ଶିକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର 62ତମ ପ୍ରତିଷ୍ଠା ଦିବସ

ପୋଷ୍ଟ କରାଯିବା ଦିନାଙ୍କ: 04 AUG 2024 6:49PM by PIB Bhubaneswar

 

ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର 62ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ କରାଯିବ।  ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକ୍ ଲାନୀ ମୂଖ୍ୟ ଅତିଥି ଓ ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ଦକ୍ଷତା ଓ ଉଦ୍ୟମିତା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ନାଗାୱତ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିଭାଷଣ ରଖିବେ।  ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସଙ୍ଗେସଙ୍ଗେ ପୁରାତନ କର୍ମଚାରୀମାନଙ୍କୁ ସମ୍ୱର୍ଦ୍ଧିତ କରାଯିବ।  ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀ ଯୋଗଦେବେ।  ଏହା ସହ ବୃକ୍ଷରୋପଣ ଓ ବହୁବିଧ କାର୍ଯ୍ୟକ୍ରମ ରହିଥିବା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚ଼ନ୍ଦ୍ର ଅଗ୍ରୱାଲ ସୂଚନା ଦେଇଛନ୍ତି।

RoM

 

 


(ରିଲିଜ ଆଡି: 2041313) ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ : English