଅଭିଯାନ ଆୟୋଜିତ



ୱେଭସ୍ ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ଅଭିବୃଦ୍ଧି ଏବଂ ବୈଶ୍ୱିକ ପ୍ରସାରରେ ଯୋଗଦାନ କରିବ: ଅଖିଳ ମିଶ୍ର, ଏଡିଜି, ପିଆଇବି

 Posted On: 11 FEB 2025 9:52PM |   Location: PIB Bhubaneshwar

ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପକୁ ଆହୁରି ବ୍ୟାପକ କରିବା ଏବଂ ବିଶ୍ୱସ୍ତରରେ ଏହାର ପ୍ରଭାବ ବୃଦ୍ଧି କରିବା ଲକ୍ଷ୍ୟରେ ଆସନ୍ତା ମଇ ମାସରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପ୍ରଥମଥର ପାଇଁ ‘ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ’ (ୱେଭ୍ସ) ଆୟୋଜନ ହେବାକୁ ଯାଉଛି । ସୃଜନଶୀଳତା ଓ ନୂତନତ୍ୱ ମାଧ୍ୟମରେ କିଭଳି ଉଭୟ ଶିଳ୍ପକୁ ଅଧିକ ସୁଦୃଢ କରାଯାଇପାରିବ ତାହା ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ ରହିବ । ଏହି କାର୍ଯ୍ୟକ୍ରମ ଯୁବ ସୃଜନଶୀଳ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ପ୍ରସାରଣ, ପଡକାଷ୍ଟିଂ, ଚଳଚ୍ଚିତ୍ର, ରେଡିଓ, ଆନିମେସନ୍, ଗ୍ରାଫିକ୍ସ ଓ ଅନ୍ୟାନ୍ୟ ସୃଜନଶୀଳ କ୍ଷେତ୍ରରେ ନବସୃଜନ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ତଥା କିଟ୍‌ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍କୁଲ ଓଫ ଫିଲ୍ମ ଆଣ୍ଡ ମିଡିଆ ସାଇନ୍ସେସ, ସ୍କୁଲ ଓଫ ଫ୍ୟାଶନ ଟେକନୋଲଜି, ସ୍କୁଲ ଓଫ ମାସ କମ୍ୟୁନିକେଶନର ମିଳିତ ଆନୁକୁଲ୍ୟରେ ଏକ ବୌଦ୍ଧିକ ଆଲୋଚନାଚକ୍ର ତଥା ଦସ୍ତଖତ ଅଭିଯାନ ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଏବଂ ପିଆଇବିର ଓଡିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ, ଚଳଚ୍ଚିତ୍ର, ପ୍ରସାରଣ, ସାମାଜିକ ଗଣମାଧ୍ୟମ ଏବଂ ଅଡିଓ ଭିଜୁଆଲ ଉଦ୍ୟୋଗରେ ପ୍ରଯୁକ୍ତିର ବହୁଳ ବ୍ୟବହାର ଗଣମାଧ୍ୟମ ଶିଳ୍ପର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୱେଭସ୍ ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ଅଭିବୃଦ୍ଧି ଏବଂ ବୈଶ୍ୱିକ ପ୍ରସାରରେ ଯୋଗଦାନ କରିବ ବୋଲି ସେ କହିଥିଲେ।

ସ୍କୁଲ୍‌ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନ୍ସେସ୍‌ର ମହାନିର୍ଦ୍ଦେଶକ ଏବଂ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଶେଖର ଖଟୁଆ କହିଥିଲେ, ଓ୍ୱେଭ୍ସ ଶିଖର ସମ୍ମିଳନୀ ପ୍ରସାରଣ, ଗଣମାଧ୍ୟମ, ଗେମିଂ, ବିଷୟବସ୍ତୁ ଲେଖା କ୍ଷେତ୍ରରେ ଯୁବ ସୃଜନଶୀଳ ପ୍ରତିଭାମାନଙ୍କୁ ଏକ ଚମତ୍କାର ସୁଯୋଗ ଯୋଗାଇ ଦେବ। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତୀୟ ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ଉଦ୍ୟୋଗ ପାଇଁ ଯୁଗାନ୍ତକାରୀ ହେବ ।

ସିବିସି ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କହିଥିଲେ, ଏହି କାର୍ଯ୍ୟକ୍ରମ କେବଳ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ଭାରତକୁ ଏକ ମହାଶକ୍ତିରେ ପରିଣତ କରିବାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିବ ନାହିଁ ବରଂ ସର୍ଟ ଇକୋନୋମି’ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହିତ କରିବ।

ଏହି ଆଲୋଚନାଚକ୍ରରେ କିସର ଉପାଧ୍ୟକ୍ଷା ତ୍ରିପୁରା ମିଶ୍ର, ବିଶିଷ୍ଟ ସ୍ଥପତି ଅଦ୍ୱୈତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ଏକ ଦସ୍ତଖତ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ କିଟ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଓ୍ୱେଭ୍ସ ସମ୍ମିଳନୀ ପ୍ରତି ନିଜର ସମର୍ଥନ ଜଣାଇଥିଲେ।

ୱେଭସ୍ ୨୦୨୫ ଉଦ୍ୟୋଗ ଜଗତର ଶିଳ୍ପପତି, ସୃଜନଶୀଳ ପେସାଦାର ଏବଂ ଯୁବ ପ୍ରତିଭାମାନଙ୍କୁ ଏକାଠି କରିବ ବୋଲି ଆଶା କରାଯାଉଛି, ଯାହା ବିଶ୍ୱ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତର ଉତ୍ଥାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ।

********

PS/Swadhin


Release ID: (Release ID: 2102048)   |   Visitor Counter: 39

Read this release in: English