ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ ଶେଷ ତାରିଖ ୦୪.୦୬.୨୦୨୪

Posted On: 01 JUN 2024 12:37PM by PIB Bhubaneshwar

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି..ଆର.ଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି. ବି.ଇଡି,ବି.ଇଡି,ଏମ.ଇଡି,ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଉଛି I ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ଅନୁଷ୍ଠିତ ହେବ I ଆବେଦନର ଶେଷତାରିଖ ୦୪.୦୬.୨୦୨୪ I ଚଳିତବର୍ଷ CEE ୨୦୨୪ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷା ପରିଚାଳନା କରୁଅଛି I ଅଧିକ ଜାଣିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.cee.ncert.gov.in ରେ ଲଗଇନ କରିବା ସହ ହେଲ୍ପଲାଇନ ନମ୍ବର 8280337189/8280337190 ରେ ଯୋଗାଯୋଗ କରିପାରିବେ I


(Release ID: 2022418) Visitor Counter : 50
Read this release in: English , Odia